Posted inଖେଳ

ଅଧିନାୟକ ଭାବେ କୋହଲି ଥିଲେ ଏମିତି, ରାହୁଲ ଦେଲେ ବଡ଼ ବୟାନ

ପର୍ଲ,୧୯।୧: ବୁଧବାରଠାରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ର ପ୍ରଥମ ମୁକାବିଲା ଖେଳାଯିବ। ଏଥିରେ ଜଣେ ଅଧିନାୟକ ଭାବେ ନୁହେଁ, ବରଂ ଜଣେ ବ୍ୟାଟର ଭାବେ ପଡ଼ିଆକୁ ଓହ୍ଲାଇବେ ବିରାଟ କୋହଲି। ଲୋକେଶ ରାହୁଲଙ୍କ ଅଧିନାୟକତ୍ୱରେ ସେ ଖେଳିବେ। ଏଣୁ ସମସ୍ତଙ୍କ ନଜର ତାଙ୍କ ଉପରେ ରହିବ। ତେବେ ମ୍ୟାଚର ଅବ୍ୟବହିତ ପୂର୍ବରୁ କୋହଲିଙ୍କ ଅଧିନାୟକତ୍ୱକୁ ନେଇ ରାହୁଲ ବଡ଼ ବୟାନ ଦେଇଛନ୍ତି।

କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ବଡ଼ ସଫଳତା ହାସଲ କରିଛି। ପୂର୍ବରୁ ଆମେ ଭାରତ ବାହାରେ ସିରିଜ ଜିତୁ ନ ଥିଲୁ। ହେଲେ କୋହଲିଙ୍କ ସମୟରେ ଆମେ ପ୍ରତ୍ୟେକ ଦେଶ ଯାଇଥିଲୁ, ସେଠାରେ ସିରିଜ ଜିତିଥିଲୁ। ଆମେ ବହୁତ ଭଲ ଖେଳିଥିଲୁ, ଯାହା ଭାରତୀୟ ଦଳ ପାଇଁ ନୂତନ ମାନଦଣ୍ଡ ସ୍ଥିର କରିଛି। କୋହଲି ଯେଉଁ ସାମ୍ରାଜ୍ୟ ଗଢ଼ିଛନ୍ତି, ଦଳ ତାକୁ ଆଗକୁ ନେବାକୁ ଚେଷ୍ଟା କରିବ। ଆମେ ଜାଣୁ ଚାମ୍ପିୟନ ଦଳ ହେବା ଲାଗି ଆମକୁ କ’ଣ କରିବାକୁ ହେବ। ଏଥିଲାଗି ଜଣେ ଖେଳାଳି ଭାବେ ଉନ୍ନତି ଜାରି ରଖିବା, ଯଥାସମ୍ଭବ ଶୃଙ୍ଖଳିତ ଏବଂ ସ୍ଥିର ରହିବା, ବିଶେଷକରି ଖେଳକୁ ଉପଭୋଗ କରିବା ଜରୁରୀ ବୋଲି ସେ କହିଛନ୍ତି।

ରାହୁଲ କହିଛନ୍ତି, ସାଥୀ ଖେଳାଳିଙ୍କଠାରୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇବା ଲାଗି କୋହଲିଙ୍କୁ ଅନୁକରଣ କରିବେ। କାରଣ ଯେତେବେଳେ ନେତୃତ୍ୱ କଥା ଆସେ, ପ୍ରତ୍ୟେକ ଖେଳାଳିଠାରୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇବା ଲାଗି ବିରାଟଙ୍କର ଏକ ଚମତ୍କାର ଦକ୍ଷତା ଥିଲା। ସେ ସମସ୍ତଙ୍କୁ ଉତ୍ସାହିତ କରୁଥିଲେ। ଏହା ମୁଁ ତାଙ୍କଠାରୁ ଶିଖିଛି। ଆଶା କରେ ଦଳସହ ସେଭଳି କରିବି।


Enter your email to get our daily news in your inbox.

All Right Reserved By Dharitri.Com

ସୀମାର ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri