Posted inଖେଳ

କିଟ୍‌କୁ ୩ ସ୍ବର୍ଣ୍ଣ ସହ ୬ ପଦକ

ଭୁବନେଶ୍ୱର, ୨୮।୩ (କ୍ରୀଡ଼ା ପ୍ରତିନିଧି): ପଟିଆଲାସ୍ଥିତ ପଞ୍ଜାବୀ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ କାନୋଇଂ ଓ କାୟାକିଂ (ମହିଳା) ପ୍ରତିଯୋଗିତାରେ କିଟ୍‌ ପ୍ରତିଯୋଗୀ ୬ଟି ପଦକ ହାସଲ କରିଛନ୍ତି। ଏହାମଧ୍ୟରେ ୩ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୧ ବ୍ରୋଞ୍ଜ ସାମିଲ। ଗତ ୨୪ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ପ୍ରତିଯୋଗିତାରେ କିଟ୍‌ ଦଳରେ ୩ ପ୍ରତିଯୋଗୀ ରଶ୍ମିତା ସାହୁ, ମଧୁସ୍ମିତା ନାୟକ ଓ ଏସ୍‌ମା ବାର୍ଲା ଅଂଶଗ୍ରହଣ କରିଥିଲେ। ଏମାନେ ୬ ପଦକ ହାସଲ ସହ ରନରଅପ୍‌ ଟ୍ରଫି ହାସଲ କରିଛନ୍ତି। ରଶ୍ମିତା ୨୦୦ ମିଟର (ସି୧) ଏବଂ ୫୦୦ ମିଟର (ସି୧)ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଥିଲେ। ରଶ୍ମିତା ଓ ମଧୁସ୍ମିତା ୨୦୦ ମିଟର (ସି୨) ଇଭେଣ୍ଟରେ ଦଳ ପାଇଁ ତୃତୀୟ ସ୍ବର୍ଣ୍ଣ ହାସଲ କରିଥିଲେ। ସେହିପରି ୧୦୦୦ ମିଟର (ସି୧) ଇଭେଣ୍ଟରେ ରଶ୍ମିତା ରୌପ୍ୟ, ୫୦୦ ମିଟର (ସି୨)ରେ ରଶ୍ମିତା ଓ ମଧୁସ୍ମିତା ରୌପ୍ୟ ଏବଂ ୨୦୦ ମିଟର (କେ୧) ଇଭେଣ୍ଟରେ ଏସ୍‌ମା ବାର୍ଲା ବ୍ରୋଞ୍ଜ ପଦକ ଜିତିଥିଲେ। ଏହି ତିନିଜଣ ରୋୟର ସ୍ପୋଟର୍‌ସ କୋଟାରେ କିଟ୍‌ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବାବେଳେ ଜଗତ୍‌ପୁରସ୍ଥିତ ସାଇ ଏନ୍‌ସିଓଇରେ ଟ୍ରେନିଂ ନେଉଛନ୍ତି। କାନୋଇଂ ଓ କାୟାକିଂ ସହକାରୀ କୋଚ୍‌ ରାଜକୁମାର ନିଶାଦ ସେମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ସାମ୍‌ନାରେ ଅବକାରୀ ବାବୁଙ୍କୁ ମାଡ଼: ନିୟମକୁ ଫୁ’, ନିଶାରେ ମତୁଆଲା ଯୁବତୀଯୁବକ

ଭୁବନେଶ୍ୱର,୧୬ା୨(ତ୍ରିନାଥ ମହାନ୍ତି):ଭାଲେଣ୍ଟାଇନ୍ସ ଡେ’ରେ ସବୁ ନିୟମ ଓ କଟକଣାକୁ ଫୁ’ କରି ବାର୍‌ରେ ଜମିଥିଲା ରଙ୍ଗିନ ରାତି। ଆଗରେ ଶଟର ପକାଇ ଭିତରେ ମତୁଆଲା ହେଉଥିଲେ ପୁରୁଷ…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ବ୍ୟାପୁଛି ନିଆଁ

ଜୟପୁର,୧୬ା୨(ପବନ ପାଣିଗ୍ରାହୀ): ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଚାରିଆଡ଼େ ନିଆଁ ବ୍ୟାପିଚାଲିଛି। ଏପରି ଅଭାବନୀୟ ଘଟଣା ଘଟିଛି ଜୟପୁର ସହରର ବିକ୍ରମଦେବ ବିଶବିଦ୍ୟାଳୟ…

ଜବରଦସ୍ତ ବିଜୟ ପରେ ଏମିତି କଥା କହିଦେଦେଲ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଲମ୍ବୋ,୧୬।୨: ICC T20 ବିଶ୍ୱକପର ଏକ ଗ୍ରୁପ ଏ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ୬୧ ରନର ଜବରଦସ୍ତ ବିଜୟ ସହିତ ସୁପର -୮ ପର୍ଯ୍ୟାୟ ପାଇଁ ଯୋଗ୍ୟତା…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାକିସ୍ତାନର ଗର୍ବ ଭାଙ୍ଗିଲେ ଏହି ୫ ଖେଳାଳି: ସାଜିଲେ ବିଜୟର ହିରୋ

କଲମ୍ବୋ,୧୬।୨: ୨୦୨୬ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଆଉ ଏକ ସ୍ମରଣୀୟ ବିଜୟ ସହିତ ଭାରତ ସୁପର ୮ରେ ପ୍ରାୟ ନିଜର ସ୍ଥାନ ସୁରକ୍ଷିତ କରିଛି। ଏହି…

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri