Categories: ଖେଳ

ପ୍ଲେ-ଅଫ୍‌ ଆଶା ଧୂଳିଶାତ୍‌: ପାରିଲେନି ବୋଲର

ଆବୁଧାବି,୮।୧୦: ମୁମ୍ବାଇ ଇଣ୍ଡିଆନ୍ସର ପ୍ଲେ-ଅପ୍‌କୁ ଉଠିବା ଆଶା ଧୂଳିଶାତ୍‌ ହୋଇଯାଇଛି। ପ୍ରଥମେ ଦଳକୁ ଯାହା ଦରକାର ଥିଲା ତାହା କରି ଦେଖାଇଥିଲେ ବ୍ୟାଟ୍ସମ୍ୟାନମାନେ। ହାଇଦ୍ରବାଦ୍‌ ଆଗରେ ଛିଡ଼ା କରିଥିଲେ ୨୩୬ ରନ୍‌ର ବିଶାଳ ଟାର୍ଗେଟ। ପ୍ରତିପକ୍ଷ ଦଳକୁ ୬୫ ରନ୍‌ ମଧ୍ୟରେ ଅଲଆଉଟ୍‌ କରିବାର ଆବଶ୍ୟକତା ଥିଲା। କିନ୍ତୁ ବୋଲରମାନେ ବିଫଳ ହୋଇଛନ୍ତି। ସନରାଇଜର୍ସ ପାଓ୍ବରପ୍ଲେରେ ୧ ଉଇକେଟରେ ହରାଇ ୭୦ ରନ୍‌ କରିଛି। ଜାସନ ରୟ ୩୪ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଅଭିଷେକ ଶର୍ମା ୩୦ ରନ୍‌ କରି ଖେଳୁଛନ୍ତି।

Share