ବିଦେଶୀ ଶିକ୍ଷାର୍ଥୀଙ୍କୁ ଆପଣାଇବାରେ କିଟ୍‌ ଦେଶର ୫ମ

ଭୁବନେଶ୍ୱର,୭।୧(ଅନୁରାଧା ମହାରଣା): ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ବୃତ୍ତିଗତ ପ୍ରତିଷ୍ଠାନଗୁଡ଼ିକୁ ବିଦେଶୀ ଶିକ୍ଷାର୍ଥୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧିପାଉଛି ବୋଲି ନିକଟରେ ନୀତି ଆୟୋଗଙ୍କ ରିପୋର୍ଟ ପ୍ରକାଶ ପାଇଛି। ଭାରତରେ ଉଚ୍ଚଶିକ୍ଷାର ଅନ୍ତର୍ଜାତୀୟକରଣ ଉପରେ ନୀତି ଆୟୋଗଙ୍କ ରିପୋର୍ଟ ଅନୁଯାୟୀ, ୨୦୨୧-୨୨ ଶିକ୍ଷାବର୍ଷରେ ଓଡ଼ିଶାକୁ ସର୍ବାଧିକ ବିଦେଶୀ ଛାତ୍ରୀଛାତ୍ର ଶିକ୍ଷାଲାଭ ପାଇଁ ଆସିଛନ୍ତି। ନୀତି ଆୟୋଗ ରିପୋର୍ଟରେ ଭାରତର କେଉଁ ରାଜ୍ୟରେ କେତେ ପିଲା ପଢୁଥିଲେ ଓ ସଂଖ୍ୟା କେତେ ବୃଦ୍ଧି ପାଇଛି ସେନେଇ ବିସ୍ତୃତ ସୂଚନା ଦିଆଯାଇଛି। ଏହି ତଥ୍ୟ ମୁତାବକ, ବିଦେଶୀ ଛାତ୍ରୀଛାତ୍ରଙ୍କୁ ଆପଣାଇବାରେ ଭାରତର ଶ୍ରେଷ୍ଠ ୧୦ଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ସେହିପରି ଦେଶର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ପ୍ରଥମ ସ୍ଥାନ ପାଇଛି। ବିଦେଶୀ ଛାତ୍ରୀଛାତ୍ରଙ୍କୁ ଆପଣାଇବାରେ କିଟ୍‌ ଦେଶରେ ପଞ୍ଚମ ସ୍ଥାନରେ ରହିଛି। ରିପୋର୍ଟରେ କୁହାଯାଇଛି ଯେ, କୋଲକାତା ଓ ହାଇଦ୍ରାବାଦ ଆଦି କସ୍‌ମୋପଲିଟାନ ନଗର ହୋଇଥିବାବେଳେ ପଶ୍ଚିମବଙ୍ଗ, ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶଠାରୁ ଓଡ଼ିଶାରେ ଅଧିକ ବିଦେଶୀ ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି। ନୀତି ଆୟୋଗଙ୍କ ରିପୋର୍ଟ ଅନୁଯାୟୀ, ଦେଶର ପୂର୍ବାଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ମୋଟ ୨୩୬୨ ବିଦେଶୀ ଛାତ୍ରୀଛାତ୍ର ଶିକ୍ଷା ଲାଭ କରୁଥିବାବେଳେ ସେମାନଙ୍କ ମଧ୍ୟରୁ କେବଳ କିଟ୍‌ରେ ବିଶ୍ୱର ୭୦ଟି ଦେଶର ୨ହଜାର ଛାତ୍ରୀଛାତ୍ର ଅଛନ୍ତି। ଭାରତର ୫ଟି ଘରୋଇ ବିଶ୍ୱବିଦ୍ୟାଳୟରେ ସର୍ବାଧିକ ବିଦେଶୀ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଥିବା କିଟ୍‌ ୫ମ ସ୍ଥାନରେ ରହିଛି। ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଊର୍ଦ୍ଧ୍ୱ ବିଦେଶୀ ଛାତ୍ରୀଛାତ୍ର କିଟ୍‌ରୁ ଉତ୍ତୀର୍ଣ୍ଣ ହୋଇସାରିଛନ୍ତି। ୨୦୧୨ରେ ଓଡ଼ିଶାରେ ମାତ୍ର ୧୨ଜଣ ବିଦେଶୀ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବାବେଳେ ଏବେ କେବଳ କିଟ୍‌ରେ ୨ହଜାରରୁ ଊର୍ଦ୍ଧ୍ୱ ବିଦେଶୀ ଶିକ୍ଷାର୍ଥୀ ଅଧ୍ୟୟନ କରୁଛନ୍ତି। ଆଗାମୀ ଶିକ୍ଷାବର୍ଷରେ କିଟ୍‌ରେ ବିଦେଶୀ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଶା ପ୍ରକାଶ କରିଛନ୍ତି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲୋଇସିଂହା ନିର୍ବାଚନ ମଣ୍ଡଳୀ ସମେତ ଜିଲାରେ ୧୦ଟି ସ୍କୁଲ ପ୍ରତିଷ୍ଠା ପାଇଁ ଅନୁମୋଦନ: ଧନ୍ୟବାଦ ଜଣାଇଲେ ସ୍ବାସ୍ଥ୍ୟମନ୍ତ୍ରୀ, ଜିଲାପାଳ

ଲୋଇସିଂହା,୮ା୧(ସୁଶାନ୍ତ ବାରିକ): ରାଜ୍ୟରେ ୧୧୮ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏହିକ୍ରମରେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ଝାରମୁଣ୍ଡା ଆଞ୍ଚଳିକ...

୧୨ରୁ ନୂତନ ବଜେଟ ଆଲୋଚନା

ଭୁବନେଶ୍ୱର,୮ା୧(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬-୨୭ ଆର୍ଥିକବର୍ଷ ଲାଗି ନୂତନ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। କେଉଁଦିନ କେଉଁ ବିଭାଗର ବଜେଟ ଆଲୋଚନା...

ଶୀତ ମହୋତ୍ସବ, ସନ୍ଧ୍ୟାରେ ଦୁଲୁକିବ ମଞ୍ଚ: ଆଜି ଆସିବେ ଏହି ସବୁ କଳାକାର…

ଦାରିଙ୍ଗବାଡି, ୮ /୧ (ଅରୁଣ ସାହୁ): ଦାରିଙ୍ଗବାଡି ଶୀତ ମହୋତ୍ସବକୁ ନେଇ ଅପେକ୍ଷା ଶେଷ ହୋଇଛି। ଆଜି ଶୀତ ମହୋତ୍ସବର ଶୁଭାରମ୍ଭ ହେବ। ଏଥିପାଇଁ ସମସ୍ତ...

୯ରେ ରାଜ୍ୟ କ୍ୟାବିନେଟ

ଭୁବନେଶ୍ୱର,୮।୧(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ଅପରାହ୍ନ ସାଢ଼େ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଲୋକସେବା ଭବନର ତୃତୀୟ ମହଲାରେ...

ଏସ୍‌ସିବି ମେଡିକାଲ ୱାର୍ଡରୁ ଖସିିଲା ସିଲିଂ: ରୋଗୀଙ୍କ ମୁଣ୍ଡ ଫାଟିଲା

କଟକ,୮।୧(ଶିଳ୍ପା ପ୍ରିୟଦର୍ଶିନୀ): ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ପୁରୁଣା ଭେଷଜ ବିଭାଗରେ ବୁଧବାର ଅପରାହ୍ନରେ ଏକ ଅଘଟଣ ଘଟିଛି। ଜଣେ ରୋଗୀଙ୍କ...

ପ୍ରବଳ ଜାଡ଼ରେ ଅସ୍ତବ୍ୟସ୍ତ ଦାରିଙ୍ଗବାଡି: ପଡୁଛି ତୁଷାରପାତ, ଏହି ସବୁ ଅଞ୍ଚଳରେ…

ଦାରିଙ୍ଗବାଡି, ୮ /୧ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପୁଣି ଶୀତ ଲେଉଟିଛି । ଗତ ୨ ଦିନ ହେଲା ଦାରିଙ୍ଗବାଡି ସମେତ...

ସରକାରଙ୍କ କଟକଣା ଯୋଗୁ ହଟହଟା ଚାଷୀ, ହୋଇପାରୁନି ଧାନ ବିକ୍ରି, ବିଳମ୍ବ ହେଉଛି ରବି ଚାଷ

ବରଗଡ଼,୮।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଏଠାରେ ସର୍ବାଧିକ ଧାନ ଉପତ୍ାଦନ ହେଉଥିବାରୁ ଜିଲାର ଏଭଳି ପରିଚୟ ରହିଛି। ମାତ୍ର ଜିଲାର ଚାଷୀଙ୍କ...

୧୦ ଦଫା ଦାବି ନେଇ ବିଦ୍ୟୁତ୍‌ ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଫିସ୍‌ ଆଗରେ ଧାରଣା

ବଲାଙ୍ଗୀର,୮ା୧(ବୀରେନ୍ଦ୍ର କୁମାର ଝାଙ୍କର): ଆଉଟ୍‌ସୋର୍ସିଂ କର୍ମଚାରୀଙ୍କୁ ଶୋଷଣ ଅଭିଯୋଗରେ ପଶ୍ଚିମାଞ୍ଚଳ ବିଜୁଳି ଶ୍ରମିକ ସଂଘ ବଲାଙ୍ଗୀର ପକ୍ଷରୁ ବୁଧବାର ଟାଟା ପାୱାର କମ୍ପାନୀ ବିରୋଧରେ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri