ଏହା ମନୁଷ୍ୟ ଦୁଃଖର ବଡ଼ କାରଣ, ଜାଣନ୍ତୁ କିପରି ପାଇବେ ମୁକ୍ତି

ସାରା ଜୀବନ ମଣିଷ ଦୁଃଖ ଦେଉଥିବା ବନ୍ଧନରୁ ମୁକ୍ତି ଦେବାକୁ ପ୍ରଚେଷ୍ଟା କରିଥାଏ। ହେଲେ ସଫଳ ହୋଇପାରେନା। ଚାଣକ୍ୟ ନୀତିରେ ଆଚାର୍ଯ୍ୟ ଚାଣକ୍ୟ ଏକ ଶ୍ଲୋକ ମାଧ୍ୟମରେ ଦୁଃଖର କାରଣ ବିଷୟରେ ବର୍ଣ୍ଣନା କରିଛନ୍ତି। ଜାଣନ୍ତୁ..

बन्धाय विषयाऽऽसक्तं मुक्त्यै निर्विषयं मनः।

मन एव मनुष्याणां कारणं बन्धमोक्षयोः ॥

ଚାଣକ୍ୟ ନୀତିର ଏହି ଶ୍ଲୋକରେ କହିଛନ୍ତି, ମନ ହେଉଛି ସବୁ ବନ୍ଧନ ଏବଂ ଦୁଃଖର କାରଣ। ମୋକ୍ଷପ୍ରାପ୍ତି ପାଇଁ ଭଗବାନ ଜୀବାତ୍ମାକୁ ମାନବ ଜୀବନ ପ୍ରଦାନ କରିଥାନ୍ତି। ହେଲେ ମନୁଷ୍ୟ ତାହା ଭୁଲି କାମ, କ୍ରୋଧ, ଲୋଭ, ମୋହ, ମାୟା ଆଦିରେ ଲିପ୍ତ ହୋଇଯାଏ। ଫଳରେ ମନୁଷ୍ୟ ନିଜର ବାସ୍ତବିକ ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇଯାଏ। ଏହାର ଏକମାତ୍ର କାରଣ ହେଉଛି ମନ।
ସେ କୁହନ୍ତି, ମନ ହିଁ ମନୁଷ୍ୟକୁ ପାପ କର୍ମ କରିବାକୁ ଅଗ୍ରସର କରାଇଥାଏ। ମନ ଦ୍ୱାରା ପରିଚାଳିତ ହେଉଥିବା ମଣିଷ କେବେ ବି ଜୀବନ ଏବଂ ମୃତ୍ୟୁର ଚକ୍ରରୁ ମୁକୁଳି ପାରେ ନାହିଁ। ଏଣୁ ମନକୁ ବିକାରମୁକ୍ତ କରିନେବା ଉଚିତ। ଏହାକୁ ନିୟନ୍ତ୍ରଣରେ ରଖି ପାରିଲେ ମୋକ୍ଷ ପ୍ରାପ୍ତି ହୋଇପାରିବ।