IPLରେ ଇତିହାସ ରଚିଲେ କେ.ଏଲ ରାହୁଲ: ହାସଲ କଲେ ବଡ଼ ରେକର୍ଡ

ନୂଆଦିଲ୍ଲୀ,୨୩।୪: କେଏଲ ରାହୁଲ ଆଇପିଏଲ ଇତିହାସରେ ଦ୍ରୁତତମ ୫,୦୦୦ ରନ ପୂରଣ କରିଥିବା ଖେଳାଳି ହୋଇଛନ୍ତି। ସେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ବିପକ୍ଷ ମ୍ୟାଚ୍‌ରେ ଏହି ସଫଳତା ପାଇଥିଲେ। ଏହି ମ୍ୟାଚ୍‌ରେ ସେ ୫୭ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ। ଏହି କ୍ଷେତ୍ରରେ ସେ ଡେଭିଡ ୱାର୍ନରଙ୍କୁ ପଛରେ ପକାଇ ଦେଇଛନ୍ତି। ଓ୍ବାର୍ନର ୧୩୫ ଇନିଂସରେ ୫ ହଜାର ରନ ପୂରଣ କରିଥିଲେ। ରାହୁଲ ୧୩୦ ଇନିଂସରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି।

ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ବିପକ୍ଷ ମ୍ୟାଚ ପୂର୍ବରୁ, କେଏଲ ରାହୁଲ ୧୨୯ ଇନିଂସରେ ୪,୯୪୯ ରନ କରିଥିଲେ। ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍‌ରେ ୫୧ ରନ କରି ସେ IPLରେ ୫ ହଜାର ରନ ଛୁଇଁଛନ୍ତି। ସେ ଏବେ ତାଙ୍କର ୧୩୯ ମ୍ୟାଚ ବିଶିଷ୍ଟ ଆଇପିଏଲ କ୍ୟାରିୟରରେ ୫,୦୦୬ ରନ କରିଛନ୍ତି। ଏଥିରେ ୪ଟି ଅର୍ଦ୍ଧଶତକ ଏବଂ ୪୦ଟି ଅର୍ଦ୍ଧଶତକ ସାମିଲ ଅଛି।

ଆଇପିଏଲରେ, କେଏଲ ରାହୁଲ ୧୩୦ ଇନିଂସରେ ଦ୍ରୁତ ୫ ହଜାର ରନ ପୂରଣ କରିଛନ୍ତି। ଏହି ତାଲିକାରେ ଡେଭିଡ ୱାର୍ନର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ବିରାଟ କୋହଲି ୧୫୭ ଇନିଂସରେ ଏହି ସଫଳତା ହାସଲ କରି ତୃତୀୟ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ଏବି ଡିଭିଲିୟର୍ସ ଏବଂ ଶିଖର ଧାୱନଙ୍କ ନାମ ମଧ୍ୟ ସାମିଲ ଅଛି।

କେଏଲ ରାହୁଲ – ୧୩୦ ଇନିଂସ
ଡେଭିଡ ୱାର୍ଣ୍ଣର – ୧୩୫ ଇନିଂସ
ବିରାଟ କୋହଲି – ୧୫୭ ଇନିଂସ
ଏବି ଡିଭିଲିୟର୍ସ – ୧୬୧ ଇନିଂସ
ଶିଖର ଧାୱନ – ୧୬୮ ଇନିଂସ

କେଏଲ ରାହୁଲ ଆଇପିଏଲ ୨୦୨୫ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ପ୍ରଥମ ୨ଟି ମ୍ୟାଚ ଖେଳି ନ ଥିଲେ। ୨ଟି ମ୍ୟାଚ ନ ଖେଳିବା ସତ୍ତ୍ୱେ, ସେ ଅରେଞ୍ଜ କ୍ୟାପ ଦୌଡ଼ରେ ରହିଛନ୍ତି। ରାହୁଲ ଏପର୍ଯ୍ୟନ୍ତ ୭ଟି ଇନିଂସରେ ୬୪.୬ ହାରରେ ୩୨୩ ରନ କରିଛନ୍ତି ଏବଂ ଅରେଞ୍ଜ କ୍ୟାପ ଦୌଡ଼ରେ ସପ୍ତମ ସ୍ଥାନରେ ଅଛନ୍ତି। ସେ ୨୦୨୫ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଏପର୍ଯ୍ୟନ୍ତ ସର୍ବାଧିକ ରନ ସ୍କୋରର ମଧ୍ୟ।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

ପରିମଳ କର୍ମଚାରୀଙ୍କ ଅନର୍ଦ୍ଦିିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ

କବିସୂର୍ଯ୍ୟନଗର,୨୨ା୧୨(କୃପାସିନ୍ଧୁ ସ୍ୱାଇଁ): ୧୦ ମାସର ବକେୟା ଦରମା ପ୍ରଦାନ ଓ ଛଟେଇ ନିଷ୍ପତ୍ତି ପ୍ରତ୍ୟାହାର ଦାବିନେଇ କବିସୂର୍ଯନଗର ଏନ୍‌ଏସିର ପରିମଳ କର୍ମଚାରୀମାନେ ଅନର୍ଦ୍ଦିିଷ୍ଟ କାଳ ପାଇଁ...

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା...

ଦୁର୍ବ୍ୟବହାର ପ୍ରତିବାଦରେ ଡାକ୍ତର, କର୍ମଚାରୀଙ୍କ ଧାରଣା

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଓ ଡାକ୍ତରଙ୍କୁ କେତେଜଣ ବ୍ୟକ୍ତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପ୍ରତିବାଦରେ ସୋମବାର...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

ଜାନୁଆରୀ ୧ରୁ କଡ଼ାକଡ଼ି ହେବ ଗାଡ଼ି ଚେକିଂ, ଏହି ସାର୍ଟିଫିକେଟ ନ ଥିଲେ ମିଳିବନି ପେଟ୍ରୋଲ!

ଭୁବନେଶ୍ୱର,୨୨।୧୨: ଜାନୁଆରୀ ୧ ତାରିଖରୁ ଜୋରଦାର ଗାଡ଼ି ଚେକିଂ ହେବ। ଏନେଇ ପରିବହନ କମିଶନର ଅମିତାଭ ଠାକୁର ସୂଚନା ଦେଇଛନ୍ତି। ସେ କହିଛନ୍ତି, MVI ନିୟମ...

ବଡ଼ଦିନ ପାଳନ ପାଇଁ ଚଳଚଞ୍ଚଳ କନ୍ଧମାଳ: ପୋଲିସ ପାଟ୍ରୋଲିଂକୁ କରାଯିବ କଡାକଡ଼ି

ଦାରିଙ୍ଗବାଡି, ୨୨ା୧୨ (ଅରୁଣ ସାହୁ): ଆଉ ମାତ୍ର ୨ ଦିନ ପରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ହେବ। ଏଥିପାଇଁ ସବୁଠି ଆନନ୍ଦର ଲହରି ଦେଖା ଦେଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri