ଭୁବନେଶ୍ୱର,୨୧।୨: କିସ୍ ଛାତ୍ର ମୃତ୍ୟୁ ଘଟଣାରେ ତଦନ୍ତ ଦାବିକଲେ ଉକ୍ତ ଛାତ୍ରଙ୍କ ବାପା। ପୁଅର ମତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କଲେ ବାପା। ସେ କହିଛନ୍ତି, ୩ ଫୁଟିଆ ଖଟରେ ଜୀବନ ହାରିବା ସମ୍ଭବ ନୁହେଁ। ମୁଁ କହିଥିଲି ମୁଁ ଗଲେ ମୋ ପୁଅକୁ ତଳକୁ ଓହ୍ଲାଇବ। କିନ୍ତୁ ମୁଁ ପହଞ୍ଚିବା ପୂର୍ବରୁ ତଳକୁ ଓହ୍ଲାଇ ଦେଇଥିଲେ। ମୋ ପୁଅ ତା ପୂର୍ବଦିନ ହସି ହସି ମା’ ସହ କଥା ହୋଇଥିଲା। ଏଭଳି ଜୀବନ ହାରିବାର କୌଣସି କାରଣ ନଥିଲା । ଉପଯୁକ୍ତ ତଦନ୍ତ ହେଲେ ସବୁକିଛି ଜଣାପଡ଼ିବ ବୋଲି ଛାତ୍ରଙ୍କ ବାପା କହିଛନ୍ତି। ମୋର ଗୋଟିଏ ପୁଅ ଭାବିଥିଲି ବଡ଼ ମଣିଷ ହେବ। ଦୁଃଖ ଦୂର କରିବ। ଦାଦନ ଖଟିବାକୁ ତେଲେଙ୍ଗାନା ଯାଇଥିଲି। ଗାଡ଼ି ପଠାଇ ମତେ ଆଣିଲେ।

