Posted inଖେଳ

ଲକ୍ଷ୍ନୌରୁ ରାହୁଲଙ୍କ ଛୁଟି ନିଶ୍ଚିତ, ଏବେ ନୂଆ ଅଧିନାୟକ ସନ୍ଧାନରେ ଦଳ, କିଏ ହେବେ ଦାବିଦାର?

ନୂଆଦିଲ୍ଲୀ,୨୯।୮: କେ.ଏଲ ରାହୁଲଙ୍କୁ ଆଇପିଏଲ ୨୦୨୫ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଟିମ୍‌ରେ ଖେଳୁଥିବା ଦେଖିବାକୁ ମିଳିବ ନାହିଁ। ଏଭଳି ପରିସ୍ଥିତିରେ ସଞ୍ଜୀବ ଗୋୟନାଙ୍କ ମାଲିକାନାରେ ଥିବା ଏହି ଦଳ ବର୍ତ୍ତମାନ ଆଇପିଏଲ ସିଜନରେ ନୂଆ ଅଧିନାୟକ ସନ୍ଧାନରେ ଅଛି। ଗତ କିଛି ଦିନ ହେବ ଏହାକୁ ନେଇ ଆଲୋଚନା କରାଯାଉଥିଲା କି କେ.ଏଲ ରାହୁଲଙ୍କ ଲକ୍ଷ୍ନୌ ଟିମ୍‌ରେ କ’ଣ ଭବିଷ୍ୟତ ହେବ। ତେବେ ଏହାକୁ ନେଇ ସ୍ଥିତି ପ୍ରାୟ ସ୍ପଷ୍ଟ ହୋଇଯାଇଛି। ଏବେ ବାସ୍‌ ଏହା ଉପରେ ମୋହର ଲାଗିବାକୁ ବାକି ଅଛି।

ସୂତ୍ର ଅନୁଯାୟୀ, ଆସନ୍ତା ଆଇପିଏଲ ସିଜନରେ ରାହୁଲ ଲକ୍ଷ୍ନୌ ଟିମ୍‌ର ଅଧିନାୟକ ରହିବେ ନାହିଁ। ଏଥିସହ ଏହି ଫ୍ରାଞ୍ଚାଇଜକୁ ନୂଆ ଅଧିନାୟକ ଆବଶ୍ୟକ। ତେବେ ଲକ୍ଷ୍ନୌ ଟିମ୍‌ର ନୂଆ ଅଧିନାୟକ କିଏ ହେବେ, ତାକୁ ନେଇ ସମସ୍ତଙ୍କ ନଜର ରହିଛି। ଦଳ ଭିତରୁ ହେବେ ନା ମେଗା ନିଲାମୀରେ ନୂଆ ଅଧିନାୟକ ଆସିବେ। ଏହା ଉପରେ ଏବେ ନିଷ୍ପତ୍ତି ନେବାକୁ ବାକି ରହିଛି। ଯେହେତୁ କେ.ଏଲ ରାହୁଲ ଅଧିନାୟକରୁ ହଟିଛନ୍ତି, ଏଥିରୁ ସ୍ପଷ୍ଟ ଯେ ସେ ମେଗା ନିଲାମକୁ ଯିବେ। କୁହାଯାଉଛି ରାହୁଲଙ୍କୁ ଆସନ୍ତା ଆଇପିଏଲରେ ଅଲଗା ଟିମ୍‌ରେ ଖେଳୁଥିବା ଦେଖାଯାଇପାରେ। ଚର୍ଚ୍ଚା ହେଉଛି କି ରାହୁଲ ଆରସିବିକୁ ଯାଇପାରନ୍ତି। କାରଣ ଆରସିବିରୁ ଦିନେଶ କାର୍ତ୍ତିକଙ୍କ ସନ୍ୟାସ ନେବା ପରେ ଉଇକେଟ୍‌ କିପରର ତଲାସରେ ଦଳ ଅଛି। ଆଉ ରାହୁଲ ଦଳରେ ସାମିଲ ହେବା ପରେ ତାଙ୍କୁ ଏହି ଦାୟିତ୍ୱ ମିଳିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପାକ୍‌ ସଂସଦର ସ୍ପିକରଙ୍କ ସହ ହାତ ମିଳାଇଲେ ଜୟଶଙ୍କର, ନିଜ ପିଠି ଥାପୁଡାଇଲା ପାକିସ୍ତାନ, ଭାରତ ଦେଖାଇଦେଲା…

ନୂଆଦିଲ୍ଲୀ/ଇସଲାମାବାଦ,୧।୧: ବାଂଲାଦେଶର ରାଜଧାନୀ ଢାକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାର ସମୟରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ ସାକ୍ଷାତ ଭାରତ ଏବଂ ପାକିସ୍ତାନ ମଧ୍ୟରେ...

ଏମିତି ଗାଁ: ଯେଉଁଠି ଲୋକେ ନାଁ ଧରି ନୁହେଁ, ସିଟି ବଜାଇ ପରସ୍ପରକୁ ଡାକନ୍ତି , କାରଣ ବି ଖୁବ୍‌ ଅଜବ…

ସାରା ବିଶ୍ୱରେ ଅନେକ ଗାଁ ଅନନ୍ୟ କାରଣ ପାଇଁ ଜଣାଶୁଣା। ଭାରତରେ ଏପରି ଏକ ଗାଁ ଅଛି, ଯାହା ଏହାର ଅନନ୍ୟ ଶୈଳୀ ପାଇଁ ବେଶ୍‌...

ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ କଂଗ୍ରେସ ନେତା, ଭାଜପା କହିଲା…

ନୂଆଦିଲ୍ଲୀ,୧।୧: ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ ଏକ ବୟାନ ଦେଇ ରାଜନୈତିକ ହଇଚଇ ସୃଷ୍ଟି କରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ...

ଚାଇନାରେ ‘ଗୋଟିଏ ସନ୍ତାନ ନୀତି’କୁ ପୂରଣ ହେଲା ୧୦ ବର୍ଷ, ବଢିଲା ନାହିଁ ଜନ୍ମହାର, ଏବେ ଭୟ…

ବେଜିଂ,୧।୧: ଚାଇନା ବର୍ତ୍ତମାନ ଏହାର ଯୁବପିଢ଼ିଙ୍କୁ ଯଥାସମ୍ଭବ ଅଧିକ ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରୁଛି ଯାହା ଦ୍ୱାରା ଦେଶର ଜନସଂଖ୍ୟା ଉପରେ ବିଶେଷ ପ୍ରଭାବ...

ବଦଳିଲା CBSE ବୋର୍ଡ ପରୀକ୍ଷା ତାରିଖ, ଜାଣନ୍ତୁ କେବେ ହେବ…

ନୂଆଦିଲ୍ଲୀ,୧।୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ  ୨୦୨୬ ପାଇଁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ସଂଶୋଧିତ ସମୟସାରଣୀ ପ୍ରକାଶ କରିଛି। ପ୍ରଶାସନିକ...

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…

ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...

ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କଲା ହାତୀ: ଆଉ ତା’ପରେ…

ଅନୁଗୋଳ,୧/୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବଡ଼କେରା ପଞ୍ଚାୟତ ଗୁରୁଙ୍ଗ ଖଇରା ସାହି ନିକଟ ଆଡଗଣ୍ଡି ନାଳ ପୋଲ ପାଖରେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ...

ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…

ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri