କିଆରାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ତିନି ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା ଶେଷରେ ଫେବୃଆରୀ ୭ରେ ବିବାହ କରିବାକୁ ଯାଉଛନ୍ତି। ରାଜସ୍ଥାନର ଜୈସଲମେରର ଏକ ପ୍ୟାଲେସରେ ଆୟୋଜିତ ହେବାକୁ ଥିବା ଏହି ବିବାହ ଉତ୍ସବରେ ଯୋଗଦେବା ପାଇଁ ବଲିଉଡର ଅନେକ ସେଲିବ୍ରିଟି ସେଠାରେ ପହଞ୍ଚିଛନ୍ତି। ଫିଲ୍ମ ‘ଶେର୍‌ ଶାହା’ର ଶୁଟିଂ ସମୟରେ କିଆରା ଏବଂ ସିଦ୍ଧାର୍ଥ ପରସ୍ପରର ନିକଟତର ହୋଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା।
କିଆରା ୨୦୧୪ରେ ଫିଲ୍ମ ‘ଫୁଗ୍‌ଲି’ ମାଧ୍ୟମରେ ହିନ୍ଦୀ ସିନେମା ଜଗତରେ ପାଦ ଦେଇଥିଲେ, ଏହି ଫିଲ୍ମଟି ବିଶେଷ ସଫଳ ହୋଇ ନ ଥିଲା। ‘ଏମଏସ ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀ’ ସହିତ କିଆରା ଆଡଭାନି ସଫଳତା ପାଇଲେ। ‘କବୀର ସିଂ’, ‘ଶେର୍‌ ଶାହା’, ‘ଗୁଡ ନ୍ୟୁଜ’, ‘ଭୁଲ ଭୁଲେୟା ୨’, ‘ଜୁଗ ଜୁଗ ଜିଓ’ ଭଳି ଅନେକ ହିଟ୍‌ ଫିଲ୍ମରେ କାମ କରିଥିବା କିଆରା ଆଡଭାନୀ ଗୋଟିଏ ଫିଲ୍ମ ପାଇଁ ଚାରି ରୁ ପାଞ୍ଚ କୋଟି ଟଙ୍କା ନିଅନ୍ତି। କିଆରା ମୋହେ, ସେନକୋ ଗୋଲ୍ଡ ଏବଂ ଡାଏମଣ୍ଡ, ପ୍ରିୟାଗୋଲ୍ଡ, କୋଲଗେଟ, ପଣ୍ଡସ୍‌ ଭଳି ବଡ଼ ବ୍ରାଣ୍ଡକୁ ପ୍ରମୋଶନ କରନ୍ତି। ସେ ଗୋଟିଏ ବ୍ରାଣ୍ଡ ପାଇଁ ଦୁଇରୁ ତିନି କୋଟି ଚାର୍ଜ କରନ୍ତି। କିଆରା ଆଡଭାନୀଙ୍କ ମୋଟ ନିଟ ମୂଲ୍ୟ ପ୍ରାୟ ୩୦ କୋଟି ଟଙ୍କା।
କିଆରା ବିଳାସପୂର୍ଣ୍ଣ ଯାନକୁ ଭଲ ପାଆନ୍ତି। ସେ ପ୍ରାୟତଃ ମର୍ସିଡିଜ ବେଞ୍ଜ ଇ୨୨୦ଡିରେ ଦେଖାଯାନ୍ତି, ଯାହାର ମୂଲ୍ୟ ୭୧.୯୫ ଲକ୍ଷ। ଏହା ବ୍ୟତୀତ ସେ ଅଡି ଏ୮ଏଲର ମାଲିକ, ଯାହାର ମୂଲ୍ୟ ୧.୫୬ କୋଟି। ମୁମ୍ବାଇରେ କିଆରାଙ୍କ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟର ଅଛି, ଯାହାର ମୂଲ୍ୟ ପ୍ରାୟ ୧୫ କୋଟି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri