Categories: ବାଣିଜ୍ୟ

କିଓରୋ ପ୍ଲସ୍‌ ହେଲ୍‌ଥ ଫାସିଲିଟି

ଭୁବନେଶ୍ୱର,୧୨।୮:ରାଜ୍ୟର ଏକ ପ୍ରମୁଖ ସ୍ବାସ୍ଥ୍ୟଭିତ୍ତିକ ସଂସ୍ଥା ଆପ୍‌ନି ଫାର୍ମାସୀ ପକ୍ଷରୁ ଗୁରୁବାର ସ୍ଥାନୀୟ ଲକ୍ଷ୍ମୀସାଗରଠାରେ ‘କିଓରୋ ପ୍ଲସ୍‌ ହେଲ୍‌ଥ ଫାସିଲିଟି’ର ଶୁଭାରମ୍ଭ କରାଯାଇଛି। ପ୍ରଥମ ଷ୍ଟୋରର ବ୍ୟାପକ ସଫଳତା ପରେ ରାଖୀ ପୂର୍ଣ୍ଣିମା ଅବସରରେ ସଂସ୍ଥାର ୨ୟ ଷ୍ଟୋରର ଶୁଭାରମ୍ଭ ହୋଇଯାଇଛି। ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଏମ୍‌ସିର ୪୩ ନମ୍ବର ୱାର୍ଡ କର୍ପୋରେଟର ଭରତ କୁମାର ଲେଙ୍କା, କିଓରୋ ପ୍ଲସ୍‌ (ଆପ୍‌ନି ଫାର୍ମାସୀ) ର ପ୍ରତିଷ୍ଠାତା ମଣିଶଙ୍କର ପଣ୍ଡା ଏବଂ ସହ ପ୍ରତିଷ୍ଠାତା ବିଜନ ଜେନାଙ୍କ ସମେତ କିଓରୋ ପ୍ଲସ୍‌ର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ବିଶେଷକରି ଏଠାରେ ସବୁ ବର୍ଗର ଔଷଧ ଉପରେ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର ସାଙ୍ଗକୁ ରୋଗୀଙ୍କୁ ଆବଶ୍ୟକ ଡାକ୍ତରୀ ପରାମର୍ଶ ଏବଂ ମେଡିକାଲ ସାମଗ୍ରୀର ହୋମ୍‌ ଡେଲିଭରିର ସୁବିଧା ମଧ୍ୟ ପ୍ରଦାନ କରାଯାଉଛି। ସେହିଭଳି ମେଡିକାଲ ସମ୍ବନ୍ଧୀୟ ଅନେକ ପ୍ରକାର ସୁବିଧା ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି। ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ସହରରେ ଏହାର ଷ୍ଟୋର ଖୋଲିବ ବୋଲି ମଣିଶଙ୍କର ମତବ୍ୟକ୍ତ କରିଛନ୍ତି।

Share