Posted inଖେଳ

ଭାରତର ପରାଜୟ ପରେ ଉପଅଧିନାୟକଙ୍କ ଅଜବ ମନ୍ତବ୍ୟ

ସିଡନୀ,୩୦।୧୧: ଅଷ୍ଟ୍ରେଲିଆଠାରୁ କ୍ରମାଗତ ଦୁଇଟି ମ୍ୟାଚ ପରାସ୍ତ ହୋଇ ଭାରତୀୟ ଦଳ ସିରିଜ୍‌ ୨-୦ରେ ହାରିଛି । ଏବେ ଡିସେମ୍ବର ୨ରେ ସେ ସମ୍ମାନ ବଞ୍ଚାଇବା ପାଇଁ କାନବେରାରେ ତୃତୀୟ ଦିନିକିଆ ମ୍ୟାଚ୍‌ ଖେଳିବ। ଅଷ୍ଟ୍ରେଲିଆ ପ୍ରତ୍ୟେକ କ୍ଷେତ୍ରରେ ଭାରତୀୟ ଦଳକୁ ପରାସ୍ତ କରିଛି। ଭାରତୀୟ ବୋଲରମାନେ ନିରାଶ କରିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଦଳର ଏଭଳି ପ୍ରଦର୍ଶନ ଦେଖବବାକୁ ମିଳି ନ ଥିଲା। ଜାଡେଜାଙ୍କ ପରି ବିଶ୍ୱ ସ୍ତରୀୟ ଫିଲ୍ଡର ସହଜ କ୍ୟାଚ ଛାଡୁଛନ୍ତି। ଏହା ଫଳରେ ସ୍କୋରବୋର୍ଡରେ ଅଷ୍ଟ୍ରେଲିଆ ୩୫୦ରୁ ଅଧିକ ରନ୍‌ କରୁଛି। ଏଭଳି ଖରାପ ଫିଲ୍ଡିଂ ପାଇଁ ଦଳ ସବୁଆଡେ ସମାଲୋଚିତ ହେଉଛି। ଏବେ ଦଳର ଖରାପ ଫିଲ୍ଡିଂ ପଛରେ ଷ୍ଟାଡିୟମରେ ଦର୍ଶକଙ୍କ ଉପସ୍ଥିତିକୁ ଦାୟୀ କରିଛନ୍ତି ଉପଅଧିନାୟକ କେ.ଏଲ ରାହୁଲ। ରାହୁଲ କହିଛନ୍ତି, ଦୀର୍ଘ ସମୟ ପରେ ଦର୍ଶକଙ୍କ ସାମ୍ନାରେ ଖେଳିବା ଖେଳ ଉପରେ ପ୍ରଭାବ ପକାଉଛି। ମୁଁ ଏହାର ସଠିକ କାରଣ ଦେଇପାରିବି ନାହଁି।ବେଳେବେଳେ ଏହା ଘଟେ ଏବଂ କ୍ୟାଚ ମିସ ହୁଏ, କିନ୍ତୁ ବଲ ଦର୍ଶକଙ୍କ ଆଡକୁ ଗଲାବେଳେ ଟିକେ କଷ୍ଟସାଧ୍ୟ ହୋଇଯାଏ।ଦୀର୍ଘ ସମୟ ପରେ ଆମେ ଦର୍ଶକଙ୍କ ସାମ୍ନାରେ ଖେଳୁଛୁ । ଷ୍ଟାଡିୟମରେ ଦର୍ଶକଙ୍କ ପରିସ୍ଥିତି ଯୋଗୁ ବେଳେବେଳେ ଏହା ଘଟେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

‘ଭାଇ! ଯଦି ତୁମକୁ…’ଯୁଦ୍ଧବିରତି ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୯।୪: ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଦେଶ ତୈଳ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ ରୁଷିଆ ଭାରତକୁ ତେଲ ଯୋଗାଇଥିଲା। ଏବେ, ରୁଷିଆ ମଧ୍ୟ…

ଆକ୍ସନ ମୋଡରେ ବନବିଭାଗ, ବେଆଇନ କରତକଳ ଉପରେ ଚଢ଼ାଉ, ମାଲିକ ଫେରାର

ଧାମନଗର,୯।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଗୁଡିକୁ ଧରିବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ…

ଶେଖ ହାସିନାଙ୍କୁ ପ୍ରତ୍ୟର୍ପଣ କର: ଭାରତରେ ପହଞ୍ଚି ଏମିତି କହିଲେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ, ମିଳିଲା ଏମିତି ଜବାବ

ଢାକା,୯।୪: ଗତ ବର୍ଷ ଭାରତ-ବାଂଲାଦେଶ ସମ୍ପର୍କରେ ଉତ୍ତେଜନା ଶୀର୍ଷରେ ପହଞ୍ଚିବା ପରେ ବାଂଲାଦେଶ ଏବେ ସମ୍ପର୍କ ଉନ୍ନତ କରିବା ପାଇଁ ପଦକ୍ଷେପ ନେଉଛି। ଏହି ପରିପ୍ରେକ୍ଷୀରେ ବାଂଲାଦେଶର…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

‘ଏଥର ଏପରି ଗୁଳି ବର୍ଷା କରିବୁ…’ ଯୁଦ୍ଧବିରତି ମଧ୍ୟରେ ଟ୍ରମ୍ପ ଇରାନକୁ କାହିଁକି ଧମକ ଦେଲେ?

ଓ୍ବାଶିଂଟନ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ପୁଣି ଥରେ…

ରେଳ ଷ୍ଟେଶନରୁ ଶିଶୁ ଚୋରି ଘଟଣାରେ ନୂଆ ଟ୍ବିଷ୍ଟ୍‌: ବାପା ହିଁ ରଚିଥିଲେ ଷଡଯନ୍ତ୍ର: ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନିରାକାରପୁର,୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳଷ୍ଟେଶନରେ ଶିଶୁ ଚୋରି ଘଟଣାରେ ନୂଆ ଟ୍ବିଷ୍ଟ୍‌। ଶିଶୁ ଚୋରି କାହାଣୀ ବାପା ନିଜେ ରଚିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri