ଘରେ ବସି YONO SBIରେ ଅତି ସହଜରେ ଖୋଲନ୍ତୁ PPF ଆକାଉଣ୍ଟ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା…

ନୂଆଦିଲ୍ଲୀ,୯।୯: ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ୍‌) ହେଉଛି ଭାରତର ସବୁଠାରୁ ଭରସାଯୋଗ୍ୟ ଏବଂ ସରକାର ସମର୍ଥିତ ଦୀର୍ଘକାଳୀନ ସଞ୍ଚୟ ଯୋଜନା। ଏହା ସେକ୍ସନ ୮୦ସି ଅଧୀନରେ ଟିକସ ଲାଭ ପ୍ରଦାନ କରେ ଏବଂ ୧୫ ବର୍ଷରେ ମ୍ୟାଚୁରିଟି ହୁଏ। ସବୁଠାରୁ ଖାସ କଥା ହେଲା, ଏବେ ଆପଣ ନିଜର ସ୍ମାର୍ଟଫୋନ ମାଧ୍ୟମରେ ଏସବିଆଇ ୟୋନୋ (YONO SBI) ଆପ୍‌ ବ୍ୟବହାର କରି ପିପିଏଫ୍‌ ଆକାଉଣ୍ଟ ଖୋଲିପାରିବେ। ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟା।

Yono SBIରେ ପିପିଏଫ୍‌ ଆକାଉଣ୍ଟ ଖୋଲିବା ପ୍ରକ୍ରିୟା:
୧. ଆପ୍‌ ଡାଉନଲୋଡ୍‌: ଗୂଗଲ ପ୍ଲେ ଷ୍ଟୋର୍‌ କିମ୍ବା ଆପ ଷ୍ଟୋର୍‌ରୁ YONO SBI ଆପ ଡାଉନଲୋଡ କରନ୍ତୁ।
୨. ଲଗ୍‌ ଇନ୍‌: ନିଜର ଲଗ୍‌ ଇନ୍‌ ତଥ୍ୟ ସହିତ ଆପ୍‌ରେ ସାଇନ୍‌-ଇନ୍‌ କରନ୍ତୁ ଏବଂ ନିଶ୍ଚିତ କରନ୍ତୁ ଯେ ଆପଣଙ୍କର KYC ଅପଡେଟ ହୋଇଛି।
୩. ଇନଭେଷ୍ଟମେଣ୍ଟ ସେକ୍ସନ: ମୁଖ୍ୟ ମେନୁରୁ ‘Investments’ ସେକ୍ସନକୁ ଚୟନ କରନ୍ତୁ।
୪.ପିପିଏଫ୍‌ ଆକାଉଣ୍ଟ: ‘PPF Account’ ବିକଳ୍ପ ଚୟନ କରି ପ୍ରକ୍ରିୟା ଆରମ୍ଭ କରନ୍ତୁ।
୫.ଶାଖା ଓ ନୋମିନୀ: ଆପଣଙ୍କ ପସନ୍ଦ ଅନୁସାରେ ବ୍ୟାଙ୍କ ଶାଖା ଚୟନ କରନ୍ତୁ ଏବଂ ନୋମିନୀର ବିବରଣୀ ପୂରଣ କରନ୍ତୁ।
୬. ଷ୍ଟାଣ୍ଡିଂ ଇନଷ୍ଟ୍ରକସନ: ମାସିକ ନିବେଶ ପାଇଁ ଚାହିଁଲେ ଷ୍ଟାଣ୍ଡିଂ ଇନଷ୍ଟ୍ରକସନ ସେଟ କରିପାରିବେ।
୭. ସର୍ତ୍ତାବଳୀ: ସମସ୍ତ ତଥ୍ୟ ଯାଞ୍ଚ କରି ସର୍ତ୍ତାବଳୀ ଗ୍ରହଣ କରନ୍ତୁ।
୮.ଓଟିପି ଯାଞ୍ଚ: ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ପଠାଯାଇଥିବା ଓଟିପି ପୂରଣ କରି ପୁଷ୍ଟି କରନ୍ତୁ।
୯. ଆକାଉଣ୍ଟ ସକ୍ରିୟ: ଆକାଉଣ୍ଟ ଖୋଲିବା ପରେ ପ୍ରଥମ ରାଶି ଜମା କରି ଏହାକୁ ସକ୍ରିୟ କରନ୍ତୁ।

ମନେ ରଖନ୍ତୁ, ଜଣେ ବ୍ୟକ୍ତିଙ୍କ ନାମରେ କେବଳ ଗୋଟିଏ ପିପିଏଫ ଆକାଉଣ୍ଟ ବୈଧ ହୋଇପାରିବ।

ନୋମିନେସନ, ଅଟୋ-ପେ ଓ ସୁବିଧା:
– ନୋମିନୀ: ଆକାଉଣ୍ଟ ଖୋଲିବା ସମୟରେ ସର୍ବାଧିକ ଚାରି ଜଣ ନୋମିନୀ ଯୋଡ଼ି ହେବ, ଯାହା ଅପ୍ରତ୍ୟାଶିତ ପରିସ୍ଥିତିରେ ଦାବି ପ୍ରକ୍ରିୟାକୁ ସହଜ କରେ।
-ଅଟୋ-ପେ: ମାସିକ ଷ୍ଟାଣ୍ଡିଂ ଇନଷ୍ଟ୍ରକସନ ସେଟ କରି ନିୟମିତ ଜମା ଅଟୋମେଟେଡ କରାଯାଇପାରିବ, ଯାହାକୁ ପରେ ଆପ ମାଧ୍ୟମରେ ବଦଳାଯାଇପାରେ କିମ୍ବା ବନ୍ଦ କରାଯାଇପାରେ।
-ଅନ୍ୟ ସୁବିଧା: ଆକାଉଣ୍ଟ ଷ୍ଟେଟମେଣ୍ଟ, ବାଲାନ୍ସ ଏବଂ ସମସ୍ତ ଲେଣଦେଣ YONO SBI ଆପ ମାଧ୍ୟମରେ ଟ୍ରାକ୍‌ ଓ ପରିଚାଳନା କରାଯାଇପାରିବ।

ଏହି ସୁବିଧା ସହିତ ଏବେ ଘରେ ବସି ପିପିଏଫ ଆକାଉଣ୍ଟ ଖୋଲି ନିଜର ଆର୍ଥିକ ଭବିଷ୍ୟତକୁ ସୁରକ୍ଷିତ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri