୩ ଲକ୍ଷ ଟଙ୍କିଆ ଚା’ରୁ ଆରମ୍ଭ ହୁଏ ନୀତା ଅମ୍ବାନୀଙ୍କ ଦିନ: ଜାଣନ୍ତୁ….

ଭାରତର ସବୁଠାରୁ ଧନୀ ତଥା ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ। ମୁକେଶଙ୍କ ସ୍ତ୍ରୀ ନୀତା ନିଜର ରାଜକୀୟ ଜୀବନଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସାମାଜିକ କଲ୍ୟାଣ କାର୍ଯ୍ୟ ପାଇଁ ସେ ସାରା ବିଶ୍ୱରେ ପରିଚିତ। ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ସାଙ୍ଗକୁ ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାରମ୍ୟାନ୍‌ ହେଉଛନ୍ତି ନୀତା। କରୋନା ମହାମାରୀ ସମୟରେ ସାମାଜିକ ସେବା ପାଇଁ ଆମେରିକାର ପ୍ରସିଦ୍ଧ ଲାଇଫ୍‌ଷ୍ଟାଇଲ ମାଗାଜିନ୍‌ ‘ଟାଉନ୍‌ ଆଣ୍ଡ୍‌ କଣ୍ଟ୍ରି’ ରେ ବିଶ୍ୱର ଶ୍ରେଷ୍ଠ ୨୦ ମହିଳା ତାଲିକାରେ ସେ ସ୍ଥାନ ପାଇଥିଲେ। ଏହି ସମ୍ମାନ ପାଇଥିବା ସେ ହେଉଛନ୍ତି ଭାରତର ପ୍ରଥମ ମହିଳା। ନୀତାଙ୍କ ଜୀବନଶୈଳୀ ବହୁତ ବିଳାସପୂର୍ଣ୍ଣ।

ଚା’ ପିଇବାକୁ ଭଲ ପାଉଥିବା ନୀତାଙ୍କ ଚା’ ମଧ୍ୟ ସବୁଠାରୁ ସ୍ବତନ୍ତ୍ର। ସେ ପିଉଥିବା ଚା’ର ମୂଲ୍ୟ ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରତିଦିନ ୩ ଲକ୍ଷ ଟଙ୍କିଆ ଚା’ ସେ ପିଇଥାନ୍ତି। ବିଶ୍ୱାସ ହେଉ ନ ଥିଲେ ମଧ୍ୟ ଏହା ସତ।
ଜାପାନର ସର୍ବପୁରାତନ ତଥା ମହଙ୍ଗା କ୍ରୋକେରୀ ବ୍ରାଣ୍ଡ ନୋରିଟେକ କପ୍‌ରେ ସେ ଚା’ ପିଇଥାନ୍ତି। ଏହି କ୍ରୋକେରୀ ସେଟ୍‌ ୫୦ ପିସ୍‌ରେ ଆସିଥାଏ। ଯାହାର ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା। ଫଳରେ ଗୋଟିଏ କପ୍‌ର ମୂଲ୍ୟ ୩ ଲକ୍ଷ ଟଙ୍କା। ଏହି କପ୍‌ରେ ସୁନାର ବର୍ଡର ଲାଗିଛି। ଫଳରେ ନୀତାଙ୍କ ଚା’ର ମୂଲ୍ୟ ୩ ଲକ୍ଷ ଟଙ୍କା।

Share