ସୁନ୍ଦର କରିବ କିସ୍‌ମିସ୍‌

ଡ୍ରାଏଫ୍ରୁଟ୍‌ଭାବେ କିସ୍‌ମିସ୍‌ ବ୍ୟବହାର କରାଯାଏ। କିନ୍ତୁ ତ୍ୱଚାକୁ ସୁନ୍ଦର ଓ ଅଧିକ ଗ୍ଲୋ କରିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରିହେବ। ଏଥିପାଇଁ ଜାଣିରଖନ୍ତୁ ଉପାୟ….

ପ୍ରଥମେ ରାତିରେ ୧ କପ୍‌ କିସ୍‌ମିସ୍‌କୁ ୧ ଗ୍ଲାସ୍‌ ପାଣିରେ ଭିଜାଇ ଦିଅନ୍ତୁ। ରାତି ସାରା ଭିଜିବା ପରେ ସକାଳେ ସେଥିରୁ କିସ୍‌ମିସ୍‌ ସବୁ ବାହାରକରି ଦିଅନ୍ତୁ।
କିସ୍‌ମିସ୍‌ ପାଣିରେ ୧ଚାମଚ ଚାଉଳଗୁଣ୍ଡ ସହ ୧ ଚାମଚ ମହୁ ମିଶାନ୍ତୁ। ଏହାକୁ ଭଲଭାବେ ଗୋଳାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ରୁ ୨୦ ମିନିଟ୍‌ ରଖି ଉଷୁମ ପାଣିରେ ଧୋଇଦିଅନ୍ତୁ।
ଅଧା ଗ୍ଲାସ୍‌ କିସ୍‌ମିସ୍‌ ପାଣିରେ ଅଧା ଭାଗ ଗୋଲାପ ଜଳ ମିଶାନ୍ତୁ। ଏଥିରେ କିଛି ଲେମ୍ବୁରସ ମିଶାନ୍ତୁ। ଏବେ ଏହି ମିଶ୍ରଣରେ ଅଳ୍ପ ଲେମ୍ବୁରସ ମିଶାଇ ଟୋନର ଭଳି ଲଗାନ୍ତୁ। କିଛିଦିନ ପରେ ତ୍ୱଚା ବହୁତ ସୁନ୍ଦର ଦେଖାଯିବ।
କିସ୍‌ମିସ୍‌ରେ ସ୍କ୍ରବ୍‌ ତିଆରିକରି ଲଗାନ୍ତୁ। ଏଥିପାଇଁ କସ୍‌ମିସ୍‌କୁ ଗ୍ରାଇଣ୍ଡିଂ କରି ଏଥିରେ କିଛି ଅଲିଭ୍‌ ଅଏଲ ମିଶାଇ ସ୍କ୍ରବ୍‌ ଭଳି ସପ୍ତାହକୁ ଥରେ ଲଗାନ୍ତୁ। କିଛିଦିନ ପରେ ତ୍ୱଚା ଅଧିକ ଉଜ୍ଜ୍ୱଳ ଦେଖାଯିବ।
କିସ୍‌ମିସ୍‌ ପାଣିରେ ଆଇରନ, ଭିଟାମିନ୍‌ ଓ ମିନେରାଲ ରହିଛି। ତେଣୁ ଏହାର ପାଣିକୁ କେଶ ମୂଳରେ ଲଗାଇଲେ କେଶ ଝଡ଼ିବା ବନ୍ଦ ହେବା ସହ ଉଜ୍ୱଳତା ବଢ଼ିପାରିବ ଓ ଏହା ଶୀଘ୍ର ଧଳା ହେବ ନାହିଁ।
ସ୍କିନ୍‌ ସୁନ୍ଦର କରିବା ପାଇଁ ଏଥିରେ ଆପଣ ଫେସ୍‌ପ୍ୟାକ୍‌ ବି ତିଆରି କରିପାରିବେ। ଏଥିପାଇଁ ୪ ଚାମଚ କିସ୍‌ମିସ୍‌୍‌ ରାତିରେ ପାଣିରେ ଭିଜାଇ ଦିଅନ୍ତୁ। ସକାଳୁ ଏହାକୁ ଗ୍ରାଇଣ୍ଡିଂ କରି ପେଷ୍ଟ ତିଆରି କରନ୍ତୁ। ଏଥିରେ ମହୁ ଓ ଅଳ୍ପ କିସ୍‌ମିସ୍‌ ପାଣି ମିଶାନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ ୨୦ ମିନିଟ୍‌ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଏହାପରେ ମୁହଁକୁ ଧୋଇ ଦିଅନ୍ତୁ। ଏହି ପ୍ୟାକ୍‌ ଲଗାଇଲେ ମୁହଁରେ ବ୍ରଣ ସମସ୍ୟା ଦେଖାଦେଇ ନ ଥାଏ।
ସ୍କିନ୍‌ର ସବୁ ସମସ୍ୟା ଓ ଇନ୍‌ଫେକ୍‌ଶନ ଦୂରକରିବା ପାଇଁ ଏଥିରୁ ଜେଲ୍‌ ପ୍ରସ୍ତୁତ କରିପାରିବେ। ଏଥିପାଇଁ ୬ ଚାମଚ କିସମିସ୍‌କୁ ରାତିରୁ ପାଣିରେ ଭିଜାଇ ଦିଅନ୍ତୁ। ସକାଳୁ ଏହାକୁ ଛାଣି ପେଷ୍ଟ ତିଆରି କରନ୍ତୁ। ଏବେ ଏଥିରେ ଆଲୋଭେରା ଜେଲ୍‌ ଓ ଭିଟାମିନ୍‌-ଇ କ୍ୟାପ୍‌ସୁଲ ମିଶାନ୍ତୁ। ମିଶ୍ରଣକୁ ପତଳା କରିବା ପାଇଁ ଭିଜା ହୋଇଥିବା କିସ୍‌ମିସ୍‌ ପାଣି ମଧ୍ୟ ବ୍ୟବହାର କରିପାରିବେ। ଏସବୁକୁ ଭଲଭାବେ ମିଶାଇ ଡବାରେ ଭର୍ତ୍ତିକରି ରଖନ୍ତୁ। ପ୍ରତିଦିନ ଏହି ଜେଲ୍‌ ଲଗାଇବା ଫଳରେ ସ୍କିନ୍‌ରେ ଥିବା ଇନ୍‌ଫେକଶନ ଦୂରହୋଇଥାଏ ଓ ସ୍କିନ୍‌ ସୁନ୍ଦର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିହାର ନିର୍ବାଚନ ହାରିବା ପରେ CWCର ପ୍ରଥମ ବୈଠକ, ଦିଲ୍ଲୀରେ ମନ୍ଥନ

ନୂଆଦିଲ୍ଲୀ,୨୭।୧୨: ଶନିବାର (ଡିସେମ୍ବର ୨୭) ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) ବୈଠକ କରୁଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା...

ଭାଜପାକୁ ବଡ଼ ଝଟକା, ମମତାଙ୍କୁ ନେଇ ଟଲିଉଡ ଅଭିନେତ୍ରୀ କହିଲେ…

କୋଲକାତା,୨୭।୧୨: ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟକା ଲାଗିଛି। ଲୋକପ୍ରିୟ ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ପୂର୍ବତନ ଭାଜପା ନେତ୍ରୀ ପର୍ଣ୍ଣୋ...

ମକର ସଂକ୍ରାନ୍ତି ପୂର୍ବରୁ ଏହି ୩ ରାଶିର ଚମକିବ ଭାଗ୍ୟ, ଘଟିବାକୁ ଯାଉଛି…

୨୦୨୬ରେ, ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯିବ, ଯେତେବେଳେ ସୂର୍ଯ୍ୟ ଧନୁ ରାଶି ଛାଡି ମକର ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ମକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri