Categories: ଖେଳ

ଭାରତୀୟ ଦଳର ନେତୃତ୍ୱ ନେଇ ସ୍ବତନ୍ତ୍ର ତାଲିକାରେ ରାହୁଲ

ପାର୍ଲ,୧୯।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଚଳିତ ପ୍ରଥମ ଦିନିକିଆରେ ଭାରତୀୟ ଦଳର ନେତୃତ୍ୱ ନେଉଥିବା ଲୋକେଶ ରାହୁଲ ‘ଲିଷ୍ଟ ଏ’ କ୍ରିକେଟରେ କଦାପି କୌଣସି ଦଳର ନେତୃତ୍ୱ ନେଇ ନ ଥିଲେ। ଲିଷ୍ଟ ଏ’ କ୍ରିକେଟରେ ବିନା ଅଧିନାୟକତ୍ୱ ଅଭିଜ୍ଞତାରେ ସେ ୫୦ ଓଭରିଆ ମ୍ୟାଚ୍‌ରେ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି। ଏଭଳି କରିବାରେ ସେ ଦେଶର ୩ୟ ଖେଳାଳି। ରାହୁଲଙ୍କ ପୂର୍ବରୁ ଏହି ସଫଳତା ହାସଲ କରିଥିଲେ ଉଇକେଟକିପର ସୟଦ କିରମାନି ଓ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହ୍ବାଗ।

ତେବେ ରାହୁଲ କ୍ୟାରିୟରର ୩୯ତମ ଦିନିକିଆରେ ଭାରତୀୟ ଦଳର ନେତୃତ୍ୱ ନେଇଛନ୍ତି। ଏଥିପୂର୍ବରୁ ୫୦ରୁ କମ୍‌ ମ୍ୟାଚ୍‌ ଖେଳିଥିବା ଖେଳାଳି ଭାରତୀୟ ଦଳର ନେତୃତ୍ୱ ନେବା ଘଟଣା ଘଟିଥିଲା ୧୯୮୪ରେ। ସେତେବେଳେ ମହିନ୍ଦର ଅମରନାଥ (୩୫ତମ ମ୍ୟାଚ୍‌) ଦଳର ଗୁରୁଦାୟିତ୍ୱ ସାମ୍ଭାଳି ଥିଲେ।

Share