Posted inଖେଳ

ଭାରତର ପରାଜୟ ପରେ ଉପଅଧିନାୟକଙ୍କ ଅଜବ ମନ୍ତବ୍ୟ

ସିଡନୀ,୩୦।୧୧: ଅଷ୍ଟ୍ରେଲିଆଠାରୁ କ୍ରମାଗତ ଦୁଇଟି ମ୍ୟାଚ ପରାସ୍ତ ହୋଇ ଭାରତୀୟ ଦଳ ସିରିଜ୍‌ ୨-୦ରେ ହାରିଛି । ଏବେ ଡିସେମ୍ବର ୨ରେ ସେ ସମ୍ମାନ ବଞ୍ଚାଇବା ପାଇଁ କାନବେରାରେ ତୃତୀୟ ଦିନିକିଆ ମ୍ୟାଚ୍‌ ଖେଳିବ। ଅଷ୍ଟ୍ରେଲିଆ ପ୍ରତ୍ୟେକ କ୍ଷେତ୍ରରେ ଭାରତୀୟ ଦଳକୁ ପରାସ୍ତ କରିଛି। ଭାରତୀୟ ବୋଲରମାନେ ନିରାଶ କରିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଦଳର ଏଭଳି ପ୍ରଦର୍ଶନ ଦେଖବବାକୁ ମିଳି ନ ଥିଲା। ଜାଡେଜାଙ୍କ ପରି ବିଶ୍ୱ ସ୍ତରୀୟ ଫିଲ୍ଡର ସହଜ କ୍ୟାଚ ଛାଡୁଛନ୍ତି। ଏହା ଫଳରେ ସ୍କୋରବୋର୍ଡରେ ଅଷ୍ଟ୍ରେଲିଆ ୩୫୦ରୁ ଅଧିକ ରନ୍‌ କରୁଛି। ଏଭଳି ଖରାପ ଫିଲ୍ଡିଂ ପାଇଁ ଦଳ ସବୁଆଡେ ସମାଲୋଚିତ ହେଉଛି। ଏବେ ଦଳର ଖରାପ ଫିଲ୍ଡିଂ ପଛରେ ଷ୍ଟାଡିୟମରେ ଦର୍ଶକଙ୍କ ଉପସ୍ଥିତିକୁ ଦାୟୀ କରିଛନ୍ତି ଉପଅଧିନାୟକ କେ.ଏଲ ରାହୁଲ। ରାହୁଲ କହିଛନ୍ତି, ଦୀର୍ଘ ସମୟ ପରେ ଦର୍ଶକଙ୍କ ସାମ୍ନାରେ ଖେଳିବା ଖେଳ ଉପରେ ପ୍ରଭାବ ପକାଉଛି। ମୁଁ ଏହାର ସଠିକ କାରଣ ଦେଇପାରିବି ନାହଁି।ବେଳେବେଳେ ଏହା ଘଟେ ଏବଂ କ୍ୟାଚ ମିସ ହୁଏ, କିନ୍ତୁ ବଲ ଦର୍ଶକଙ୍କ ଆଡକୁ ଗଲାବେଳେ ଟିକେ କଷ୍ଟସାଧ୍ୟ ହୋଇଯାଏ।ଦୀର୍ଘ ସମୟ ପରେ ଆମେ ଦର୍ଶକଙ୍କ ସାମ୍ନାରେ ଖେଳୁଛୁ । ଷ୍ଟାଡିୟମରେ ଦର୍ଶକଙ୍କ ପରିସ୍ଥିତି ଯୋଗୁ ବେଳେବେଳେ ଏହା ଘଟେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri