କିସ୍‌କୁ ବିଶ୍ୱର ଶ୍ରେଷ୍ଠ ସାକ୍ଷରତା ସମ୍ମାନ

ଭୁବନେଶ୍ୱର, ୯ା୯(ବ୍ୟୁରୋ):ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳନ ଅବସରରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନ୍ସ(କିସ୍‌)କୁ ମିଳିଛି ବିଶ୍ୱର ଶ୍ରେଷ୍ଠ ଶିକ୍ଷା ସମ୍ମାନ। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଜାତିସଂଘ ପକ୍ଷରୁ କିସ୍‌କୁ ସମ୍ମାନଜନକ ୟୁନେସ୍କୋ କିଙ୍ଗ୍‌ ସିଜଙ୍ଗ୍‌ ଇଣ୍ଟରନ୍ୟାଶନାଲ ଲିଟେରାସି ପୁରସ୍କାର-୨୦୨୨ରେ ସମ୍ମାନିତ କରାଯାଇଛି। ଗୁରୁବାର ଆଫ୍ରିକାର ଡି ଆଇଭୋର୍‌ କୋଷ୍ଟଠାରେ ଆରମ୍ଭ ହୋଇଥିବା ୟୁନେସ୍କୋର ୨ଦିନିଆ ପୁରସ୍କାର ବିତରଣ ଉତ୍ସବର ପ୍ରଥମ ଦିନରେ କିସ୍‌କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। କିସ୍‌ ପ୍ରତିନିଧି ବିକାଶ ସାବତ୍‌ ପୁରସ୍କାର ବାବଦକୁ ୨୦ ହଜାର ଆମେରିକୀୟ ଡଲାର, ମେଡାଲ୍‌ ଓ ପ୍ରଶସ୍ତିପତ୍ର ଗ୍ରହଣ କରିଛନ୍ତି।
ଏହି ଅନ୍ତର୍ଜାତୀୟ ଶିକ୍ଷା ପୁରସ୍କାର ପାଇବାରେ କିସ୍‌ ବିଶ୍ୱର ପ୍ରଥମ ଜନଜାତି ଅନୁଷ୍ଠାନ ହୋଇଥିବାବେଳେ ଭାରତର ସମସ୍ତ ଘରୋଇ ଓ ସରକାରୀ କ୍ଷେତ୍ରରେ ପଞ୍ଚମ ଶିକ୍ଷାନୁଷ୍ଠାନ। ଏହା ଓଡ଼ିଶା ତଥା ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା, ଶିକ୍ଷାବିତ୍‌ ତଥା ସମାଜସେବୀ ଡ. ଅଚ୍ୟୁତ ସାମନ୍ତ କହିଛନ୍ତି। ଏଥିସହ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ଅବସରରେ କିସ୍‌ର ୩୦ ହଜାର ଛାତ୍ରୀଛାତ୍ର ଉତ୍ସବ ମନାଇଛନ୍ତି। ଡ. ସାମନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଲଡୁ ବଣ୍ଟନ ସହ ଶୁଭେଚ୍ଛା ଜଣାଇଥିଲେ। ଶିକ୍ଷା କ୍ଷେତ୍ରରେ ଅନୁଷ୍ଠାନର ଏହି ନିରନ୍ତର ପ୍ରଚେଷ୍ଟାରେ ସାମିଲ ଥିବା ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରମାନେ ଭାଷାଗତ ଶିକ୍ଷାକୁ ନେଇ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ବହୁଭାଷୀ ଓ ବହୁସଂସ୍କୃତି ସମ୍ବନ୍ଧିତ ଶିକ୍ଷା ପ୍ରଦାନରେ ଶିକ୍ଷକଙ୍କ ଅଭାବ ଦୂର କରିବା ଚଳିତବର୍ଷ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି।
ସୂଚନାଯୋଗ୍ୟ, ୧୯୯୩ରେ ୧୨୫ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା କିସ୍‌ ଏବେ ବିଶ୍ୱର ସର୍ବବୃହତ ଆବାସିକ ଓ ଜନଜାତି ଶିକ୍ଷାନୁଷ୍ଠାନରେ ପରିଣତ ହୋଇଛି। ଏଥିସହ ୨୦୧୫ରୁ କିସ୍‌ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ପରିଷଦ ଦ୍ୱାରା ସ୍ପେଶାଲ୍‌ କନ୍‌ସଲ୍‌ଟେଟିଭ୍‌ର ମାନ୍ୟତା ପାଇଛି। ଏଠାରେ ଅଧ୍ୟୟନରତ ୩୦ହଜାର ଜନଜାତି ଛାତ୍ରୀଛାତ୍ର ଏବଂ ଉତ୍ତୀର୍ଣ୍ଣ ୪୦ହଜାର ପୁରାତନ ଛାତ୍ରୀଛାତ୍ରଙ୍କୁ ସେମାନଙ୍କର ସାମଗ୍ରିକ ବିକାଶ, ଧନ୍ଦାମୂଳକ ତାଲିମ ଓ କ୍ରୀଡାରେ ଉତ୍କର୍ଷତା ପ୍ରତିପାଦନ ନିମନ୍ତେ କିସ୍‌ ସମସ୍ତ ପ୍ରକାର ସୁଯୋଗ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri