Posted inଖେଳ

ମାଇଲଷ୍ଟୋନ ସହ ହାତେଇଲେ ଆଇପିଏଲ ଟ୍ରଫି

ଦୁବାଇ,୧୫।୧୦: ୨୦୧୦, ୨୦୧୧ ଓ ୨୦୧୮ ପରେ ୪ର୍ଥ ଥର ପାଇଁ ଆଇପିଏଲ ଟ୍ରଫି ହାତେଇଛି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ଶୁକ୍ରବାର ଖେଳାଯାଇଥିବା ଫାଇନାଲରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ୨୭ ରନ୍‌ରେ ହରାଇ ଦେଇଛି ଚେନ୍ନାଇ। ଏହା ଅଧିନାୟକ ଭାବେ ଧୋନୀଙ୍କ ପାଇଁ ଥିଲା ୩୦୦ ତମ ଟି୨୦ ମ୍ୟାଚ୍‌।

ଦୁବାଇ ଗ୍ରାଉଣ୍ଡରେ ଅନ୍ତିମ ୫ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଣୁ ସିଏସ୍‌କେ ମଧ୍ୟ ଚାହୁଁ ନ ଥିଲା ପ୍ରଥମେ ବ୍ୟାଟିଂ। କିନ୍ତୁ ଟସ୍‌ ଜିତି କେକେଆର୍‌ ଅଧିନାୟକ ଇଆନ ମୋର୍ଗାନ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ।

ମ୍ୟାଚ୍‌ ଜିତିବା ପାଇଁ ସିଏସ୍‌କେକୁ ଏକ ବଡ଼ ସ୍କୋର ଛିଡ଼ା କରିବା। ସିଏସ୍‌କେକୁ ଆବଶ୍ୟକ ଥିବା ଭଳି ୬୧ ରନ୍‌ର ଷ୍ଟାର୍ଟ ଦେଇଥିଲେ ରୁତୁରାଜ ଗାଏକ୍ୱାଡ (୩୨) ଓ ଫାଫ ଡୁ’ପ୍ଲେସିଙ୍କ ଓପନିଂ ଯୋଡ଼ି। ଗାଏକ୍ୱାଡ ଆଉଟ୍‌ ହେବା ପରେ ଛକା ଭାର ସମ୍ଭାଳିଥିଲେ ରବି ଉଥପ୍ପା। ୩ ଛକା ବଳରେ ଉଥପ୍ପା ୩୧ ରନ୍‌ କରିଥିଲେ। ତାଙ୍କ ପରେ ମୋଇନ ଅଲି (୩୭ ରନ୍‌, ୨ ଚୌକା ଓ ୩ ଛକା) ଓ ଡୁ’ପ୍ଲେସି (୮୬ ରନ୍‌, ୭ ଚୌକା ଓ ୩ ଛକା) ୩ୟ ଉଇକେଟ ପାଇଁ ୬୮ ରନ୍‌ ଯୋଡ଼ିଥିଲେ। ସିଏସ୍‌କେ ୨୦ ଓଭରରେ ୩ ଉଇକେଟ ହରାଇ ୧୯୨ ରନ୍‌ କରିଥିଲା।

ଜବାବରେ ଭେଙ୍କଟେଶ ଆୟର (୫୦ ରନ୍‌, ୫ ଚୌକା ଓ ୩ ଛକା) ଓ ଶୁବମାନ ଗିଲ (୫୧ରନ୍‌, ୬ ଚୌକା)ଙ୍କ ଯୋଡ଼ି କେକେଆରକୁ ଦେଇଥିଲା ୯୧ ରନ୍‌ର ଆରମ୍ଭ। କିନ୍ତୁ ୧୧ତମ ଓଭରରେ ମ୍ୟାଚ୍‌କୁ ବଦଳି ଦେଇଥିଲେ ଶାର୍ଦ୍ଦୁଳ ଠାକୁର। ସେ ଗୋଟିଏ ଓଭରରେ ଦୁଇ ଉଇକେଟ ନେଇଥିଲେ। ତା’ ପରେ ବିଗିଡ଼ି ଯାଇଥିଲା କେକେଆର ବ୍ୟାଟିଂ ଲାଇନଅପ୍‌। ଦଳ ୩୪ ରନ୍‌ ମଧ୍ୟରେ ୮ ଉଇକେଟ ହରାଇ ପରାଜୟକୁ ସ୍ବୀକାର କରି ନେଇଥିଲା। ଶେଷକୁ ଚେନ୍ନାଇ ୨୦ ଓଭରରେ ୯ ଉଇକେଟ ହରାଇ ୧୬୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା। କେକେଆର ପାଇଁ ଶାର୍ଦ୍ଦୁଳ ୩ ଉଇକେଟ ନେଇଥିବା ବେଳେ ଜୋସ ହାଜେଲ ଉଡ ଓ ରବୀନ୍ଦ୍ର ଜାଡେଜା ୨ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri