Categories: ଖେଳ

ସିଏସ୍‌କେ ଆଗରେ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ

ଆବୁଧାବି,୨୬।୯: ବିସ୍ଫୋରକ ଆରମ୍ଭ ସତ୍ତ୍ୱେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଧାର୍ଯ୍ୟ ୨୦ ଓଭରରେ ୬ ଉଇକେଟ ହରାଇ ୧୭୧ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଆଗରେ ଧାର୍ଯ୍ୟ ହୋଇଛି ୧୭୨ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା କେକେଆର୍‌ ଏକଦା ୫ ଓଭରରେ ୧ ଉଇକେଟ ହରାଇ ୫୦ ରନ୍‌ କରିଥିଲା। ଲାଗୁଥିଲା ଦଳ ବଡ଼ ସ୍କୋର ଛିଡ଼ା କରିବ। କିନ୍ତୁ ଚେନ୍ନାଇର ବୋଲରମାନେ କ୍ରମାଗତ ବ୍ୟବଧାନରେ ଉଇକେଟ ନେଇ କୋଲକାତାକୁ ୧୭୧/୬ରେ ଅଟକାଇ ଦେଇଥିଲେ। କୋଲକାତା ପାଇଁ ଶେଷ ଆଡ଼କୁ ଦୀନେଶ କାର୍ତ୍ତିକ (୨୬) ଓ ନୀତିଶ ରାଣା (୩୭*) ବିସ୍ଫୋରକ ଇନିଂସ ଖେଳିଥିଲେ। ଚେନ୍ନାଇ ପାଇଁ ଜୋଶ ହାଜେଲଉଡ ଓ ଶାର୍ଦ୍ଦୁ ଠାକୁର ନେଇଥିଲେ ୨ ଲେଖାଏ ଉଇକେଟ ।

Share