ପୋଲସରା,୨୨ା୯(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ଜଣେ ମହିଳାଙ୍କୁ ଏକ ଛୁରିରେ କେହି ଦୁର୍ବୃତ୍ତ ଆକ୍ରମଣ କରଛି। ଫଳରେ ସମ୍ପୃକ୍ତା ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ବିଳମ୍ବର ସେଠୀଙ୍କ ସ୍ତ୍ରୀ ଶୈଳ (୫୫)। ପରେ ଦୁର୍ବୃତ୍ତ ଜଣକ ଶୈଳ ପିନ୍ଧିଥିବା କାନ ଓ ନାକର ସୁନା ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଥିବା ଜଣାପଡିଛି। ସୋମବାର ସକାଳୁ ଘର କାମ ସାରି ସେ ବାଘୁଆ କେନାଲକୁ ଗାଧୋଇବାକୁ ଯାଇ ଫେରୁଥିବା ବେଳେ ଏହି ଘଟଣା ଘଟିଛି। ଖବରପାଇ ପୋଲସରା ଥାନା ଅଧିକାରୀ କୌଶିକ ମାଝୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।


