ଜାଣନ୍ତୁ କେତୋଟି ହାତୀ ଦ୍ୱାରା ଧନରତ୍ନ ଆଣି କାଳିଆଙ୍କୁ ସମର୍ପି ଥିଲେ ରାଜା, ରାଜ୍ୟ ଜିତି ଆଣିଥିଲେ ଆଖି ଖୋସି ହୋଇଯିବା ଭଳି ସୁନା

ଭୁବନେଶ୍ୱର,୧୬।୭: ରତ୍ନଭଣ୍ଡାର ନେଇ ଲାଗି ରହିଛି ଚର୍ଚ୍ଚା। ୪୫ବର୍ଷ ପରେ ଖୋଲା ଯାଇଛି ଜଗନ୍ନାଥଙ୍କ ଭଣ୍ଡାର। ତେବେ ବାହାର ଓ ଭିତର ଭଣ୍ଡାର ଖୋଲା ହୋଇଥିବାବେଳେ ଆସନ୍ତା ଗୁରୁବାର ଭିତର ରତ୍ନଭଣ୍ଡାରର ତନ ତନ ଯାଞ୍ଚ କରିବେ ଯାଞ୍ଚ କମିଟି। ଭଣ୍ଡାରର ସୁନାରୁପା ହାତରେ ଟେକି ସ୍ଥାନାନ୍ତର କରିବା ସମ୍ଭବ ନୁହେଁ ବୋଲି ଏଥିପାଇଁ ବଡ଼ ବଡ଼ ସିନ୍ଦୁକ ତିଆରି କରାଯାଇଛି। କିନ୍ତୁ ଆପଣ ଜାଣିଛନ୍ତି ଏହି ରତ୍ନ ଭଣ୍ଡାରରେ ଥିବା ଧନରତ୍ନକୁ ଯେତେବେଳେ ଉତ୍କଳର ରାଜା ଜିତିଥିଲେ ସେ ହାତୀ ଦ୍ୱାରା ଏହାକୁ ବୋହି ବୋହି ଆଣି ମହାପ୍ରଭୁ ଜଗନ୍ନାଥଙ୍କୁ ସମର୍ପି ଥିଲେ। ଏହି ମହଣ ମହଣ ସୁନାର ଓଜନ ଟେକିବା ସମ୍ଭବପର ନୁହେଁ ବୋଲି ହାତୀର ସାହାର୍ଯ୍ୟ ନେଇଥିଲେ। ତେବେ ଆପଣ ଜାଣନ୍ତି କି କେତୋଟି ହାତୀ ପିଠିରେ ଧନରତ୍ନ ଆଣି ମହାପ୍ରଭୁଙ୍କୁ ସମର୍ପି ଥିଲେ ରାଜା । ଆସନ୍ତୁ ଜାଣିବା।

ମାଦଳାପାଞ୍ଜିରୁ ଜଣାଯାଏ, ଅନଙ୍ଗଭୀମ ଦେବ ବିଭିନ୍ନ ରାଜ୍ୟ ଜୟ କରି ଧନରତ୍ନ ଆଣିଥିଲେ । ସେତେବେଳେର ତଥ୍ୟ ଅନୁଯାୟୀ ରାଜା ସୁନା ୪୦ ଲକ୍ଷ ମାଢ ରତନମାନ ଓ ମୂଳ ପ୍ରମାଣେ ୭ ଲକ୍ଷ ୮୮ ହଜାର ମାଢ ଆସିଥିଲା । ପାଏ ଦୁଇ ପଦକୁ ମାଢ ୪୭, ୮୮୦୦ ଲକ୍ଷ ହୋଇଥିଲା। ମୋଟ ୪୨ ଲକ୍ଷ ୮୮ ହଜାର ମାଢ ଧନରତ୍ନ ଶ୍ରୀମନ୍ଦିର ରାଜକାଷକୁ ପ୍ରଦାନ କରାଯାଇଥିଲା । ଏଥିସହିତ ଶ୍ରୀଜିଉଙ୍କ ବିଭିନ୍ନ ଯାନିଯାତ୍ରା ଓ ଉତ୍ସବ ଲାଗି ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାର ନିର୍ମାଣ ନିମନ୍ତେ ୨ ଲକ୍ଷ ୫୦ ହଜାର ମାଢ ସୁନା ମନ୍ଦିରକୁ ପ୍ରଦାନ କରାଯାଇଥିଲା । ଏଥିସହିତ ୧୦ ହଜାର ସୁବର୍ଣ୍ଣ ମୁଦ୍ରା ମଧ୍ୟ ରତ୍ନଭଣ୍ଡାରକୁ ଦାନ କରାଯାଇଥିଲା।

ଗଜପତି କପିଳେନ୍ଦ୍ର ଦେବଙ୍କ ରାଜତ୍ୱ ସମୟରେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ରତ୍ନ ଦ୍ରବ୍ୟ ଆହୁରି ବଢିଥିଲା । ମହାପ୍ରଭୁଙ୍କୁ ରାଜାଧିରାଜ ମାନିଥିବା ରାଜା ନିଜକୁ ପ୍ରଭୁଙ୍କର “ରାଉତ’ ରୂପେ ଅଭିହିତ କରିଥିଲେ । ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାରରେ ଏକ ଅଭିଲେଖରୁ ଜଣାଯାଏ ଏହା ଜଣାଯାଏ। ମହାରାଜା କପିଳେନ୍ଦ୍ର ଦେବ ଦାକ୍ଷିଣାତ୍ୟ ରାଜ୍ୟ ଜୟ କରି ସାଙ୍ଗରେ ଆଣିଥିବା ସମସ୍ତ ଧନରତ୍ନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରିଥିଲେ। କଥିତ ଅଛି ଯେ ରାଜା କପିଳେନ୍ଦ୍ର ଦେବ ଦାକ୍ଷିଣାତ୍ୟ ବିଜୟ କରି ୧୬ଟି ହାତୀ ପିଠିରେ ବିପୁଳ ପରିମାଣର ଧନରତ୍ନ, ମଣିମୁକ୍ତା ଆଣି ମହାପ୍ରଭୁଙ୍କୁ ଉତ୍ସର୍ଗ କରିଥିଲେ । ତତ୍କାଳୀନ ବଡ଼ ଚଢାଉକରଣ ସେବକର ଅନୁରୋଧକ୍ରମେ ରଥଯାତ୍ରା ସମୟରେ ରଥ ଉପରେ ସୁନାବେଶ ବା “ବଡ଼ ତଢଉ’ ବେଶର ପ୍ରଚଳନ ହୋଇଥିଲା। ଏହି ବେଶ କରିବା ନିମନ୍ତେ ୧୩୮ ପ୍ରକାର ନୂଆ ଭାବରେ ବିଭିନ୍ନ ରତ୍ନଖଚିତ ସ୍ପର୍ଶ ଅଳଙ୍କାର ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ରାଜା ପୁରୁଷୋତ୍ତମ ଦେବ ମହାପ୍ରଭୁଙ୍କ ଲାଗି ହାତୀଦାନ୍ତ ରତ୍ନପଲଙ୍କ, ରତ୍ନଖଟ, ରତ୍ନକଳସ, ରତ୍ନଛତି, ରତ୍ନବେଣ୍ଟ ଚାମର ଓ ସୁନାମାର୍ଜନୀ ପ୍ରଭୃତି ଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri