Posted inଖେଳ

ମିଡିଲ ଅର୍ଡରରେ ଖେଳିପାରନ୍ତି କିଶନ

ହାଇଦ୍ରାବାଦ,୧୮।୧(ପି.ଟି.): ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ୍‌ରେ ବିଜୟ ହାସଲ କରିବା ପରେ ବୁଧବାରଠାରୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ଖେଳିବାକୁ ଯାଉଛି ଭାରତ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ସିରିଜ୍‌ର ପ୍ରଥମ ମ୍ୟାଚ ପାଇଁ ଇଶାନ କିଶନ ଭାରତୀୟ ଦଳକୁ ପୁନର୍ବାର ଫେରିପାରନ୍ତି। ତେବେ ଓପନର ଭାବରେ ନୁହେଁ ବରଂ ମିଡ୍‌ଲ ଅର୍ଡରରେ କିଶାନଙ୍କୁ ସୁଯୋଗ ମିଳିବ। ବାଂଲାଦେଶ ବିପକ୍ଷ ସିରିଜରେ ଦିନିକିଆରେ ଦ୍ରୁତତମ ଦ୍ୱିଶତକ ହାସଲ କରିଥିବା କିଶନଙ୍କୁ ଶ୍ରୀଲଙ୍କା ସିରିଜରେ ଗୋଟିଏ ବି ମ୍ୟାଚ ଖେଳିବାର ସୁଯୋଗ ମିଳି ନ ଥିଲା। ନ୍ୟୁଜିଲାଣ୍ଡ ସିରିଜରୁ ଲୋକେଶ ରାହୁଲ ବ୍ୟକ୍ତିଗତ କାରଣ ଦର୍ଶାଇ ଓହରି ଯାଇଥିବା ବେଳେ କିଶନଙ୍କୁ ସୁଯୋଗ ମିଳିବା ସ୍ପଷ୍ଟ ହୋଇଛି। ମାତ୍ର ତାଙ୍କୁ ମଧ୍ୟ କ୍ରମରେ ବ୍ୟାଟିଂ କରବାକୁ ପଡିପାରେ। ଶୁବମାନ୍‌ ଗିଲ୍‌ ଓ ରୋହିତ ଶର୍ମା ବ୍ୟାଟିଂ ଓପନ୍‌ କରୁଥିବା ବେଳେ ଶ୍ରୀଲଙ୍କା ବିପକ୍ଷରେ ବଢିଆ ଆରମ୍ଭ ପ୍ରଦାନ କରିଛନ୍ତି। ଏପରି ସ୍ଥିତିରେ ଓପନିଂ ଯୋଡିରେ ପରିବର୍ତ୍ତନ କରିବାକୁ ଚାହିଁବ ନାହିଁ ଭାରତ। ରୋହିତ ଶର୍ମା ଫର୍ମକୁ ଫେରିଥିବା ବେଳେ ଶୁବମାନ ଗିଲ୍‌ ୩ ମ୍ୟାଚରେ ଯଥାକ୍ରମେ ୭୦, ୨୧ ଓ ୧୧୬ ରନ୍‌ କରିଥିଲେ। କିଶନ ଖେଳିଥିବା ୧୦ ମାଚରୁ ୩ଟିରେ ମିଡଲ ଅର୍ଡରରେ ବ୍ୟାଟିଂ କରିଛନ୍ତି। ତେଣୁ ଏହା ତାଙ୍କ ପାଇଁ ବଡ ସମସ୍ୟା ହେବ ନାହିଁ। ଦ୍ୱିତୀୟ ଉଇକେଟ କିପର ଭାବରେ ରହିଥିବା କେ.ଏସ୍‌. ଭରତଙ୍କୁ ସୁଯୋଗ ମିଳିବା ସମ୍ଭାବନା କମ୍‌। ମିଡ୍‌ଲ ଅର୍ଡର ବ୍ୟାଟର ଶ୍ରେୟାସ୍‌ ଆୟର ଆହତ ହୋଇ ସମ୍ପୂର୍ଣ୍ଣ ସିରିଜରୁ ବାଦ୍‌ ପଡିଥିବା ବେଳେ ତାଙ୍କ ସ୍ଥାନରେ ସୂର୍ଯକୁମାର ଯାଦବଙ୍କୁ ସୁଯୋଗ ମିଳିବ। ଟପ୍‌-୩ରେ ରୋହିତ, ଗିଲ୍‌, କୋହଲି ଖେଳିବା ସ୍ପଷ୍ଟ ଥିବା ବେଳେ ୪ ନମ୍ବରରେ ସୂର୍ଯ୍ୟକୁମାର ଓ ୫ ନମ୍ବରରେ କିଶନ ଖେଳିପାରନ୍ତି। ଅଲରାଉଣ୍ଡର ଭାବରେ ହାର୍ଦ୍ଦିକ୍‌ ପାଣ୍ଡ୍ୟା, ଅକ୍ଷର ପଟେଲଙ୍କୁ ପ୍ରାଥମିକତା ଦିଆଯିବ। ନୂଆ ବଲରେ ମହମ୍ମଦ ସିରାଜ ନିଜ ଉଇକେଟ ହାସଲ ଦକ୍ଷତା ବଳରେ ସମସ୍ତଙ୍କୁ ପ୍ରଭାବିତ କରିଥିବା ବେଳେ ଉମରାନ ମଲିକ ଓ ମହମ୍ମଦ ଶାମିଙ୍କୁ ମଧ୍ୟ ଆକ୍ସନରେ ଦେଖିବାକୁ ମିଳିବ। ଦ୍ୱିତୀୟ ସ୍ପିନର ଭାବରେ ଭାରତ କୁଲଦୀପ ଯାଦବଙ୍କୁ ପ୍ରାଥମିକତା ଦେଇପାରେ । ତେବେ ଯଦି କୁଲଦୀପ ଓ ଚହଲ ଏକତ୍ର ଖେଳନ୍ତି ତେବେ ଅକ୍ଷର ପଟେଲ ବାଦ୍‌ ପଡିବେ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦଳର ସଫଳତା କେନ୍‌ ଓ୍ବିଲିୟମସନ୍‌ ଓ ଗ୍ଲେନ୍‌ ଫିଲିପ୍ସଙ୍କ ଉପରେ ନିର୍ଭରଶୀଳ ରହିବ।

ଆୟର ବାଦ୍‌, ପଟିଦାର ସାମିଲ

ବୁଧବାରଠାରୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ଆରମ୍ଭ ହେବାକୁ ଥିବାବେଳେ ଭାରତକୁ ମିଳିଛି ବଡ ଝଟକା। ମିଡ୍‌ଲ ଅର୍ଡର ବ୍ୟାଟର ଶ୍ରେୟାସ ଆୟର ଆହତ ହୋଇ ସିରିଜରୁ ବାଦ୍‌ ପଡିଥିବା ବେଳେ ରଜତ ପଟିଦାରଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ମଧ୍ୟପ୍ରଦେଶ ଦଳ ପକ୍ଷରୁ ଖେଳୁଥିବା ତଥା ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଖେଳୁଥିବା ପଟିଦାର ଏହା ପୂର୍ବରୁ ବାଂଲାଦେଶ ଗସ୍ତ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri