Posted inଫୁରସତ

କଥା ‘ସ୍ବସ୍ତିକ’ର…

ସ୍ବସ୍ତିକ ଶବ୍ଦ ‘ସୁ’, ‘ଅସ୍ତି’ ଓ ‘କ’ ଶବ୍ଦର ମିଶ୍ରଣରେ ତିଆରି। ‘ସୁ’ ର ଅର୍ଥ ଶୁଭ, ‘ଅସ୍ତି’ର ଅର୍ଥ ହେବା ଓ ‘କ’ର ଅର୍ଥ କର୍ତ୍ତା ବା କରୁଥିବା ବ୍ୟକ୍ତି। ତେଣୁ ସ୍ବସ୍ତିକର ମୌଳିକ ଅର୍ଥ ହେଉଛି ଶୁଭଙ୍କର ହେବା। ସ୍ବସ୍ତିକ ପୁଣି ଦୁଇ ପ୍ରକାରର। ଗୋଟିଏରେ ରେଖାଗୁଡିକ ସାମ୍‌ନା ଭାଗକୁ ଇଙ୍ଗିତ କରି ଡାହାଣ ଆଡକୁ ମୋଡି ହୋଇଥାଏ, ଯାହାକୁ ଶୁଭଙ୍କରୀ ସ୍ବସ୍ତିକ କୁହାଯାଏ। ଏହା ପ୍ରଗତିର ସଙ୍କେତ ଦିଏ। ଦ୍ୱିତୀୟ ପ୍ରକାରର ସ୍ବସ୍ତିକରେ ରେଖାଗୁଡିକ ପଛଆଡକୁ ସଙ୍କେତ ଦେଇ ଆମର ବାମ ପଟକୁ ମୋଡି ହୋଇଥାଏ। ଏହା ବାମାବର୍ତ୍ତ ସ୍ବସ୍ତିକ ଭାବେ ପରିଚିତ। ଭାରତୀୟ ସଂସ୍କୃତିରେ ଏହାକୁ ଅଶୁଭ ଭାବେ ଗଣନା କରାଯାଏ।

ଜର୍ମାନୀର କ୍ରୁର ଶାସକ ହିଟଲର କିନ୍ତୁ ନିଜ ଧ୍ୱଜରେ ଏହି ବାମାବର୍ତ୍ତ ସ୍ବସ୍ତିକ ଚିହ୍ନ ବ୍ୟବହାର କରିଥିଲେ। ସ୍ବସ୍ତିକର ଅର୍ଥ କଲ୍ୟାଣ ବା ମଙ୍ଗଳ। ଏହା ଏକ ବିଶେଷ ପ୍ରକାରର ଚିହ୍ନ ଅଟେ, ଯାହାକୁ କୌଣସି କାର୍ଯ୍ୟ କରିବା ପୂର୍ବରୁ କରାଯାଏ। ବିଶ୍ୱାସ କରାଯାଏ ଏହି ଚିହ୍ନ ସବୁଦିଗରୁ ଶୁଭ ଓ ମଙ୍ଗଳ କାରକକୁ ନିଜ ଆଡକୁ ଆକର୍ଷିତ କରିଥାଏ। କାର୍ଯ୍ୟ ଆରମ୍ଭରୁ ଏହାକୁ ପୂଜା କରାଯାଉଥିବାରୁ ଏହାକୁ ଭଗବାନ ଗଣେଶଙ୍କ ସ୍ବରୂପ ଭାବେ ବି ଗ୍ରହଣ କରାଯାଏ। ବିଶ୍ୱାସ କରାଯାଏ ଏହାର ଅଙ୍କନ କଲେ ବ୍ୟକ୍ତିଙ୍କୁ ସମ୍ପନ୍ନତା, ସମୃଦ୍ଧି ଓ ଏକାଗ୍ରତା ପ୍ରାପ୍ତି ହୁଏ। କେବଳ ସେତିକି ନୁହେଁ କୌଣସି ପୂଜାରେ ଯଦି ଏହାର ପ୍ରୟୋଗ ନ ହୁଏ ସେହି ପୂଜାର ପ୍ରଭାବ ଲମ୍ବା ସମୟ ପର୍ଯ୍ୟନ୍ତ ରହିପାରେନା ବୋଲି ବିଶ୍ୱାସ ରହିଛି। ସିଦ୍ଧାନ୍ତ ସାର ଗ୍ରନ୍ଥରେ ଏହାକୁ ବ୍ରହ୍ମାଣ୍ଡର ପ୍ରତିକ ଭାବେ ମଧ୍ୟ ଗ୍ରହଣ କରାଯାଇଛି। ସ୍ବସ୍ତିକର ମଧ୍ୟଭାଗକୁ ବିଷ୍ଣୁଙ୍କ କମଳ ନାଭି ଓ ରେଖାଗୁଡିକୁ ବ୍ରହ୍ମାଙ୍କ ଚାରି ମୁଖ, ଚାରି ହାତ ଓ ଚାରି ବେଦରୂପେ ବିବେଚନା କରାଯାଇଛି।

ସ୍ବସ୍ତିକକୁ ଠିକ୍‌ଭାବରେ ଅଙ୍କନ କରିଥିଲେ ସକାରାତ୍ମକ ଉର୍ଜା ମିଳିଥାଏ। ଏହି ଊର୍ଜା ବସ୍ତୁ କିମ୍ବା ବ୍ୟକ୍ତିଙ୍କ ସୁରକ୍ଷାରେ ସହାୟକ ହୁଏ। ସ୍ବସ୍ତିକର ଊର୍ଜା ଘର, ଅଫିସ୍‌ କିମ୍ବା ଦୈନନ୍ଦୀନ ଜୀବନରେ ପ୍ରୟୋଗ କଲେ ବ୍ୟକ୍ତି ରୋଗ ମୁକ୍ତ, ଚିନ୍ତାମୁକ୍ତ ରହିବେ ବୋଲି ବିଶ୍ୱାସ ରହିଛି। ସ୍ବସ୍ତିକର ରେଖା କୋଣ ଠିକ ଭାବେ କରିବା ଜରୁରୀ। ଭୁଲରେ ବି ଓଲଟା ସ୍ବସ୍ତିକ କରିବେ ନାହିଁ। ଲାଲ ଓ ହଳଦିଆ ରଙ୍ଗର ସ୍ବସ୍ତିକ ସବୁଠାରୁ ଭଲ। ଯେଉଁଠି ବାସ୍ତୁଦୋଷ ଥାଏ ସେହି ଘରର ମୁଖ୍ୟଦ୍ୱାରରେ ଲାଲରଙ୍ଗର ସ୍ବସ୍ତିକ କରିବା ଭଲ। ପୂଜା ସ୍ଥାନ, ପଢା ସ୍ଥାନ ଓ ବାହନରେ ସ୍ବସ୍ତିକ ଚିହ୍ନ କଲେ ଲାଭ ମିଳେ। ଏହି ମାଙ୍ଗଳିକ ଚିହ୍ନ ଅନାଦି କାଳରୁ ସମ୍ପୂର୍ଣ୍ଣ ସୃଷ୍ଟିରେ ବ୍ୟାପ୍ତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ପିକନିକ୍‌ ପ୍ଲାନିଂ କରୁଥିଲେ ଜାଣି ନିଅନ୍ତୁ

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ ମହିଳା: ଧୋକା ମିଳିବା ପରେ ପୁଣି ଫେରିଲେ ଶାଶୁଘରକୁ, ତା’ପରେ ଯାହା ଘଟିଲା…

ଇନ୍ଦୋର,୨୦।୧୨: ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ମହିଳା ପ୍ରଥମେ ତାଙ୍କ ସ୍ବାମୀଙ୍କୁ ପ୍ରତାରଣା କରିଥିଲେ ଏବଂ ପରେ ନିଜେ ପ୍ରତାରଣାର ଶିକାର ହୋଇଥିଲେ। ସେ ତାଙ୍କ ପ୍ରେମିକ...

ବିଶ୍ୱର ଏକମାତ୍ର ବୁଲେଟ୍‌ ପ୍ରୁଫ୍‌ ପ୍ରାଣୀ, AK-47 ଗୁଳି ବି କରିବ ନାହିଁ ପ୍ରଭାବିତ, ଜାଣିଲେ…

ସାରା ବିଶ୍ୱରେ ଲକ୍ଷଲକ୍ଷ ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳିଥାନ୍ତି। କିଛି ଜୀବ ଅନନ୍ୟ ଗଠନ ପାଇଁ ଜଣାଶୁଣା ଥିବାବେଳେ ଆଉ କିଛି ସେମାନଙ୍କର ଆକ୍ରମଣାତ୍ମକତା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri