Posted inଖେଳ

ମେ ୫ରେ କିରଣଙ୍କ ବାହାଘର

ଭୁବନେଶ୍ୱର, ୧୭।୩(କ୍ରୀଡ଼ା ପ୍ରତିନିଧି)- ଚେସ୍‌ ଜଗତରେ ଅନେକ ନାଁ କମାଇଥିବା ଓଡ଼ିଶାର ପ୍ରଥମ ମହିଳା ଗ୍ରାଣ୍ଡମାଷ୍ଟର କିରଣ ମନୀଷା ମହାନ୍ତି ଆସନ୍ତା ମେ ୫ରେ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ମଞ୍ଜୁବାଳା ଓ କିଶୋର କୁମାର ମହାନ୍ତିଙ୍କ ଏକମାତ୍ର କନ୍ୟା କିରଣ ଆସନ୍ତା ମେ ୫ ତାରିଖରେ ରାଉରକେଲାର ଦାନ୍ତ ଡାକ୍ତର ସନ୍ଦୀପ ମହାନ୍ତିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଗତ ଫେବୃୟାରୀ ୧୭ ତାରିଖରେ ଉଭୟଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା। ନୟାଗଡ଼ର କିରଣ ସମ୍ପ୍ରତି ଭାରତୀୟ ଜୀବନବୀମା ନିଗମରେ କାର୍ଯ୍ୟରତ। କ୍ୟାରିୟରରେ ଅନେକ ଜାତୀୟ ଅନ୍ତର୍ଜାତୀୟ ପଦକ ହାସଲ କରିଥିବା କିରଣ ୨୦୧୦ରେ ଓଡ଼ିଶାର ପ୍ରଥମ ଖେଳାଳିଭାବେ ମହିଳା ଗ୍ରାଣ୍ଡମାଷ୍ଟର (ଡବ୍ଲ୍ୟୁଜିଏମ୍‌) ଟାଇଟଲ ହାସଲ କରିଥିଲେ। ୨୦୦୬ରେ ସେ ଓଡ଼ିଶାର ପ୍ରଥମ ମହିଳା ଅନ୍ତର୍ଜାତୀୟ ମାଷ୍ଟର (ଡବ୍ଲ୍ୟୁଆଇଏମ୍‌) ଏବଂ ୨୦୦୭ରେ ରାଜ୍ୟର ପ୍ରଥମ ଖେଳାଳିଭାବେ ମହିଳା ନ୍ୟାଶନାଲ ‘ବି’ ଚେସ୍‌ ଟାଇଟଲ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଞ୍ଜୁ ସାମସନଙ୍କୁ ICCର ସ୍ବତନ୍ତ୍ର ସମ୍ମାନ, ଜସପ୍ରିତ ବୁମରାହଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ,୧୪।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମାର୍ଚ୍ଚ ମାସ ପାଇଁ ସଞ୍ଜୁ ସାମସନଙ୍କୁ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡରେ ସମ୍ମାନିତ କରିଛି। ୨୦୨୬ ଟି୨୦ ବିଶ୍ୱକପରେ ତାଙ୍କର…

IPL ମଧ୍ୟରେ ପ୍ରେମିକାଙ୍କ ସହ ଗୁରୁଦ୍ୱାର ପହଞ୍ଚିଲେ ଅର୍ଶଦୀପ, ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା

ନୂଆଦିଲ୍ଲୀ,୧୪।୪: କ୍ରିକେଟର ଏବଂ ଅଭିନେତ୍ରୀଙ୍କ ମଧ୍ୟରେ ସମ୍ପର୍କ ସାଧାରଣ, ଅନେକ ପୁରୁଷ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। ସଦ୍ୟତମ ପ୍ରକାଶିତ ବ୍ୟକ୍ତି ହେଉଛନ୍ତି ଅର୍ଶଦୀପ ସିଂହ,…

କିଏ ସେହି ପ୍ରଫୁଲ୍ଲ ହିଙ୍ଗେ, ଯିଏ ଡେବ୍ୟୁ ମ୍ୟାଚ୍‌ରେ ରଚିଲେ ଇତିହାସ, ବାପା ଜଣେ…

ନୂଆଦିଲ୍ଲୀ,୧୪।୪: ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ସମସ୍ତଙ୍କ ନଜର ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଥିଲା। କିନ୍ତୁ କେହି…

IPL ଇତିହାସରେ ପ୍ରଥମଥର ଘଟିଲା ଏମିତି: କମାଲ କଲେ ପ୍ରଫୁଲ୍ଲ

ନୂଆଦିଲ୍ଲୀ,୧୪।୪: ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ସମସ୍ତଙ୍କ ନଜର ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଥିଲା। କିନ୍ତୁ କେହି…

ସର୍ଟଲିଷ୍ଟ ହେଲା ବୈଭବ ସୂର୍ଯ୍ୟବଂଶୀଙ୍କ ନାମ! ଟିମ ଇଣ୍ଡିଆ ପାଇଁ କରିପାରନ୍ତି ଡେବ୍ୟୁ

ନୂଆଦିଲ୍ଲୀ,୧୪।୪: ଇଣ୍ଡିଆନ ପ୍ରିମିୟର ଲିଗରେ ବର୍ତ୍ତମାନ ଚହଳ ସୃଷ୍ଟି କରୁଥିବା ବିସ୍ଫୋରକ ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ ଗତ ବର୍ଷେ ଧରି କ୍ରିକେଟ ଜଗତରେ ଝଡ଼ ସୃଷ୍ଟି…

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ବସ୍‌ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ

ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍‌ କ୍ଲବର ଫୁଟବଲ ଖେଳାଳି ବେରେକୁମ୍‌ ଚେଲ୍‌ସୀର ଡୋମିନିକ୍‌ ଫ୍ରିମ୍‌ପଙ୍ଗ୍‌ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri