Posted inଖେଳ

କେକେଆର୍‌-ଆର୍‌ସିବି ହୋଇଥିଲା ରୋଚକ ମୁକାବିଲା: ୧୭ ବର୍ଷ ପରେ ପ୍ରଥମଥର ଆଇପିଏଲ୍‌ରେ ଘଟିବ ଏମିତି…

ନୂଆଦିଲ୍ଲୀ,୨୨।୩: କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଆଇପିଏଲ୍‌ ଇତିହାସର ପ୍ରଥମ ମ୍ୟାଚରେ ମୁହଁାମୁହିଁ ହୋଇଥିଲେ। ୧୭ ବର୍ଷ ପରେ ଦୁଇ ଦଳ ପ୍ରଥମ ଥର ପାଇଁ ସିଜନର ପ୍ରଥମ ମ୍ୟାଚରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ବର୍ଷ ବର୍ଷ ଧରି ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା କିଛି ରୋଚକ ମ୍ୟାଚ୍‌କୁ ନେଇ ପ୍ରସ୍ତୁତ ରିପୋର୍ଟ…

୨୦୦୮, ମ୍ୟାଚ୍‌ ନଂ-୧, ବେଙ୍ଗାଲୁରୁ
ଆଇପିଏଲ୍‌କୁ ଏହାଠାରୁ ଭଲ ଆରମ୍ଭ ମିଳିପାରି ନ ଥାନ୍ତା। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ବ୍ରେଣ୍ଡନ ମ୍ୟାକଲମ ୭୩ ବଲରେ ୧୫୮ ରନର ଅପରାଜିତ ପାଳି ଖେଳିଥିଲେ। ତାଙ୍କ ବିସ୍ଫୋରକ ଇନିଂସ ଯୋଗୁ କେକେଆର୍‌ ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ ହରାଇ ୨୨୨ ରନ କରିଥିଲା। ଜବାବରେ ଆର୍‌ସିବି ୮୨ ରନରେ ଅଲଆଉଟ୍‌ ହୋଇଯାଇଥିଲା।
୨୦୦୯, ମ୍ୟାଚ ନଂ-୪୧, ସେଞ୍ଚୁରିଅନ
ମ୍ୟାକଲମଙ୍କ ଅପରାଜିତ ୮୪ ରନର ଇନିଂସ ବଳରେ କେକେଆର୍‌ ପ୍ରତିପକ୍ଷ ଆରସିବି ଆଗରେ ୧୭୪ ରନର ଟାର୍ଗେଟ ଧାର୍ଯ୍ୟ କରିଥିଲା। ଜବାବରେ ୧୧ ଓଭର ଶେଷ ସୁଦ୍ଧା ଆର୍‌ସିବି ୩ ଉଇକେଟ ହରାଇ ୭୪ ରନ କରିଥିଲା। ଦଳକୁ ଅନ୍ତିମ ୯ ଓଭରରେ ୧୦୦ ରନ ଦରକାର ଥିବା ବେଳେ ରସ ଟେଲର ୩୩ ବଲରେ ବିସ୍ଫୋରକ ୮୧ ରନର ଇନିଂସ ଖେଳିଥିଲେ। ଫଳରେ ଆର୍‌ସିବି ୪ ବଲ ପୂର୍ବରୁ ବିଜୟଲକ୍ଷ୍ୟରେ ପହଞ୍ଚିଥିଲା।
୨୦୧୩, ମ୍ୟାଚ ନଂ-୧୨, ବେଙ୍ଗାଲୁରୁ
କ୍ରିସ୍‌ ଗେଲ୍‌ଙ୍କ ଅପରାଜିତ ୮୫ ରନର ଇନିଂସ ଯୋଗୁ ଆର୍‌ସିବି ସହଜରେ ୧୫୫ ରନର ଟାର୍ଗେଟକୁ ହାସଲ କରି ନେଇଥିଲେ। ହେଲେ ଏହି ମ୍ୟାଚ ବେଳେ ଦୁଇ ଦଳର ଅଧିନାୟକ ବିରାଟ କୋହଲି ଓ ଗୌତମ ଗମ୍ଭୀର ପଡ଼ିଆରେ ମୁହଁାମହିଁ ହୋଇଥିଲେ। କୋହଲି ଡିପ ପଏଣ୍ଟରେ କ୍ୟାଚ ଆଉଟ ହେବା ପରେ ଗମ୍ଭୀର ଖୁବ୍‌ ଉତ୍ସାହିତ ହୋଇଯାଇଥିଲେ। ଏହାକୁ ନେଇ କୋହଲି ଓ ଗମ୍ଭୀରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପୂର୍ବତନ ଦିଲ୍ଲୀ ଖେଳାଳି ରଜତ ଭାଟିଆଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ହୋଇଥିଲା।
୨୦୧୬, ମ୍ୟାଚ ନଂ-୩୦, ବେଙ୍ଗାଲୁରୁ
ଆର୍‌ସିବି ପ୍ରଦତ୍ତ ୧୮୫ ରନର ଟାର୍ଗେଟ ଆଗରେ କେକେଆର୍‌ ୧୩ ଓଭର ଶେଷ ସୁଦ୍ଧା ୪ ଉଇକେଟ ହରାଇ ୯୨ ରନ କରିଥିଲା। ମ୍ୟାଚ ଜିତିବା ପାଇଁ ଅନ୍ତିମ ୭ ଓଭରରେ ୯୩ ରନ ଦରକାର ଥିବାବେଳେ ଆନ୍ଦ୍ରେ ରସେଲ ଓ ୟୁସୁଫ ପଠାନଙ୍କ ଯୋଡ଼ି ମ୍ୟାଚର ଭାଗ୍ୟ ବଦଳାଇ ଦେଇଥିଲା। ୟୁସୁଫ ୨୯ ବଲରେ ୬୦ ରନ କରି କେକେଆର୍‌କୁ ଏହି ରୋମାଞ୍ଚକ ବିଜୟ ଆଣି ଦେଇଥିଲେ।
୨୦୧୭, ମ୍ୟାଚ ନଂ-୨୭, କୋଲ୍‌କାତା
ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା କେକେଆର୍‌ ୧୩୧ ରନ କରିବାକୁ ସକ୍ଷମ ହୋଇଥିଲା। ଏହାପରେ ଯାହା ଘଟିଗଲା, ତାହା ଇତିହାସରେ ଲିପିବଦ୍ଧ ହୋଇରହିଛି। ତାରକା ଖଚିତ ଆର୍‌ସିବି ୪୯ ରନରେ ଅଲଆଉଟ୍‌ ହୋଇଯାଇଥିଲା, ଯାହା କି ଆଇପିଏଲ୍‌ ଇତିହାସରେ ସର୍ବନିମ୍ନ ଦଳଗତ ସ୍କୋର।
୨୦୧୯, ମ୍ୟାଚ-୧୭, ବେଙ୍ଗାଲୁରୁ
ଲଗାତର ୪ ମ୍ୟାଚରେ ପରାଜିତ ହୋଇଥିବା ଆର୍‌ସିବି ପ୍ରତିପକ୍ଷ କେକେଆର୍‌ ଆଗରେ ୨୦୬ ରନର ବିଶାଳ ଟାର୍ଗେଟ ରଖିଥିଲା। ଅନ୍ତିମ ୪ ଓଭରରେ କେକେଆର୍‌କୁ ଜିତିବା ପାଇଁ ୬୬ ରନ ଦରକାର ଥିଲା। ଆନ୍ଦ୍ରେ ରସେଲଙ୍କ ୧୩ ବଲରେ ଅପରାଜିତ ୪୮ ରନର ପାଳି ଯୋଗୁ କେକେଆର୍‌ ୫ ବଲ ପୂର୍ବରୁ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା।
୨୦୨୪, ମ୍ୟାଚ ନଂ-୩୬, କୋଲ୍‌କାତା
ମିଚେଲ ଷ୍ଟାର୍କଙ୍କୁ ଅନ୍ତିମ ଓଭରରେ ୨୦ ରନର ଡିଫେଣ୍ଡ କରିବାକୁ ଥିବାବେଳେ ତାଙ୍କ ସାମ୍ନାରେ କର୍ନ ଶର୍ମା ଥିଲେ। ପ୍ରଥମ ୪ ବଲରେ ୩ ଛକା ମାରିବା ପରେ ପଞ୍ଚମ ବଲରେ ଦୁଇ ରନ ନେବାକୁ ଯାଇ କର୍ନ ରନଆଉଟ୍‌ ହୋଇଥିଲେ। ଫଳରେ କେକେଆର୍‌ ୧ ରନର ରୋମାଞ୍ଚକ ବିଜୟ ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri