ପାକିସ୍ତାନରେ ଏମିତି ହୁଏ ପାଠପଢ଼ା, ପିଲାଙ୍କୁ ଦିଆଯାଏ ଏସବୁ ଶିକ୍ଷା

ନୂଆଦିଲ୍ଲୀ, ୩।୬: ଭାରତ ଏବଂ ପାକିସ୍ତାନ ଦୁଇ ପଡ଼ୋଶୀ ଦେଶ ହୋଇଥିଲେ ମଧ୍ୟ ଏହାର ସୀମାରେ ପ୍ରତ୍ୟେକ ଦିନ ତିକ୍ତତା ଦେଖିବାକୁ ମିଳିଥାଏ। କିନ୍ତୁ ତଥାପି ପଡ଼ୋଶୀ ଦେଶରେ କଣ ଚାଲିଛି ସେ ବିଷୟରେ ଜାଣିବାକୁ ଉଭୟ ଦେଶର ଲୋକେ ଆଗ୍ରହ ପ୍ରକାଶ କରନ୍ତି। ଶିକ୍ଷା ପ୍ରତି ସମାଜ ପାଇଁ ସଂଞ୍ଜିବନୀ ସଦୃଶ। ଦୁଇ ଦେଶରେ ଶିକ୍ଷାକୁ ନେଇ ଅଲଗା ଅଲଗା ନୀତି ରହିିଛି। ଭାରତର ଶିକ୍ଷା ବ୍ୟବସ୍ଥା ବିଷୟରେ ଭାରତୀୟ ଅବଗତ ଥାନ୍ତି। କିନ୍ତୁ ପାକିସ୍ତାନରେ କିପରି ଶିକ୍ଷା ଦିଆଯାଏ ସେ କଥା ଅନେକ ଲୋକଙ୍କୁ ଜଣାନଥାଏ।
ପାକିସ୍ତାନରେ ୬ଟି ସ୍ତରରେ ପାଠପଢ଼ା ଯାଇଥାଏ। ଯେଉଁଥିରେ ପ୍ରି-ସ୍କୁଲ, ପ୍ରାଇମେରୀ, ମିଡିଲ୍‌ ସ୍କୁଲ, ହାଇ ସ୍କୁଲ, ଇଣ୍ଟରମିଡିଏଟ୍‌ ଏବଂ ୟୁନିଭରସିଟି ସାମିଲ୍‌ । ୩ ବର୍ଷରୁ ପ୍ରି-ସ୍କୁଲରେ ପିଲାଙ୍କୁ ଭର୍ତ୍ତି କରାଯାଇଥାଏ । ୫ ବର୍ଷ ହେବା ପର୍ଯ୍ୟନ୍ତ ସେଠାରେ ପଢ଼ିବା ପରେ ମିଡିଲ୍‌ ସ୍କୁଲରେ ପିଲାଙ୍କ ଅଡ୍‌ମିସନ କରାଯାଇଥାଏ । ଏଥିରେ ପ୍ରଥମ ଶ୍ରେଣୀରୁ ଆରମ୍ଭ ହୋଇ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଦିଆଯାଇଥାଏ। ପିଲାମାନଙ୍କୁ ଉର୍ଦ୍ଦୁ, ଇଂରାଜୀ, ଗଣିତ, କଳା, ବିଜ୍ଞାନ, ସାମାଜିକ ବିଜ୍ଞାନ, ଇସ୍‌ଲାମିକ୍‌ ଶିକ୍ଷା ଆଦି ପଢ଼ାଯାଇଥାଏ । ଏହାଛଡ଼ା ପଞ୍ଜାବୀ, ସିନ୍ଧି ଆଦି ଭାଷା ଶିଖା ଯାଇଥାଏ।

ଅନ୍ୟପଟେ ଭାରତୀୟ ଶିକ୍ଷା ପ୍ରଣାଳୀ ଅନୁସାରେ, ପ୍ରି-ପ୍ରାଥମିକ ସ୍କୁଲ (ନର୍ସରୀ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ), ପ୍ରଥମିକ ସ୍କୁଲ (ଶ୍ରେଣୀ୧-୫ମ), ମାଧ୍ୟମିକ (ଶ୍ରେଣୀ୬-୧୦ମ) ଏବଂ ଉଚ୍ଚ ମାଧ୍ୟମିକ (ଶ୍ରେଣୀ ଏକାଦଶ ଏବଂ ଦ଼୍ବାଦଶ) ଏହାପରେ ୟୁନିଭରସିଟି ଶିକ୍ଷା ରହିଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ସରିଯିବ ତେଲ, ବଞ୍ଚିପାରିବେନି କୌଣସି ଦେଶ! ଯୁଦ୍ଧ ମଧ୍ୟରେ ବଡ଼ ଶକ୍ତି ସଙ୍କଟକୁ ନେଇ ଚେତାବନୀ ଦେଲେ IEA ମୁଖ୍ୟ

ତେହରାନ୍‌,୨୩।୩: ଇରାନ ଏବଂ ଆମେରିକା-ଇସ୍ରାଏଲ ମେଣ୍ଟ ମଧ୍ୟରେ ସଂଘର୍ଷ ପ୍ରାୟ ତିନି ସପ୍ତାହ ଧରି ଚାଲିଛି, କିନ୍ତୁ ବର୍ତ୍ତମାନ ଏହାର କୌଣସି ଅନ୍ତ ଦେଖାଯାଉନାହିଁ। ଏହି ସମୟରେ,…

ନ୍ୟୁୟର୍କର La Guardia Airportର ରନଓ୍ବେରେ ବଡ଼ ଦୁର୍ଘଟଣା

ନ୍ୟୁୟର୍କ,୨୩।୩: ସୋମବାର (୨୩ ମାର୍ଚ୍ଚ) ନ୍ୟୁୟର୍କର ଲାଗାର୍ଡିଆ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଏୟାର କାନାଡା ଏକ୍ସପ୍ରେସ ବିମାନ ରନଓ୍ବେ ଉପରେ ଠିଆ ହୋଇଥିବା…

ଇସ୍ରାଏଲ ଉପରେ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ରରେ ସ୍ପେନିସ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇଲା ଇରାନ

ତେହରାନ୍‌,୨୩।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ଆକର୍ଷଣୀୟ ଘଟଣା ଘଟୁଛି। ଇସ୍ରାଏଲରେ ଲକ୍ଷ୍ୟସ୍ଥଳରେ ନିକ୍ଷେପ କରାଯାଇଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ରରେ IRGC…

୨ ଗୁଣା ତରଳୁଛି ହିମାଳୟ ଗ୍ଲେସିୟର

କାଠମାଣ୍ଡୁ,୨୩ା୩(ପି.ଟି.): ହିନ୍ଦୁକୁଶ ହିମାଳୟରେ ଥିବା ଗ୍ଲେସିୟର ୨୦୦୦ରୁ ପୂର୍ବାପେକ୍ଷା ୨ ଗୁଣ ହାରରେ ତରଳୁଛି। ୧୯୯୦ରୁ ୨୦୨୦ ମଧ୍ୟରେ ୧୨ ପ୍ରତିଶତ ଅଞ୍ଚଳ ଗ୍ଲେସିୟର ହରାଇଲାଣି ବୋଲି ଆଇସିଆଇଏମ୍‌ଓଡି…

ଠପ୍‌ ହୋଇଯିବକି ସାରା ବିଶ୍ୱ? ହର୍ମୁଜ ଷ୍ଟ୍ରେଟକୁ ନେଇ ଏମିତି ନିଷ୍ପତ୍ତି ନେଲା ଇରାନ, ପ୍ରମାଦ ଗଣିଲାଣି ସାରା ବିଶ୍ୱ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଇରାନ ଏବେ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା କିଛି ଜାହାଜ ଉପରେ ୨ ନିୟୁତ ଡଲାର (ପ୍ରାୟ ୧୮.୮ କୋଟି)…

ନଷ୍ଟ ହୋଇଯାଇଥିବା ପାଓ୍ବାରପ୍ଲାଣ୍ଟକୁ ନେଇ ଏମିତି ଧମକ ଦେଲା ଇରାନ ସାରା ବିଶ୍ୱ ସ୍ତବ୍ଧ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବେ ଅଧିକ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଇରାନ କହିଛି ଯେ ଯଦି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାର ଶକ୍ତି କେନ୍ଦ୍ର ଉପରେ…

ଷ୍ଟ୍ରେଟ ଅଫ ହର୍ମୁଜକୁ ନେଇ ଟ୍ରମ୍ପଙ୍କ ପରେ ଏବେ ଧମକ ଦେଲେଣି ସ୍କଟ ବେସେଣ୍ଟ , କହିଲେ ‘ଇରାନର ଦୁର୍ଗ…’

ଓ୍ବାଶିଂଟନ,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ଏବେ ଖୋଲାଖୋଲି ଭାବରେ ପ୍ରକାଶ ପାଇବାକୁ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri