Posted inଖେଳ

ବଡ଼ ଗେମ୍‌ ଖେଳିବା ଯୋଜନାରେ କେ ଏଲ୍‌ ରାହୁଲ, ୧୩ ଦିନ ମଧ୍ୟରେ LSG ମାଲିକଙ୍କୁ ଲାଗିପାରେ ଝଟ୍‌କା

ନୂଆଦିଲ୍ଲୀ,୧୮।୧୦: ଆଇପିଏଲ୍‌ ୨୦୨୫ର ମେଗା ଅକ୍ସନ ପୂର୍ବରୁ ସବୁ ଟିମ୍‌ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କେଉଁ ଦଳ ପ୍ରଥମେ କାହାକୁ ରିଟେନ୍‌ କରିବେ ତାହାର ତାଲିକା କରିବା ଆରମ୍ଭ କରିଛନ୍ତି। ଏଥିଲାଗି ଅକ୍ଟୋବର ୩୧ ଯାଏ ସମୟ ଦିଆଯାଇଛି, ଯେଉଁଥିରୁ ଏବେ ମାତ୍ର ୧୩ ଦିନ ବାକି ରହିଛି। ଏସବୁ ମଧ୍ୟରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ର ଅଧିନାୟକ କେ ଏଲ୍‌ ରାହୁଲ ବଡ଼ ଗେମ୍‌ ଖେଳିପାରନ୍ତି। ମେଗା ଅକ୍ସନ ପୂର୍ବରୁ ସେ ମାଲିକ ସଞ୍ଜିବ ଗୋଏଙ୍କାଙ୍କୁ ବଡ଼ ଝଟ୍‌କା ଦେଇ ମେଗା ଅକ୍ସନରେ ସାମିଲ ହୋଇପାରନ୍ତି।

ଚଳିତ ଥର ଆଇପିଏଲ୍‌ଷର ଫ୍ରାଞ୍ଚାଇଜମାନେ ଅଧିକରୁ ଅଧିକ ୬ ଖେଳାଳିଙ୍କୁ ରିଟେନ କରିପାରିବାର ଅନୁମତି ରହିଛି। ସମସ୍ତ ଟିମ୍‌ ନିଜର ରଣନୀତି ମୁତାବକ ଖେଳାଳିଙ୍କୁ ରିଟେନ୍‌ କରିବାକୁ ନେଇ ଆଲୋଚନା କରୁଛନ୍ତି। ଏମିତିରେ କେ ଏଲ୍‌ ରାହୁଲ ରିଟେନ ହେବାକୁ ଚାହୁଁ ନାହାନ୍ତି। ଅପରପକ୍ଷେ ଫ୍ରାଞ୍ଚାଇଜ ମଧ୍ୟ ତାଙ୍କୁ ରିଟେନ କରିବାକୁ ଚାହୁଁନାହିଁ। ଉଭୟଙ୍କ ମଧ୍ୟରେ ମାମଲାକୁ ନେଇ ସହମତି ହୋଇପାରୁନାହିଁ। ଏଣୁ ସେ ଫ୍ରାଞ୍ଚାଇଜ୍‌ ଛାଡ଼ି ମେଗା ଅକ୍ସନକୁ ଯାଇ ପାରନ୍ତି।

୨୦୨୨ ସିଜନରେ କେ ଏଲ୍‌ ରାହୁଲ ଲକ୍ଷ୍ନୌ ସହ ଜଡ଼ିତ ହୋଇଥିଲେ। ସେ ଟିମ୍‌ ଲାଗି ୩୮ ମୁକାବିଲା ଖେଳିଛନ୍ତି। ତାଙ୍କ ଅଧିନାୟକତ୍ୱରେ ଦଳ ୨୦୨୨ ଏବଂ ୨୦୨୩ରେ ପ୍ଲେଅଫ୍‌ ଲାଗି କ୍ୱାଲିଫାଏ କରିଥିଲା। ହେଲେ ଆଇପିଏଲ୍‌ ୨୦୨୪ରେ ଲକ୍ଷ୍ନୌର ପ୍ରଦର୍ଶନ ଭଲ ନ ଥିଲା। ଦଳ ୧୪ରୁ ୭ ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲର ୭ମ ସ୍ଥାନରେ ଥିଲା। ବିଶେଷକରି ମାଲିକ ସଞ୍ଜିବ ଗୋଏଙ୍କା ତାଙ୍କୁ ଗାଳି କରୁଥିବାର ଭିଡିଓ ବେଶ ବିବାଦରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri