ଜାଣନ୍ତୁ ତମନ୍ନାଙ୍କର କିଛି ସିକ୍ରେଟ୍‌…

‘ହାଏ ତୋ ପ୍ରେମର ରଙ୍ଗୋଲୀ’ ଗୀତରେ ସେ ସମସ୍ତଙ୍କ ମନରେ
ତାଙ୍କ ରଙ୍ଗର ଛାପ ଛାଡିଛନ୍ତି। ପୁଣି ‘ଚୁମ୍ବକ’ରେ ଜୀବନ୍ତ ଅଭିନୟ କରି ପ୍ରଶଂସା ସାଉଁଟିଛନ୍ତି। ସେ ହେଉଛନ୍ତି ତମନ୍ନା ବ୍ୟାସ୍‌ । ଜାଣିବା ତାଙ୍କର କିଛି ସିକ୍ରେଟ୍‌…

ବାପାଙ୍କର ଇଛା ଥିଲା ମତେ ଟିଭି ପରଦାରେ ଦେଖିବା: ପିଲାଟିଦିନରୁ ମୁଁ ବହୁତ ଆକ୍ଟିଭ ଥିଲି। ପାଠପଢା ବାଦ ନାଚ, ଗୀତ, ବକ୍ତୃତା ସବୁଥିରେ ଭାଗ ନେଉଥିଲି। ହେଲେ କେବେ ଭାବି ନ ଥିଲି ଦିନେ ଅଭିନୟ ଜଗତକୁ ଆସିବି ବୋଲି। ଆମ ପରିବାରରେ ବି କେହି ଏ ଲାଇନର ନୁହନ୍ତି। ହେଲେ ବାପା ସବୁବେଳେ କହୁଥିଲେ କେତେ ରିୟାଲିଟି ଶୋ’ହେଉଛି। ସେଥିରେ ଭାଗ ନିଅ। ଆମେ ବି ତତେ ଟିଭିରେ ଦେଖିବାକୁ ଚାହୁଁଛୁ। ସେବେଠୁ ମନରେ ଥିଲା ଯେ, ଦିନେ ନା ଦିନେ ଟିଭି ପରଦାକୁ ଆସିବି। ସେଥିପାଇଁ ସୁଯୋଗ ଖୋଜୁଥିଲି କ’ଣ କଲେ ଟିଭିରେ ଆସିପାରିବି। ବ୍ରହ୍ମପୁର ଆମ ଘର ହେଇଥିବାରୁ ପଢାପଢି ସବୁ ସେଇଠି ହେଇଛି। ଖଲ୍ଲିକୋଟ ୟୁନିଭର୍ସିଟିରେ ବିବିଏ କଲାପରେ ଭୁବନେଶ୍ୱର ବିଜେବି କଲେଜରେ ଜର୍ଣ୍ଣାଲିଜମ କଲି।
ରିୟାଲିଟି ଶୋ’ରୁ ହିରୋଇନ୍‌:୨୦୧୫ରେ ‘ରଜ କୁଇନ’ ଓ ‘ମୁଁ ବି ହେବି ହିରୋଇନ’ରେ ଭାଗ ନେଇ ଉଭୟରେ ରନର୍ସ ଅପ ହେଲି। ଏହାପରେ ଫିଲ୍ମର ଅଫର୍‌ ମିଳିଲା। ପ୍ରଥମ ଅଫର ଥିଲା ‘ଜୋକର’ ଚଳଚ୍ଚିତ୍ରର। ତେବେ କୌଣସି କାରଣରୁ ତାହା ରିଲିଜ ହୋଇପାରିଲା ନାହିଁ। ପରେ ‘ନିଝୁମ ରାତିର ସାଥୀ’ ଚଳଚ୍ଚିତ୍ରରେ କାମ କଲି, ଯାହା ୨୦୧୭ରେ ରିଲିିଜ ହେଲା। ଏହାପରେ ଗୋଟେ ପରେ ଗୋଟେ ଚଳଚ୍ଚିତ୍ର କରି ଚାଲିଲି। ‘ବ୍ଲାକମେଲ’ ଚଳଚ୍ଚିତ୍ରର ‘ହାଏ ତୋ ପ୍ରେମର ରଙ୍ଗୋଲୀ’ ଗୀତ ହିଟ ହୋଇଥିଲା। ଆଉ ସେଇ ଗୀତ ମତେ ବେଶୀ ଲୋକପ୍ରିୟ କରାଇଲା। ପରେ ‘ଭାଇନା କଣ କଲା ସେ’, ବାବୁସାନଙ୍କ ସହ ‘ଗୋଲମାଲ ଲଭ’, ଅନୁଭବଙ୍କ ସହ ‘ପ୍ରେମ କୁମାର’, ‘ଲକିିର ଲକଡାଉନ ଲଭଷ୍ଟୋରି’, ‘ରୋମିିଓ ରାଜା’, ପରି ଚଳଚ୍ଚିତ୍ର କଲି।
ଚୁମ୍ବକ ଦେଲା ଭିନ୍ନ ପରିଚୟ:ସମଲିଙ୍ଗୀ ସମ୍ପର୍କ ଉପରେ ଆଧାରିତ ଓ୍ବେବ ସିରିଜ ପାଇଁ ଯେତେବେଳେ ଅଫର୍‌ ଆସିଲା ପ୍ରଥମେ ମୁଁ ନିଷ୍ପତ୍ତି ନେଇପାରୁ ନ ଥିଲି କାମ କରିବି କି ନାଇଁ। ଏଭଳି ଚରିତ୍ରକୁ ଲୋକେ କେମିତି ଗ୍ରହଣ କରିବେ ଡ଼ର ଥିଲା। ସେଥିପାଇଁ ବାପାଙ୍କ ପରାମର୍ଶ ଲୋଡିଥିଲି। ବାପା କହିଥିଲେ- ତମେ ଯଦି ଭାବୁଛ ଏଭଳି ଚରିତ୍ର କରିବାରେ କିଛି ଅସୁବିଧା ନାହିଁ ତେବେ ତମେ କର। କରିବାକୁ ନିଷ୍ପତ୍ତି ନେଲି। ନିର୍ଦ୍ଦେଶକ ଏହାର କାହାଣୀକୁ ବେଶ ଭଲ ଭାବେ ପ୍ରେଜେଣ୍ଟ କରିଥିଲେ।
ମିସ ଡିଭା, ମିସ ଇଣ୍ଡିଆର ଯାତ୍ରା:ମୋର ସବୁବେଳେ ଇଛା ଥିଲା ନ୍ୟାଶନାଲ ଲେଭଲରେ ନିଜକୁ ପ୍ରମାଣିତ କରିବାକୁ। ସେଥିପାଇଁ ସବୁବେଳେ ମିସ ଇଣ୍ଡିଆକୁ ଫଲୋ କରୁଥିଲି। ନିଜେ ନିଜକୁ ଏଥିପାଇଁ ପ୍ରସ୍ତୁତ କରୁଥିଲି। ତେଣୁ ଫିଲ୍ମ କରିବା ଭିତରେ ମୁଁ ୨୦୧୮ରେ ‘ମିସ ଡ଼ିଭା’ରେ ପାର୍ଟିସିପେଟ କଲି। ଟପ୍‌ ୧୦ ରେ ବି ରହିଲି। ପରେ ଫେମିନା ମିସ ଇଣ୍ଡିଆ ୨୦୧୯ରେ ପାର୍ଟିିସିପେଟ କରି ଇଷ୍ଟ ଇଣ୍ଡିଆ ଫାଇନାଲିଷ୍ଟ ହେଇଥିଲି।
ଓଲିଉଡକୁ ଛାଡି ପାରିବିନି:ମତେ ଓଡ଼ିଶାରେ ହିଁ କାମ କରିବାର ଅଛି। ଓଲିଉଡ଼କୁ ଛାଡିପାରିବିନି। ତା’ମାନେ ନୁହଁ କି ଅନ୍ୟ ଇଣ୍ଡଷ୍ଟ୍ରିରେ କାମ କରିବିନି। ସୁଯୋଗ ମିଳିଲେ ନିଶ୍ଚୟ କରିବି। ଯେମିତିକି ମୁଁ ତେଲୁଗୁ ଫିଲ୍ମ ‘ଭେୟି ଶୁଭମୁଲୁ କାଲୁଗୁ ନିକୁ’ ଚଳଚ୍ଚିତ୍ରରେ କାମ କରିଛି।
ତେଲୁଗୁ ଶିଖିଲି ସାଙ୍ଗଠାରୁ:ଭାଷା ଶିଖିବା ଲାଗି ବ୍ରହ୍ମପୁର ସାଙ୍ଗର ସାହାଯ୍ୟ ନେଇଥିଲି ଯେମିତିକି ତେଲୁଗୁ ଭଲରେ କହିପାରିବି। କାହିଁକି ନା ସେ ଭାଷାକୁ ଭଲରେ ନ କହିପାରିଲେ ଦର୍ଶକଙ୍କ ହୃଦୟ ଜିଣି ହେବନି।
ମାମା ଓ ଭଉଣୀ ମୋ ଫ୍ୟାଶନ ଗାଇଡ଼୍‌: ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବାଠୁ ଆରମ୍ଭ କରି ହିରୋଇନ ହେବା ପର୍ଯ୍ୟନ୍ତ ସବୁଥିରେ ମୋ ମାମା ଓ ସାନ ଭଉଣୀ ସାଜିଛନ୍ତି ମୋର ଫ୍ୟାଶନ ଗାଇଡ଼୍‌।
ଡ୍ରିମ ରୋଲ:ସାଇକୋ ଲଭର୍‌ ଚରିତ୍ର କରିବାର ଇଛା ଅଛି।
ବିବାହ: ହଠାତ୍‌ ପ୍ରସ୍ତାବ ଆସିଲା ଆଉ ମୋର ବାହାଘର ହେଇଗଲା। ତେଣୁ ଆଜି ବି ବିଶ୍ୱାସ କରିପାରୁନି ଯେ, ମୁଁ ବାହା ହେଇଯାଇଛି ବୋଲି। ଆଉ ବିଶ୍ବାସ ବି ହେଉନି ମୁଁ ନମିତା ଅଗ୍ରଓ୍ବାଲଙ୍କର ବୋହୁ ହେଇଛି ବୋଲି।
ଶାଶୁ ନୁହନ୍ତି ସେ ମୋ ମା’:ଘର ପରିବାରକୁ ଆସିଛି ସତ। ହେଲେ ଏଇ ନୁଆ ଘର ଓ ପରିବାର ସବୁକିଛି ବେଶ ଭଲ ଲାଗୁଛି। ଆଉ ମୁଁ ଶାଶୁ ନୁହେଁ ମା ପାଇଛି।
ହବି: ସମୟ ମିଳିଲେ ଗୀତ ଶୁଣେ, ଜିମରେ ସମୟ ବିତାଏ। ତାସହ ନୁଆ ନୁଆ ଜିନିଷ ଶିଖିବା ପାଇଁ କେବେ ବକ୍ସିଂ କ୍ଲାସ ଜଏନ କରେ ତ କେବେ ଡ୍ୟାନ୍ସର ନୁଆ ଫର୍ମ ଶିଖେ, ପୁଣି କେବେ ସୁଇମିଂ ଶିଖେ।
ବ୍ୟୁଟି ଓ ଫିଟନେସ୍‌ ସିକ୍ରେଟ:ପ୍ରଚୁର ପାଣି ପିଏ, ଫଳ, ସବୁଜ ପନିପରିବା ଖାଏ। କୃତ୍ରିମ ଉପାୟରେ ସୁନ୍ଦର ଦେଖାଯିବା ସପକ୍ଷରେ ମୁଁ ନୁହେଁ। ଆଉ ଫିଟନେସ୍‌ ପାଇଁ ମୁଁ ଜିମ ଯାଏ। ଘରେ ଟ୍ରେଡମିଲ ବ୍ୟବହାର କରି ବ୍ୟାୟାମ ବି କରେ।
ଓ୍ବିକନେସ୍‌: ମିଠା ମୋର ବଡ ଦୁର୍ବଳତା।
ଷ୍ଟ୍ରେଙ୍ଗଥ୍‌: ମୁଁ କେବେ ବି କୌଣସି କଥାକୁ ମନରେ ଧରିକି ରଖିପାରେନା। ଜଲ୍ଦି ଭୁଲି ଯାଏ।ମତେ କିଏ କିଛି ଖରାପ କହିଲେ ବି ରାଗ ରଖିପାରେନା। କହିବାକୁଗଲେ ମୁଁ ବହୁତ କୁଲ୍‌।
ଡରେ: ବାପାଙ୍କୁ ଯେତିକି ଭଲ ପାଏ ସେତିକି ଡରେ ବି।
ପ୍ରିୟ ଖାଦ୍ୟ: ମୁଁ ଭେଜିଟେରିଆନ। ମିଠା ବ୍ୟତିତ ମତେ ପିଜ୍ଜା ଓ ପନିରର ସବୁ ଆଇଟମ ପସନ୍ଦ।
ପ୍ରିୟ ବୁଲିବା ସ୍ଥାନ: ଗୋପାଳ ପୁର ସି’ ବିଚ ମୋର ପ୍ରିୟ ବୁଲିବା ସ୍ଥାନ।
ଅବସୋସ : ନା, ଆଜିପର୍ଯ୍ୟନ୍ତ ମୁଁ ଯାହା ଚାହିଁଛି ସବୁ ପାଇଛି। ଏମିତିକି ଯାହା ଭାବି ନ ଥିଲି ତାହା ବି ପାଇଛି। ସେଥିପାଇଁ ଅବସୋସ କିଛି ନାହିଁ।
-ଶିବାନୀ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri