କିନ୍ନର ଚଳାଇବେ ଏନ୍‌ଏସି ଗାଡ଼ି

ବାଲିଗୁଡ଼ା,୨।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଏନ୍‌ଏସି ପ୍ରଶାସନ ପକ୍ଷରୁ ବର୍ତ୍ତମାନ କିନ୍ନରମାନଙ୍କୁ ଆମତ୍ନିର୍ଭରଶୀଳ କରିବାକୁ ଏକ ପ୍ରୟାସ ଆରମ୍ଭ କରାଯାଇଛି। ସ୍ବଚ୍ଛ ଭାରତ ଅଭିଯାନ ଓ ବର୍ଜ୍ୟବସ୍ତୁ ପରିଚାଳନା ଯୋଜନାରେ ଦୁଇଟି ବ୍ୟାଟେରୀ ଚାଳିତ ନୂତନ ଅଟୋର ଶୁଭାରମ୍ଭ କରାଯାଇଛି। ଏହି ଦୁଇଟି ଅଟୋ ସହର ମଧ୍ୟରେ ବିଭିନ୍ନ ଓ୍ବାର୍ଡରେ ଘରକୁ ଘର ବୁଲି ଅଳିଆ ଆବର୍ଜନା ସଂଗ୍ରହ କରିବ ା ଏହି ଅଳିଆ ଆବର୍ଜନାକୁ ସୁଖିଲା ଅଲଗା ଓ ଓଦା ବର୍ଜ୍ୟବସ୍ତୁକୁ ଅଲଗା ସଂଗ୍ରହ କରିବ ଏହି ଦୁଇଟି ଅଟୋ। ବାଲିଗୁଡା ସହରରେ ଥିବା କିନ୍ନରମାନେ ଏହାକୁ ଚଳାଇବେ। ବାଲିଗୁଡ଼ା ଉପଜିଲାପାଳ ତଥା ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ଶୁଭଙ୍କର ମହାପାତ୍ର ଓ ଅଧ୍ୟକ୍ଷ ଲୋକନାଥ ପାଢୀ ଏହାର ଉଦ୍‌ଘାଟନ କରିଛନ୍ତି।