Posted inଖେଳ

ଆଇପିଏଲ୍‌ ଫାଇନାଲରେ ବର୍ଷା ହେଲେ କ’ଣ ହେବ, ଜାଣନ୍ତୁ…

ଅହମଦାବାଦ,୩।୬: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମଙ୍ଗଳବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୫ର ମେଗା ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହି ମହାମୁକାବିଲାରେ ପରସ୍ପରରକୁ ଭେଟିବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍ସ। ଆରସିବି କିମ୍ବା ପଞ୍ଜାବ ପୂର୍ବରୁ ଆଇପିଏଲ୍‌ ଟାଇଟଲ ହାସଲ କରି ନ ଥିବା ବେଳେ କେଉଁ ଦଳ ୨୦୨୫ ଆଇପିଏଲ୍‌ ଚାମ୍ପିୟନ ହେବ ସେନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି।

ଅନ୍ୟପକ୍ଷେ ଫାଇନାଲ ମ୍ୟାଚ୍‌ରେ ବର୍ଷା ହେବାର କୌଣସି ପୂର୍ବାନୁମାନ ନ ଥିବା ଦର୍ଶକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି। ଯଦି ମ୍ୟାଚ୍‌ ଆରମ୍ଭରୁ ବର୍ଷା ହୁଏ। ତେବେ ଅତିରିକ୍ତ ୧୨୦ ମିନିଟରେ ଖେଳ ଶେଷ କରାଯିବାକୁ ଉଦ୍ୟମ କରାଯିବ। ଏହା ନ ହୋଇପାରିଲେ ରିଜର୍ଭ ଡେ’ରେ ଖେଳ ହେବ ବୋଲି ମେନେଜମେଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଯୋଗ୍ୟ, ପୂର୍ବରୁ ଆରସିବି ୨୦୦୯, ୨୦୧୧ ଓ ୨୦୧୬ରେ ଫାଇନାଲ ଖେଳିଥିଲେ ହେଁ ରନରଅପ୍‌ରେ ସନ୍ତୁଷ୍ଟ ରହିଥିଲା। ଅନ୍ୟପକ୍ଷରେ ପଞ୍ଜାବ ୨୦୧୪ରେ ରନରଅପ୍‌ ହୋଇଥିଲା। କୋହଲି ଅନ୍ତର୍ଜାତୀୟ ଟି୨୦ ଓ ଟେଷ୍ଟ କ୍ରିକେଟରୁ ଅବସର ନେଇ ଯାଇଥିବାରୁ ଆଉ ଅଧିକ ସମୟ ପଡ଼ିଆରେ ଦେଖିବାକୁ ମିଳିବେ ନାହିଁ। ତେଣୁ ତାଙ୍କ ଖେଳ ଦେଖିବା ପାଇଁ ଦର୍ଶକଙ୍କ ଭାବାବେଗ ବଢ଼ିବା ସ୍ବାଭାବିକ।

କ୍ୱାଲିଫାୟର-୧ରେ ଆରସିବି ୮ ଉଇକେଟରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଥିଲା। ତେଣୁ ଦଳଠାରୁ ସେପରି ଆଉଏକ ଶ୍ରେଷ୍ଠ ପ୍ରଦର୍ଶନ ଆଶାରେ ରହିବେ କୋହଲିଙ୍କ ପ୍ରଶଂସକ। ପ୍ରତି ବର୍ଷ ଭଳି କୋହଲି ଚଳିତ ବର୍ଷ ମଧ୍ୟ ପ୍ରଚୁର ରନ ସଂଗ୍ରହ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ୬୧୪ ରନ ସ୍କୋର କରି ଫର୍ମରେ ଥିବାର ପରିଚୟ ଦେଇଛନ୍ତି। ଏହି ସୁପରଷ୍ଟାରଙ୍କ ବ୍ୟତୀତ ଫିଲ୍‌ ସଲ୍ଟ, ମୟଙ୍କ ଅଗ୍ରଓ୍ବାଲ, ଅଧିନାୟକ ରଜତ ପଟିଦାର ଓ ଜୀତେଶ ଶର୍ମାଙ୍କୁ ନେଇ ଦଳର ବ୍ୟାଟିଂ ଲାଇନ୍‌ଅପ୍‌ ବେଶ୍‌ ଦୃଢ଼ ରହିଛି। ଆହତ ସମସ୍ୟା ଯୋଗୁ ଗତ ୨ଟି ମ୍ୟାଚରେ ଖେଳିପାରି ନ ଥିବା ଟିମ୍‌ ଡାଭିଡ ଯଦି ଫିଟ୍‌ ହୁଅନ୍ତି ତେବେ ଡେଥ୍‌ ଓଭରରେ ସେ ଓ ରୋମାରିଓ ଶେଫର୍ଡ ଦଳକୁ ବହୁ ଫାଇଦାରେ ରଖି ପାରିବେ। ବ୍ୟାଟିଂରେ କୋହଲିଙ୍କ ଭଳି ବୋଲିଂରେ ଜୋଶ ହାଜେଲଉଡ୍‌ ୨୧ଟି ଉଇକେଟ ନେଇ ଆରସିବି ପାଇଁ ସମ୍ଭାବନା ସୃଷ୍ଟି କରିଛନ୍ତି। ଏହି ଅଷ୍ଟ୍ରେଲୀୟ ଖେଳାଳିଙ୍କଠାରୁ ଆରସିବି ଆଉ ଏକ ଶ୍ରେଷ୍ଠ ପ୍ରଦର୍ଶନ ଆଶା କରିବ।

ଅନ୍ୟପକ୍ଷରେ କ୍ୱାଲିଫାୟର-୧ରେହାରିବା ପରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ କ୍ୱାଲିଫାୟର-୨ରେ ୫ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଦକ୍ଷତା ଦେଖାଇଛି। ଦୀର୍ଘ ୧୧ ବର୍ଷ ପରେ ପଞ୍ଜାବ ଫାଇନାଲରେ ପ୍ରବେଶ କରିଛି। ଅଧିନାୟକ ଆୟର ଓ କୋଚ୍‌ ରିକି ପଣ୍ଟିଂଙ୍କ କମ୍ବିନେଶନ ବେଶ୍‌ ଜମିଛି। ଆୟର ଗତବର୍ଷ ନିଜ ନେତୃତ୍ୱରେ କୋଲକାତା ନାଇଟ ରାଇଡର୍ସକୁ ଚାମ୍ପିୟନ କରାଇଥିଲେ। ସେ ମଧ୍ୟ ଚମତ୍କାର ଫର୍ମରେ ଥାଇ ୬୦୩ ରନ ସଂଗ୍ରହ କରି ସାରିଛନ୍ତି। ଆଇପିଏଲ୍‌ର ୧୮ ବର୍ଷ ଇତିହାସରେ ସେ ଏକମାତ୍ର ଅଧିନାୟକ ଭାବେ ୩ଟି ଭିନ୍ନଭିନ୍ନ ଦଳକୁ ଫାଇନାଲରେ ପହଞ୍ଚାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri