Posted inଖେଳ

ଶତକ ମାରିବା ପରେ ବ୍ୟାଟ୍‌ ଉଠାଇ ସିଟି ମାରିଲେ କେ ଏଲ୍‌ ରାହୁଲ? ସେଲିବ୍ରେଶନ ପଛର କାରଣ ଜାଣିଲେ… 

ନୂଆଦିଲ୍ଲୀ,୧୪।୧: ଯେତେବେଳେ ଟିମ ଇଣ୍ଡିଆ ବ୍ୟାକଫୁଟ୍‌ରେ ଥାଏ ଅର୍ଥାତ ରୋହିତ ଶର୍ମା, ଶୁଭମନ ଗିଲ, ବିରାଟ କୋହଲି ଓ ଶ୍ରେୟସ ଅୟରଙ୍କ ଭଳି ବଡ଼ ବଡ଼ ବ୍ୟାଟ୍ସମ୍ୟାନ ନିରାଶ କରନ୍ତି, ସେହି ସମୟରେ ଏକମାତ୍ର ଖେଳାଳି ଯିଏକି ବାରମ୍ବାର କମାଲ କରି ଟିମ୍‌କୁ ବଞ୍ଚାଇ ଆଣନ୍ତି, ସେ ହେଉଛନ୍ତି କେଏଲ୍‌ ରାହୁଲ।
ବୁଧବାର ରାଜକୋଟ୍‌ର ନିରଞ୍ଜନ ଶାହ ଷ୍ଟାଡିୟମ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଟିମ ଇଣ୍ଡିଆ ୧୧୫ ରନ୍‌ ସ୍କୋରରେ ୪ ଉଇକେଟ ହରାଇଥିଲା। ରାହୁଲ କ୍ରିଜ୍‌କୁ ଆସି ଜବରଦସ୍ତ ଶତକୀୟ ଇନିଂସ ଖେଳିଥିଲେ। ଏଥିଯୋଗୁ ଭାରତ ୫୦ ଓଭରରେ ୨୮୪/୭ର ମଜବୁତ ସ୍କୋର କରିବାରେ ସଫଳ ହୋଇଛି। ତେବେ ରାହୁଲ୍‌ଙ୍କ ଏହି ଇନିଂସ ମ୍ୟାଚ୍‌ର ରୂପରେଖକୁ ବଦଳାଇ ଦେଇଥିବା ବେଳେ ତାଙ୍କର ସେଲିବ୍ରେସନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ନିଜର ଶତକ ପୂରଣ ହେବା ପରେ ରାହୁଲ ହେଲମେଟ ଖୋଲି, ବ୍ୟାଟ ଉଠାଇ ସିଟି ମାରିଥିଲେ। ଏହା ତାଙ୍କର ପ୍ରଥମ ଏଭଳି ସେଲିବ୍ରେଶନ ଥିଲା, ଯାହା ସମସ୍ତଙ୍କୁ ଆକର୍ଷିତ କରିଥିଲା। ପୂର୍ବରୁ ସେମିତି କେବେ ହୋଇ ନ ଥିବା ଯୋଗୁ ଏହାର କାରଣ କ’ଣ ବୋଲି ପ୍ରଶଂସକମହଲରେ ଚର୍ଚ୍ଚା ହୋଇଥିଲା। ଏବେ ସତ ସାମ୍ନାକୁ ଆସିଛି।

ରାହୁଲ ଏହି ସିଟି ସେ ନିଜ କୁନି ଝିଅଙ୍କ ପାଇଁ ବଜାଇଥିଲେ, ଯାହାଙ୍କ ଜନ୍ମ ୨୦୨୫ ମାର୍ଚ୍ଚରେ ହୋଇଛି। ବାପା ହେବା ପରେ ରାହୁଲ ପ୍ରତ୍ୟେକ ବଡ଼ ଉପଲବ୍ଧିକୁ ଝିଅକୁ ସମର୍ପିତ କରୁଛନ୍ତି। ତେଣୁ ଏହି ମୁହୂର୍ତ୍ତ ତାଙ୍କ ଲାଗି ବହୁତ ଭାବବିହ୍ବଳ ଥିଲା। ଏହି ଶତକ ସହ ରାହୁଲ ରାଜକୋଟ୍‌ରେ ଦିନିକିଆ ଶତକ ମାରିବାରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇ ଇତିହାସ ରଚିଛନ୍ତି। ଏଠାରେ ରୋହିତ ଶର୍ମା ଓ ବିରାଟ କୋହଲି ଭଳି ଭେଟେରାନ ମଧ୍ୟ କେବେ ଶତକ ମାରି ପାରି ନାହାନ୍ତି। ଏହି ସ୍କୋର ରାହୁଲଙ୍କର ଦିନିକିଆ କ୍ୟାରିୟରର ସର୍ବୋଚ୍ଚ ସ୍କୋର ମଧ୍ୟ (ନଟଆଉଟ ୧୧୨)।
କହିବାକୁ ଗଲେ  ଅସୁବିଧାରେ ଆସଲ ଖେଳାଳିର ପରିଚୟ ଜଣାପଡେ। ଏମିତିରେ କ୍ରାଇସିସ ମ୍ୟାନ୍‌ କେଏଲ୍‌ ରାହୁଲ ଟିମ ଇଣ୍ଡିଆ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ପୁଣିଥରେ ପ୍ରମାଣିତ ହୋଇଛି ବୋଲି କୁହାଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ଶୋଭାଯାତ୍ରା ସମୟରେ ଅଘଟଣ: ବାଣ ଫୁଟାଇବା ବେଳେ କନଷ୍ଟେବଳ ଗୁରୁତର

ରାୟଗଡ଼ା,୧୪।୧(ଆଶିଷ ରଞ୍ଜନ ପଣ୍ଡା) – ଆଜିକୁ ଦୁଇ ଦିନ ତଳେ ପୋଲିସ ରାୟଗଡ଼ା ହାବିଲଦାର ଓ କନଷ୍ଟେବଳ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜୟୀ...

IND vs NZ: ରାଜକୋଟରେ ନ୍ୟୁଜିଲାଣ୍ଡ ରାଜ୍, ଭାରତଠୁ ବିଜୟ ଛଡ଼ାଇ ନେଲେ ୟଙ୍ଗ-ମିଚେଲ

ନୂଆଦିଲ୍ଲୀ,୧୪।୧: ରାଜକୋଟ ଗ୍ରାଉଣ୍ଡ ପୁଣିଥରେ ଟିମ୍ ଇଣ୍ଡିଆ ପାଇଁ ଦୁର୍ଭାଗ୍ୟଜନକ ସାବ୍ୟସ୍ତ ହେଲା। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ଟିମ୍ ଇଣ୍ଡିଆର ଏକ ବଡ଼ ପରାଜୟ...

ମରିନାହାନ୍ତି ‘ରେହମାନ ଡାକାୟତ୍’, ଫ୍ୟାନ୍ସଙ୍କ ଦାବି ପରେ ଧୁରନ୍ଧର ନିର୍ଦ୍ଦେଶକ ନେଲେ ବଡ ନିଷ୍ପତି

ମୁମ୍ବାଇ: ବକ୍ସ ଅଫିସରେ ଐତିହାସିକ ସଫଳତା ପାଇଥିବା ଚଳଚ୍ଚିତ୍ର ‘ଧୁରନ୍ଧର’ର ସିକ୍ୱେଲକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦର୍ଶକଙ୍କ ପ୍ରବଳ ଦାବି ଏବଂ...

ଶିଶୁକୁ ବି ଛାଡିଲେନି….୫ ବର୍ଷର ଶିଶୁଙ୍କୁ ସରପଞ୍ଚଙ୍କ ଯୌନ ନିର୍ଯାତନା, ମାଡ଼ ମାରି….

ନୂଆଦିଲ୍ଲୀ,୧୪।୧:   ତେଲେଙ୍ଗାନାର ୟଦାଦ୍ରି ଭୁବନଗିରି ଜିଲ୍ଲାରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି ।ଭୁବନଗିରି ମଣ୍ଡଳର ପେଞ୍ଚଲାପାଡୁ ଗାଁରେ, ସମାଜର ରକ୍ଷକ ଭାବରେ ବିବେଚିତ ପୂର୍ବତନ...

ଏବେ ଟ୍ରମ୍ପଙ୍କ Visa ବୋମା, ରୁଷିଆ-ଇରାନ ସମେତ ଏହି ୭୫ ଦେଶର ଲୋକଙ୍କୁ ଆମେରିକାରେ ନୋ ଏଣ୍ଟ୍ରି

ନୂଆଦିଲ୍ଲୀ,୧୪।୧: ଆମେରିକା ସରକାରଙ୍କ ବଡ଼ ପଦକ୍ଷେପ। ରୁଷିଆ-ଇରାନ ସମେତ ୭୫ ଦେଶର ନାଗରିକଙ୍କ ଭିସା ପ୍ରକ୍ରିୟାକୁ ଅସ୍ଥାୟୀ ଭାବରେ ଲଗାଗଲା ରୋକ। ଏହି ପଦକ୍ଷେପ ଜାନୁଆରୀ...

ମହାଆଡ଼ମ୍ବରରେ କୁଶୁର୍ଲାରେ ଆରମ୍ଭ ହେଲା ମକର ମେଳା, ମକର ଚାଉଳ ପାଇ…

କର୍ଲାମୁଣ୍ଡା,୧୪।୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଯୋରାଡବରା ଗ୍ରାମ ପଞ୍ଚାୟତ କୁଶୁର୍ଲା ଗ୍ରାମ ସ୍ଥିତ ନୀଳକଣ୍ଠେଶ୍ଵର ଶୈବପୀଠରେ କର୍ଲାମୁଣ୍ଡା, ନର୍ଲା, କେସିଙ୍ଗା,...

ଜୁବିନ୍ ଗର୍ଗଙ୍କ ମୃତ୍ୟୁ ମାମଲା: ବଡ ଖୁଲାସା କଲା ସିଙ୍ଗାପୁର ପୋଲିସ

ନୂଆଦିଲ୍ଲୀ,୧୪।୧: ଲୋକପ୍ରିୟ ଆସାମୀ ସଙ୍ଗୀତଶିଳ୍ପୀ ଜୁବିନ୍ ଗର୍ଗଙ୍କ ମୃତ୍ୟୁକୁ ନେଇ ସିଙ୍ଗାପୁର କୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଯାଇଛି। ସିଙ୍ଗାପୁର ପୋଲିସର ତଦନ୍ତ ଅନୁସାରେ, ଜୁବିନ୍‌ଙ୍କ...

୨୦ କେଜିର ଗଞ୍ଜେଇ ଜବତ କଲା ପାଟପୁର ପୋଲିସ, ନୂଆଦିଲ୍ଲୀର ଦୁଇ ଯୁବକ ଗିରଫ

ଦିଗପହଣ୍ଡି,୧୪|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ବସଷ୍ଟାଣ୍ଡ ନିକଟରୁ ବୁଧବାର ସକାଳେ ୨୦ କେଜି ୮ ଶହ ଗ୍ରାମ ଗଞ୍ଜେଇ ଜବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri