କେଏନ୍‌ଡିଏ: ସ୍ବପ୍ନ ହୋଇଛି ଉନ୍ନୟନ କାର୍ଯ୍ୟ

ଯାଜପୁର,୩ା୧୦(ହର୍ଷବର୍ଦ୍ଧନ ବେହେରା) : ବଡ଼ ବଡ଼ ସ୍ବପ୍ନ ଦେଖିବା ଭଲ, ହେଲେ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରୟାସ କଲେ ସଫଳତା ମିଳେ। ହେଲେ ଏଠି ଖାଲି ସ୍ବପ୍ନ ଦେଖାଯାଉଛି, କ’ଣ ନା କଳିଙ୍ଗନଗର ଉନ୍ନୟନ ପରିଷଦ(କେଏନ୍‌ଡିଏ) ଭାବେ ଯାଜପୁର ରୋଡ ସହର ପରିଣତ ହେବ। କିନ୍ତୁ ବାସ୍ତବ ହେଲା କେଏନଡିଏର କମ୍ପ୍ରେହେନସିଭ ଡେଭ୍‌ଲପମେଣ୍ଟ ପ୍ଲାନ(ସିଡିପି)କୁ ଅନୁମୋଦନ ମିଳିବାର ପ୍ରାୟ ୮ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିବାବେଳେ ଏବେବି ଯୋଜନାବିହୀନ ସହର ନିର୍ମାଣ ଚାଲିଥିବା ଦେଖିବାକୁ ମିଳିଛି। ରାସ୍ତା ଉପରେ ବଡ଼ବଡ଼ ଶପିଂ ମଲ୍‌ ନିର୍ମାଣ ଚାଲିଛି, କିନ୍ତୁ ସେଥିରେ ପାର୍କିଂ ସୁବିଧା ନାହିଁ। ପାର୍କିଂସ୍ଥାନଠାରୁ ଲୋକେ ବ୍ୟସ୍ତବହୁଳ ରାସ୍ତା ପାର ହୋଇ ମଲ୍‌କୁ ଯାଉଛନ୍ତି। ଅଗ୍ନି ନିର୍ବାପନ ବ୍ୟବସ୍ଥା ନ ଥିବା ଓ ପାର୍କିଂ ସମସ୍ୟା ଉପୁଜୁଥିବା ଅଭିଯୋଗ ହେଉଥିବା ସତ୍ତ୍ବେ କେଏନ୍‌ଡିଏ କର୍ତ୍ତୃପକ୍ଷ ନୀରବ ରହିଛନ୍ତି। ଯାଜପୁରରୋଡ୍‌ ସହରକୁ ଏକ ସମନ୍ବିତ ଯୋଜନାବଦ୍ଧ ସହରରେ ପରିଣତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ କେଏନ୍‌ଡିଏର କାର୍ଯ୍ୟ ଏଭଳି ଢଙ୍ଗରେ ଚାଲିଥିବା ମତପ୍ରକାଶ ପାଇଛି। ଏପରିକି କେଏନ୍‌ଡିଏର ୱେବ୍‌ସାଇଟ୍‌କୁ ୪ ବର୍ଷ ହେଲା ଅପ୍‌ଡେଟ କରାଯାଇ ନ ଥିବାରୁ ଏବେବି ଯାଜପୁର ଜିଲାପାଳ ଏବଂ କେଏନ୍‌ଡିଏର ଭାଇସ ଚେୟାରମ୍ୟାନ ଭାବେ ରଞ୍ଜନ କୁମାର ଦାସଙ୍କ ନାମ ରହିଛି। ଏହାବାଦ୍‌ ୱେବସାଇଟ୍‌ରେ କେଏନ୍‌ଡିଏର ଚ୍ୟାୟରମେନ ସଞ୍ଜୀବ ଚୋପ୍ରା ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଭାବେ ଜି.ମାଥିଭାଥନନ୍‌ଙ୍କ ନାମ ଦେଖିବାକୁ ମିଳିଛି। ୱେବସାଇଟ୍‌ ଯଦି ୪ ବର୍ଷ ହେବ ଅପ୍‌ଡେଟ ହୋଇ ପାରୁନାହିଁ, ତେବେ କେଏନ୍‌ଡିଏର ପରିକଳ୍ପନା କେତେଦୂର ସଫଳ ହେବ ତାହା ଜଳଜଳ ହୋଇ ଦିଶୁଛି ବୋଲି ମତପ୍ରକାଶ ପାଇଛି।
କେଏନ୍‌ଡିଏ ଅଧୀନରେ ବୃହତ୍‌ କଳିଙ୍ଗନଗର ସହରାଞ୍ଚଳ ପ୍ରତିଷ୍ଠା ନିମନ୍ତେ ରାସ୍ତା, ଗମନାଗମନ, ପରିବହନ, ପାନୀୟଜଳ, ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ, ଡ୍ରେନେଜ, ବିମାନ ବନ୍ଦର, ଆଧୁନିକ ବସଷ୍ଟାଣ୍ଡ ଇତ୍ୟାଦି ପ୍ରତିଷ୍ଠା ପାଇଁ ସିଡିପି ପ୍ରସ୍ତୁତ ହୋଇଛି। କିନ୍ତୁ ଅଭିଯୋଗ ହେଉଛି, ଆବଶ୍ୟକ ନିରୀକ୍ଷଣ କରା ନ ଯାଇ ନିର୍ମାଣ ନିମନ୍ତେ ଉଦ୍ଦିଷ୍ଟ ପ୍ଲାନ୍‌କୁ ହାତଗୁଞ୍ଜା ଦେଇ ମଞ୍ଜୁର କରାଯାଉଛି। ଏପରିକି ଆଇନଗତ ପରିସରଭୁକ୍ତ ହେଉ ନ ଥିଲେ ହେଁ ବଡ଼ବଡ଼ ଶପିଂମଲ, କୋଠା ଆଦିକୁ ନିର୍ମାଣ ପାଇଁ ଅନୁମତି ମିଳୁଛି। ଫଳରେ ସହରର ବିଭିନ୍ନ ମୁଖ୍ୟରାସ୍ତାରେ ବେଆଇନ ପାର୍କିଂ ବଢ଼ୁଛି ଏବଂ ଟ୍ରାଫିକ ସମସ୍ୟା ଉତ୍କଟ ହେଉଛି। କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗୋଟିଏ ପରେ ଗୋଟିଏ ଶିଳ୍ପ କାରଖାନା ପାଦ ଥାପୁଛନ୍ତି। ଏହିକ୍ରମରେ କେଏନ୍‌ଡିଏର ଭୌଗୋଳିକ ସୀମା ଓ ଲୋକସଂଖ୍ୟା ହୁହୁ ହୋଇ ବଢ଼ିଚାଲିଛି ା ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସିଡିପି ପ୍ରସ୍ତୁତ କରିଛନ୍ତି। ଓଡ଼ିଶା ଡେଭଲପ୍‌ମେଣ୍ଟ ଆକ୍ଟ-୧୯୮୨ ଅନୁଯାୟୀ ୪ା୯ା୨୦୧୫ରେ ସିଡିପିକୁ ଅନୁମୋଦନ କରାଯାଇଛି। ୪୫୮.୭୮ ବର୍ଗ କିଲୋମିଟର ଅଞ୍ଚଳରେ ୧୬୧ଟି ଗ୍ରାମକୁ ସାମିଲ କରାଯାଇଛି। ପ୍ରଥମ ୫ ବର୍ଷରେ ୧୨୩୫ କୋଟି ଟଙ୍କା ଓ ୨୦୩୦ ମସିହା ସୁଦ୍ଧା ୬୬,୧୩୯କୋଟି ଟଙ୍କା ବ୍ୟୟ କରିବାକୁ ଯୋଜନା ରହିଛି। କିନ୍ତୁ ଏହାର ଅଗ୍ରଗତି ନୈରାଶ୍ୟଜନକ ରହିଛି। ଚୋର୍ଦ୍ଦାଛକ, ଚୋର୍ଦ୍ଦା ଗୋଲେଇ, ଗୋପବନ୍ଧୁ ଛକ, ବ୍ୟାଙ୍କ ଷ୍ଟ୍ରିଟ୍‌, ବସଷ୍ଟାଣ୍ଡ ବାଇପାସ୍‌ ଆଦି ନିକଟରେ ଶପିଂମଲ୍‌ ନିର୍ମାଣ ହୋଇଛି। ହେଲେ ଏହି ଶପିଂମଲ ଚାଲିଥିବା ଅଧିକାଂଶ ବିଲ୍‌ଡିଂରେ ପାର୍କିଂ ସମସ୍ୟା ଉପୁଜୁଥିବା ଅଭିଯୋଗ ହେଉଛି ା ସେହିପରି ଗୋପବନ୍ଧୁ ଛକଠାରୁ ଚୋର୍ଦ୍ଦାଛକ ଓ ବସଷ୍ଟାଣ୍ଡ ରାସ୍ତାରେ ମଧ୍ୟ ଗଢ଼ିଉଠିଥିବା ଦୋକାନ ଓ ବଡ଼ ହୋଟେଲଗୁଡ଼ିକରେ ଅବ୍ୟବସ୍ଥା ଲାଗି ରହିଥିବା ଅଭିଯୋଗ ହୋଇଛି। ୧୭ା୩ା୨୦୧୮ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଡିପିର କ୍ଷମତାସମ୍ପନ୍ନ କମିଟି ବୈଠକରେ ବିଭିନ୍ନ କାର୍ଯ୍ୟ ଯୋଜନା ହାତକୁ ନିଆଯାଇଛି। ହେଲେ ଆଜି ପର୍ଯ୍ୟନ୍ତ କୌଣସି ଆଖିଦୃଶିଆ କାର୍ଯ୍ୟ ହୋଇ ପାରିନାହିଁ। ଏ ସଂକ୍ରାନ୍ତରେ କେଏନ୍‌ଡିଏ ସଚିବ ତଥା ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, କଳିଙ୍ଗନଗର ଉନ୍ନୟନ କାର୍ଯ୍ୟ ଇଡ୍‌କୋ ଜରିଆରେ ଚାଲିଛି। ପ୍ଲାନିଂ ଅନୁସାରେ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଇଡ୍‌କୋ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri