Posted inଖେଳ

ମାଇଲଷ୍ଟୋନ ସହ ହାତେଇଲେ ଆଇପିଏଲ ଟ୍ରଫି

ଦୁବାଇ,୧୫।୧୦: ୨୦୧୦, ୨୦୧୧ ଓ ୨୦୧୮ ପରେ ୪ର୍ଥ ଥର ପାଇଁ ଆଇପିଏଲ ଟ୍ରଫି ହାତେଇଛି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ଶୁକ୍ରବାର ଖେଳାଯାଇଥିବା ଫାଇନାଲରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ୨୭ ରନ୍‌ରେ ହରାଇ ଦେଇଛି ଚେନ୍ନାଇ। ଏହା ଅଧିନାୟକ ଭାବେ ଧୋନୀଙ୍କ ପାଇଁ ଥିଲା ୩୦୦ ତମ ଟି୨୦ ମ୍ୟାଚ୍‌।

ଦୁବାଇ ଗ୍ରାଉଣ୍ଡରେ ଅନ୍ତିମ ୫ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଣୁ ସିଏସ୍‌କେ ମଧ୍ୟ ଚାହୁଁ ନ ଥିଲା ପ୍ରଥମେ ବ୍ୟାଟିଂ। କିନ୍ତୁ ଟସ୍‌ ଜିତି କେକେଆର୍‌ ଅଧିନାୟକ ଇଆନ ମୋର୍ଗାନ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ।

ମ୍ୟାଚ୍‌ ଜିତିବା ପାଇଁ ସିଏସ୍‌କେକୁ ଏକ ବଡ଼ ସ୍କୋର ଛିଡ଼ା କରିବା। ସିଏସ୍‌କେକୁ ଆବଶ୍ୟକ ଥିବା ଭଳି ୬୧ ରନ୍‌ର ଷ୍ଟାର୍ଟ ଦେଇଥିଲେ ରୁତୁରାଜ ଗାଏକ୍ୱାଡ (୩୨) ଓ ଫାଫ ଡୁ’ପ୍ଲେସିଙ୍କ ଓପନିଂ ଯୋଡ଼ି। ଗାଏକ୍ୱାଡ ଆଉଟ୍‌ ହେବା ପରେ ଛକା ଭାର ସମ୍ଭାଳିଥିଲେ ରବି ଉଥପ୍ପା। ୩ ଛକା ବଳରେ ଉଥପ୍ପା ୩୧ ରନ୍‌ କରିଥିଲେ। ତାଙ୍କ ପରେ ମୋଇନ ଅଲି (୩୭ ରନ୍‌, ୨ ଚୌକା ଓ ୩ ଛକା) ଓ ଡୁ’ପ୍ଲେସି (୮୬ ରନ୍‌, ୭ ଚୌକା ଓ ୩ ଛକା) ୩ୟ ଉଇକେଟ ପାଇଁ ୬୮ ରନ୍‌ ଯୋଡ଼ିଥିଲେ। ସିଏସ୍‌କେ ୨୦ ଓଭରରେ ୩ ଉଇକେଟ ହରାଇ ୧୯୨ ରନ୍‌ କରିଥିଲା।

ଜବାବରେ ଭେଙ୍କଟେଶ ଆୟର (୫୦ ରନ୍‌, ୫ ଚୌକା ଓ ୩ ଛକା) ଓ ଶୁବମାନ ଗିଲ (୫୧ରନ୍‌, ୬ ଚୌକା)ଙ୍କ ଯୋଡ଼ି କେକେଆରକୁ ଦେଇଥିଲା ୯୧ ରନ୍‌ର ଆରମ୍ଭ। କିନ୍ତୁ ୧୧ତମ ଓଭରରେ ମ୍ୟାଚ୍‌କୁ ବଦଳି ଦେଇଥିଲେ ଶାର୍ଦ୍ଦୁଳ ଠାକୁର। ସେ ଗୋଟିଏ ଓଭରରେ ଦୁଇ ଉଇକେଟ ନେଇଥିଲେ। ତା’ ପରେ ବିଗିଡ଼ି ଯାଇଥିଲା କେକେଆର ବ୍ୟାଟିଂ ଲାଇନଅପ୍‌। ଦଳ ୩୪ ରନ୍‌ ମଧ୍ୟରେ ୮ ଉଇକେଟ ହରାଇ ପରାଜୟକୁ ସ୍ବୀକାର କରି ନେଇଥିଲା। ଶେଷକୁ ଚେନ୍ନାଇ ୨୦ ଓଭରରେ ୯ ଉଇକେଟ ହରାଇ ୧୬୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା। କେକେଆର ପାଇଁ ଶାର୍ଦ୍ଦୁଳ ୩ ଉଇକେଟ ନେଇଥିବା ବେଳେ ଜୋସ ହାଜେଲ ଉଡ ଓ ରବୀନ୍ଦ୍ର ଜାଡେଜା ୨ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri