ଶିଳ୍ପାଙ୍କଠାରୁ ଆରମ୍ଭ କରି ସନି ଲିଓନି: ନକଲି ନାମରେ ଜଣାଶୁଣା ଏସବୁ କଳାକାର, ପ୍ରକୃତ ନାମ ଜାଣିଲେ..

ବମ୍ବେ: ବଲିଉଡ୍‌ରେ ଅନେକ କଳାକାର ଏଭଳି ଅଛନ୍ତି ଯେଉଁମାନେ ନିଜର ନାମକୁ ବଦଳାଇଦେଇଛନ୍ତି। ଅତଃ ସେମାନେ ନୂଆ ନାମକୁ ନେଇ ପରିଚିତ ହେଉଛନ୍ତି। ତାଲିକାରେ ମନୋରଞ୍ଜନଜଗତର ଟପ୍‌ ଅଭିନେତ୍ରୀ/ଅଭିନେତାମାନେ ମଧ୍ୟ ଅଛନ୍ତି। ଆସନ୍ତୁ ଜାଣିବା କ’ଣ ସେମାନଙ୍କ ପ୍ରକୃତ ନାମ:-

ଶିଳ୍ପା ସେଟ୍ଟୀ: ଖ୍ୟାତନାମା ଅଭିନେତ୍ରୀ ଶିଳ୍ପା ୧୯୭୫ ଜୁନ ୮ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଅଶ୍ୱିନୀ ସେଟ୍ଟୀ।

ସୈଫ ଅଲ୍ଲୀ ଖାନ: ୧୯୭୦ ଫେବୃୟାରୀ ୧୬ରେ ଜନ୍ମିତ ସୈଫ୍‌ଙ୍କ ପ୍ରକୃତ ନାମ ସାଜିଦ୍‌ ଅଲ୍ଲୀ ଖାନ୍‌। ସେ ଅଭିନେତ୍ରୀ ଶର୍ମିଳା ଟାଗୋରଙ୍କ ପୁତ୍ର।

ସନି ଦେଓଲ: ଅଭିନେତା ଧର୍ମେନ୍ଦ୍ରଙ୍କ ବଡ଼ ପୁଅ ସନିଙ୍କ ପ୍ରକୃତ ନାମ ଅଜୟ ସିଂହ ଦେଓଲ। ୧୯୫୬ ଅକ୍ଟୋବର ୧୯ରେ ଜନ୍ମଗ୍ରହଣ କରିଥିଲେ।

ପ୍ରୀତି ଜିଣ୍ଟା: ଅଭିନେତ୍ରୀ ପ୍ରୀତି ୧୯୭୫ ଜାନୁୟାରୀ ୩୧ରେ ହିମାଚଳ ପ୍ରଦେଶର ସିମଲାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପ୍ରକୃତ ନାମ ପ୍ରୀତମ ଜିଣ୍ଟା ସିଂହ।

ମଲ୍ଲିକା ଶେରାଓ୍ବତ: ଅଭିନେତ୍ରୀ ମଲ୍ଲିକାଙ୍କ ପ୍ରକୃତ ନାମ ରୀମା ଲାମ୍ବା। ସେ ୧୯୭୬ ଅକ୍ଟୋବର ୨୪ରେ ହରିୟାଣାର ହିସାରରେ ଜନ୍ମଗ୍ରହଣ କରିଥିଲେ।

ମିଥୁନ ଚକ୍ରବର୍ତ୍ତୀ: ଅଭିନେତା ମିଥୁନଙ୍କ ପ୍ରକୃତ ନାମ ଗୌରଙ୍ଗା ଚକ୍ରବର୍ତ୍ତୀ। ସେ ୧୯୫୦ ଜୁନ ୧୬ରେ ପଶ୍ଚିମବଙ୍ଗରେ ଜନ୍ମଗ୍ରହଣ କରିଥିଲେ।

ଅକ୍ଷୟ କୁମାର: ଖିଲାଡି କିଙ୍ଗଙ୍କ ପ୍ରକୃତ ନାମ ରାଜୀବ ଭାଟିୟା।

ଦିଲୀପ କୁମାର: ଦିଲୀପଙ୍କ ପ୍ରକୃତ ନାମ ମହମ୍ମଦ ୟୁସୁଫ ଖାନ୍‌। ସେ ବଲିଉଡ୍‌କୁ ଆସିବା ପୂର୍ବରୁ ନିଜ ନାମ ପରିବର୍ତ୍ତନ କରିଥିଲେ।

ସନି ଲିଓନି: ସନି ଲିଓନିଙ୍କ ପ୍ରକୃତ ନାମ କରନଜୀତ କୌର ବୋହରା।

ଅଜୟ ଦେବଗନ: ଅଭିନେତାଙ୍କ ନାମ ବିଶାଳ ଦେବଗନ। ୧୯୬୯ ଏପ୍ରିଲ ୨ରେ ଜନ୍ମଗ୍ରହଣ କରିଥିଲେ।

ଅମିତାଭ ବଚ୍ଚନ: ବଲିଉଡ୍‌ ସୁପରଷ୍ଟାର ଅମିତାଭଙ୍କ ଅସଲ ନାମ ଇନ୍‌କଲାବ ଶ୍ରୀବାସ୍ତବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri