Categories: ବାଣିଜ୍ୟ

ରିଲାଏନ୍ସ ରିଟେଲରେ ନିବେଶ କରିବ କେକେଆର୍‌

ନୂଆଦିଲ୍ଲୀ: ବିଶ୍ୱର ପ୍ରମୁଖ ପୁଞ୍ଜିନିବେଶକାରୀ କମ୍ପାନୀ କେକେଆର୍‌ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍‌ରେ ୫,୫୦୦ କୋଟି ଟଙ୍କା ନିବେଶ କରିବ। ଏ ନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ଏହି ନିବେଶ ଦ୍ୱାରା କେକେଆର୍‌ ୧.୨୮% ଇକ୍ୱିଟି ଅଂଶଧନ ହାସଲ କରିବ। ଏହି କମ୍ପାନୀ ଚଳିତ ବର୍ଷ ରିଲାଏନ୍ସର ଜିଓ ପ୍ଲାଟ୍‌ଫର୍ମସରେ ୧୧,୩୩୭ କୋଟି ଟଙ୍କା ନିବେଶ କରିଥିଲା। ରିଲାଏନ୍ସ ରିଟେଲ ବର୍ତ୍ତମାନ ସାରା ଦେଶରେ ୧୨ ହଜାର ଷ୍ଟୋର ସହ ସେବା ଯୋଗାଇ ଦେଉଛି। ରିଟେଲ ବ୍ୟବସ୍ଥାକୁ ଆଗକୁ ବଢାଇବା ଲାଗି ଏହି ନିବେଶ ସହାୟକ ହେବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସୂଚନା ଦେଇଛନ୍ତି।

Share