Categories: ଖେଳ

ରାହୁଲ ହେଲେ ଭାରତୀୟ ଦଳର ଉପଅଧିନାୟକ

ନୂଆଦିଲ୍ଲୀ,୧୮।୧୨: ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଓପନର ଲୋକେଶ ରାହୁଲ ଭ୍ରମଣକାରୀ ଭାରତୀୟ ଦଳର ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହା ଶନିବାର ଏହି ସୂଚନା ଦେଇଛନ୍ତି।

ପୂର୍ବରୁ ରୋହିତ ଶର୍ମା ଉପଅଧିନାୟକ ଦାୟିତ୍ୱରେ ରହିଥିଲେ। ତେବେ ଲେଫ୍ଟ ହାମଷ୍ଟ୍ରିଙ୍ଗ୍‌ ଇଞ୍ଜୁରିର ଶିକାର ହୋଇ ସେ ଦଳରୁ ବାଦ୍‌ ପଡିଛନ୍ତି। ୨୯ ବର୍ଷୀୟ ରାହୁଲ ଏପର୍ଯ୍ୟନ୍ତ ୪୦ଟି ଟେଷ୍ଟ ଖେଳି ୩୫.୧୬ ରନ ହାରରେ ୨୩୨୧ ରନ ସଂଗ୍ରହ କରିଛନ୍ତି। ଏଥିରେ ତାଙ୍କର ୬ଟି ଶତକ ସାମିଲ ରହିଛି। ତାଙ୍କୁ ଭବିଷ୍ୟତର ଅଧିନାୟକ ଭାବେ ଦେଖାଯାଉଛି। ଆଗାମୀ ୩ଟି ଟେଷ୍ଟ ପାଇଁ ଭାରତୀୟ ଚୟନ କମିଟି ରାହୁଲଙ୍କୁ ଅଧିନାୟକ ଚୟନ କରିଛି। ରୋହିତଙ୍କ ବଦଳରେ ରାହୁଲ ଉପଅଧିନାୟକ ରହିବେ ବୋଲି ଶାହା କହିଛନ୍ତି।

Share