Posted inଖେଳ

ମିଡିଲ ଅର୍ଡରରେ ଖେଳିପାରନ୍ତି କିଶନ

ହାଇଦ୍ରାବାଦ,୧୮।୧(ପି.ଟି.): ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ୍‌ରେ ବିଜୟ ହାସଲ କରିବା ପରେ ବୁଧବାରଠାରୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ଖେଳିବାକୁ ଯାଉଛି ଭାରତ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ସିରିଜ୍‌ର ପ୍ରଥମ ମ୍ୟାଚ ପାଇଁ ଇଶାନ କିଶନ ଭାରତୀୟ ଦଳକୁ ପୁନର୍ବାର ଫେରିପାରନ୍ତି। ତେବେ ଓପନର ଭାବରେ ନୁହେଁ ବରଂ ମିଡ୍‌ଲ ଅର୍ଡରରେ କିଶାନଙ୍କୁ ସୁଯୋଗ ମିଳିବ। ବାଂଲାଦେଶ ବିପକ୍ଷ ସିରିଜରେ ଦିନିକିଆରେ ଦ୍ରୁତତମ ଦ୍ୱିଶତକ ହାସଲ କରିଥିବା କିଶନଙ୍କୁ ଶ୍ରୀଲଙ୍କା ସିରିଜରେ ଗୋଟିଏ ବି ମ୍ୟାଚ ଖେଳିବାର ସୁଯୋଗ ମିଳି ନ ଥିଲା। ନ୍ୟୁଜିଲାଣ୍ଡ ସିରିଜରୁ ଲୋକେଶ ରାହୁଲ ବ୍ୟକ୍ତିଗତ କାରଣ ଦର୍ଶାଇ ଓହରି ଯାଇଥିବା ବେଳେ କିଶନଙ୍କୁ ସୁଯୋଗ ମିଳିବା ସ୍ପଷ୍ଟ ହୋଇଛି। ମାତ୍ର ତାଙ୍କୁ ମଧ୍ୟ କ୍ରମରେ ବ୍ୟାଟିଂ କରବାକୁ ପଡିପାରେ। ଶୁବମାନ୍‌ ଗିଲ୍‌ ଓ ରୋହିତ ଶର୍ମା ବ୍ୟାଟିଂ ଓପନ୍‌ କରୁଥିବା ବେଳେ ଶ୍ରୀଲଙ୍କା ବିପକ୍ଷରେ ବଢିଆ ଆରମ୍ଭ ପ୍ରଦାନ କରିଛନ୍ତି। ଏପରି ସ୍ଥିତିରେ ଓପନିଂ ଯୋଡିରେ ପରିବର୍ତ୍ତନ କରିବାକୁ ଚାହିଁବ ନାହିଁ ଭାରତ। ରୋହିତ ଶର୍ମା ଫର୍ମକୁ ଫେରିଥିବା ବେଳେ ଶୁବମାନ ଗିଲ୍‌ ୩ ମ୍ୟାଚରେ ଯଥାକ୍ରମେ ୭୦, ୨୧ ଓ ୧୧୬ ରନ୍‌ କରିଥିଲେ। କିଶନ ଖେଳିଥିବା ୧୦ ମାଚରୁ ୩ଟିରେ ମିଡଲ ଅର୍ଡରରେ ବ୍ୟାଟିଂ କରିଛନ୍ତି। ତେଣୁ ଏହା ତାଙ୍କ ପାଇଁ ବଡ ସମସ୍ୟା ହେବ ନାହିଁ। ଦ୍ୱିତୀୟ ଉଇକେଟ କିପର ଭାବରେ ରହିଥିବା କେ.ଏସ୍‌. ଭରତଙ୍କୁ ସୁଯୋଗ ମିଳିବା ସମ୍ଭାବନା କମ୍‌। ମିଡ୍‌ଲ ଅର୍ଡର ବ୍ୟାଟର ଶ୍ରେୟାସ୍‌ ଆୟର ଆହତ ହୋଇ ସମ୍ପୂର୍ଣ୍ଣ ସିରିଜରୁ ବାଦ୍‌ ପଡିଥିବା ବେଳେ ତାଙ୍କ ସ୍ଥାନରେ ସୂର୍ଯକୁମାର ଯାଦବଙ୍କୁ ସୁଯୋଗ ମିଳିବ। ଟପ୍‌-୩ରେ ରୋହିତ, ଗିଲ୍‌, କୋହଲି ଖେଳିବା ସ୍ପଷ୍ଟ ଥିବା ବେଳେ ୪ ନମ୍ବରରେ ସୂର୍ଯ୍ୟକୁମାର ଓ ୫ ନମ୍ବରରେ କିଶନ ଖେଳିପାରନ୍ତି। ଅଲରାଉଣ୍ଡର ଭାବରେ ହାର୍ଦ୍ଦିକ୍‌ ପାଣ୍ଡ୍ୟା, ଅକ୍ଷର ପଟେଲଙ୍କୁ ପ୍ରାଥମିକତା ଦିଆଯିବ। ନୂଆ ବଲରେ ମହମ୍ମଦ ସିରାଜ ନିଜ ଉଇକେଟ ହାସଲ ଦକ୍ଷତା ବଳରେ ସମସ୍ତଙ୍କୁ ପ୍ରଭାବିତ କରିଥିବା ବେଳେ ଉମରାନ ମଲିକ ଓ ମହମ୍ମଦ ଶାମିଙ୍କୁ ମଧ୍ୟ ଆକ୍ସନରେ ଦେଖିବାକୁ ମିଳିବ। ଦ୍ୱିତୀୟ ସ୍ପିନର ଭାବରେ ଭାରତ କୁଲଦୀପ ଯାଦବଙ୍କୁ ପ୍ରାଥମିକତା ଦେଇପାରେ । ତେବେ ଯଦି କୁଲଦୀପ ଓ ଚହଲ ଏକତ୍ର ଖେଳନ୍ତି ତେବେ ଅକ୍ଷର ପଟେଲ ବାଦ୍‌ ପଡିବେ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦଳର ସଫଳତା କେନ୍‌ ଓ୍ବିଲିୟମସନ୍‌ ଓ ଗ୍ଲେନ୍‌ ଫିଲିପ୍ସଙ୍କ ଉପରେ ନିର୍ଭରଶୀଳ ରହିବ।

ଆୟର ବାଦ୍‌, ପଟିଦାର ସାମିଲ

ବୁଧବାରଠାରୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ଆରମ୍ଭ ହେବାକୁ ଥିବାବେଳେ ଭାରତକୁ ମିଳିଛି ବଡ ଝଟକା। ମିଡ୍‌ଲ ଅର୍ଡର ବ୍ୟାଟର ଶ୍ରେୟାସ ଆୟର ଆହତ ହୋଇ ସିରିଜରୁ ବାଦ୍‌ ପଡିଥିବା ବେଳେ ରଜତ ପଟିଦାରଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ମଧ୍ୟପ୍ରଦେଶ ଦଳ ପକ୍ଷରୁ ଖେଳୁଥିବା ତଥା ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଖେଳୁଥିବା ପଟିଦାର ଏହା ପୂର୍ବରୁ ବାଂଲାଦେଶ ଗସ୍ତ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri