Categories: ବାଣିଜ୍ୟ

ଏହି ଗ୍ଲାମର ଗର୍ଲ ହେବେ ଅମ୍ବାନୀ ପରିବାରର ସାନ ବୋହୂ: ବାପାଙ୍କର ରହିଛି ୮ କମ୍ପାନୀ

ଦେଶର ସବୁଠାରୁ ଧନୀ ତଥା ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ। ତେବେ ମୁକେଶଙ୍କ ପରିବାର ବିଷୟରେ ଜାଣିବାକୁ ସମସ୍ତେ ଚାହିଁଥାନ୍ତି। ଅମ୍ବାନୀ ପରିବାରର ପ୍ରତ୍ୟେକ ସଦସ୍ୟ ସେଲିବ୍ରିଟିଠାରୁ କିଛି କମ୍‌ ନୁହନ୍ତି। ଏହି ପରିବାରର ସମସ୍ତ ଉତ୍ସବ ଉପରେ ଲୋକଙ୍କର ନଜର ରହିଥାଏ। ମୁକେଶଙ୍କ ବଡ଼ ପୁ ଆକାଣ ଏବଂ ଝିଅ ଈଶାଙ୍କ ବିବାହ ପରେ ଏବେ ସାନ ପୁଅ ଅନନ୍ତଙ୍କ ବିବାହ ଉପରେ ସମସ୍ତଙ୍କ ନଜର।
ତେବେ ଅନନ୍ତଙ୍କ ଗର୍ଲଫ୍ରେଣ୍ଡ କିଏ ତାହା ଆଉ କାହାକୁ ଅଛପା ନାହିଁ। ଭାଇ ଆକାଶ ଏବଂ ଶ୍ଲୋକା ମେହଟାଙ୍କ ବିବାହ ପାର୍ଟିରେ ଏହା ଜଣାପଡ଼ିଥିଲା। ରାଧିକା ମର୍ଚେଣ୍ଟ ହେଉଛନ୍ତି ଅନନ୍ତଙ୍କ ଗର୍ଲଫେଣ୍ଡ। ଅନନ୍ତ ଡାକିବାରୁ ରାଧିକା ଏହି ଉତ୍ସପରେ ଯୋଗ ଦେଇଥିଲେ। ପାର୍ଟିରେ ବଲିଉଡ୍‌ ସୁପରଷ୍ଟାର ଶାହାରୁଖ୍‌ ଖାନ୍‌ ହୋଷ୍ଟ ସାଜିଥିଲେ। ଏହି ଅବସରାରେ ସେ ଥଟ୍ଟାରେ ଅନନ୍ତଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡ ବିଷୟରେ କହିବାକୁ କହିଥିଲେ। ଏହା ପରେ ରାଧିକା ଅମ୍ବାନୀ ପରିବାରର ସାନ ବୋହୂ ବୋଲି ସମସ୍ତେ ଜାଣିଯାଇଥିଲେ। ଅନନ୍ତଙ୍କୁ ରାଧିକାଙ୍କ ସହ ଅନେକ ଥର ସର୍ବସାଧାରଣରେ ଏକାଠି ଦେଖିବାକୁ ମିଳିଛି। ନୀତା ମଧ୍ୟ ରାଧିକାଙ୍କୁ ବହୁତ ପସନ୍ଦ କରନ୍ତି। ନୀତା ସମସ୍ତ ଉତ୍ସବରେ ତାଙ୍କୁ ଡାକିବାକୁ ଭୁଲି ନ ଥାନ୍ତି।


ରାଧିକାଙ୍କ ବାପା ଭିରେନ ମର୍ଚାଣ୍ଟ ଏଡିଏସ୍‌ର ଜଣେ ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ। ଏଥିସହ ସେ ଏନ୍‌କୋର ହେଲ୍ଥକେୟାର ପ୍ରାଇଭେଡ ଲିମିଡେଡ୍‌ କମ୍ପାନୀର ସିଇଓ ତଥା ଉପାଧ୍ୟକ୍ଷ ମଧ୍ୟ। ଭିରେନ୍‌ଙ୍କର ସମୁଦାୟ ୮ଟି କମ୍ପାନୀ ରହିଛି। ମର୍ଚାଣ୍ଟ ପରିବାର ଗୁଜୁରାଟର ବାସିନ୍ଦା। ତେବେ ଭିରେନ ଏବଂ ମୁକେଶଙ୍କ ମଧ୍ୟରେ ଭଲ ବନ୍ଧୁତ୍ୱ ରହିଛି। ହେଲେ ଅମ୍ବାନୀ ପରିବାରର ଉତ୍ସବରେ ତାଙ୍କୁ ଖୁବ୍‌ କମ୍‌ ଦେଖିବାକୁ ମିଳିଥାଏ।


ରାଧିକା ତାଙ୍କ ପରିବାରର ବ୍ୟବସାୟ ସହ ଜଡିତ। ରାଧିକା ବାପାଙ୍କ କମ୍‌ାନୀ ‘ଏନକୋର ହେଲ୍‌ଥ କେୟାର ପିଭି ଲିମିଟେଡ୍‌ର ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରନ୍ତି। ଆକାଶଙ୍କ ବିବାହ ସମୟରେ ଅନନ୍ତ ଏବଂ ରାଧିକାଙ୍କ ବିବାହ ହୋଇଥିବା ଖବର ଶୁଣିବାକୁ ମିଳିଥିଲା। ମାତ୍ର ଏହା ଗୁଜବ ବୋଲି ରିଲାଏନ୍ସ ଜିଓର ମୁଖପାତ୍ର କହିଥିଲେ। ତେବେ ଅନନ୍ତଙ୍କ ଯେବେ ବିବାହ ହେଉ ତାହା ରାଧିକାଙ୍କ ସହ ହେବ ବୋଲି ସମସ୍ତେ ଜାଣନ୍ତି।

Share