ଆଥିୟାଙ୍କ ସହ ସମ୍ପର୍କକୁ ଅଫିସିଆଲ୍‌ କଲେ ଏହି କ୍ରିକେଟର୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଥିୟା ସେଟ୍ଟୀ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍‌। ନିକଟରେ ସେ ତାଙ୍କର ୨୯ ତମ ଜନ୍ମଦିନ ପାଳନ କରିଛନ୍ତି । ଦୀର୍ଘଦିନରୁ ଆଥିୟା କ୍ରିକେଟର୍‌ କେ.ଏଲ୍‌ ରାହୁଲଙ୍କ ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚା ହୋଇ ଆସୁଥିଲା। ଅନେକ ସମୟରେ ଦୁହେଁ ଏକାଠି ନଜର ଆସୁଥିଲେ। ହେଲେ ଦୁହେଁ ଖୋଲାଖୋଲି ଭାବେ ନିଜ ସମ୍ପର୍କ ବିଷୟରେ ସ୍ପଷ୍ଟ କରି ନ ଥିଲେ। କିନ୍ତୁ ଆଥିୟାଙ୍କ ଜନ୍ମଦିନ ଅବସରରେ କେ.ଏଲ୍‌ ଏକଦମ୍‌ ଖାସ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି, ଯାହା ଏବେ ବେଶ୍‌ ଭାଇରାଲ ହେବା ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ସୋସିଆଲ ମିଡିଆରେ ଆଥିୟାଙ୍କ ସହିତ ଏକ ଫଟୋ ଶେୟାର କରି ଲେଖିଛନ୍ତି, ‘ହାପି ବର୍ଥ ଡେ’ ମାଇ ଲଭ୍‌’ । ଏଭଳି ପୋଷ୍ଟ ଦେଖି କେ.ଏଲ୍‌ ତାଙ୍କ ସମ୍ପର୍କକୁ ଅଫିସିଆଲ କରିଥିବା ଚର୍ଚ୍ଚା ହେଉଛି। ପୋଷ୍ଟରେ ସାଥୀ ଖେଳାଳିଙ୍କ ସହ ଅନେକ ମଜାଦାର କମେଣ୍ଟ ଦେଉଛନ୍ତି।

Share