Categories: ଖେଳ

ରୋହିତଙ୍କ ସହ ରାହୁଲ କରିବେ ଓପନିଂ

ମୁମ୍ବାଇ,୧୯।୯ : ଆଉ କିଛି ଦିନ ପରେ ଟି-୨୦ ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି। ଭାରତ ପକ୍ଷରୁ ରୋହିତଙ୍କ ସହ ଆଉ କିଏ ଓପନିଂ କରିବେ ସେନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ତେବେ ଅଧିନାୟକ ରୋହିତ ଶର୍ମା ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଅଧିନାୟକ ରୋହିତ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ୨୦୨୨ ଟି-୨୦ ବିଶ୍ୱକପ୍‌ରେ ତାଙ୍କ ସହ କେଏଲ୍‌ ରାହୁଲ ଓପନିଂ କରିବେ। ଏପରିକି ବିରାଟ କୋହଲି ଦଳ ପାଇଁ ଓପନର ଭାବେ ବିକଳ୍ପ ରହିବେ ବୋଲି ରୋହିତ ମତ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଏସିଆ କପ୍‌ରେ ଭାରତର ଶେଷ ମ୍ୟାଚ୍‌ରେ ବିରାଟ ଏବଂ କେଏଲ୍‌ ରାହୁଲ ଓପନିଂ କରିଥିଲେ। ଏହା ଲକି ସାବ୍ୟସ୍ତ ହୋଇଥିଲା। ଏଥିରେ ବିରାଟ ଶତକ ହାସଲ କରିଥିଲେ। ୨୦୧୯ ପରଠାରୁ ୩ବର୍ଷ ପରେ ବିରାଟ ଏହି ଶତକ ହାସଲ କରିବାରେ ସଫଳ ହୋଇଥିଲେ। ଲଗାତର ଖରାପ ଫର୍ମକୁ ନେଇ ଚର୍ଚ୍ଚାରେ ଥିବା କୋହଲି, ଏସିଆ କପ୍‌ର ଶେଷ ମ୍ୟାଚ୍‌ରେ ଶତକୀୟ ଇନି୍‌ଂସ ଖେଳିଥିଲେ। ଏନେଇ ବିରାଟ ଓପନିଂ କରିବା ନେଇ ଚର୍ଚ୍ଚା ଜୋର ଧରିଥିଲା ।

Share