ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁପଡ଼ିଲେ କିନ୍ନର

ପୁରୀ ଅଫିସ,୧।୫: ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ ଜଣେ କିନ୍ନର ରବିବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ବଳରାମ ରାଉତ ଓ ଘର ନିମାପଡ଼ା ଅଞ୍ଚଳରେ ବୋଲି ଜଣାପଡିଛି। ତେବେ ସେ କେଉଁ ପରିସ୍ଥିତିରେ ଗୁମୁଟ ଉପରୁ ଡେଇଁଲେ ତାହା ଜଣାପଡି ନାହିଁ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇଥିଲା। ସିଂହଦ୍ୱାର ପୋଲିସ ତୁରନ୍ତ ତାଙ୍କୁ ଉଦ୍ଧାର କରି ପୁରୀ ସଦର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ବଳରାମ ୨ ଦିନ ହେଲା ମନ୍ଦିର ପରିସର ଅଞ୍ଚଳରେ ବୁଲାବୁଲି କରୁଥିଲେ। କିଛି ଲୋକ ତାଙ୍କ ମାନସିକ ସ୍ଥିତି ଠିକ୍‌ ନ ଥିବା ମଧ୍ୟ କହୁଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ସେ ଆନନ୍ଦ ବଜାରକୁ ଲାଗିଥିବା ମେଘନାଦ ପାଚେରି କଡେ କଡେ ଆସି ସିଂହଦ୍ୱାର ଗୁମୁଟ ଉପରକୁ ଚଢିଯାଇଥିଲେ। ସେମାନେ ଡାକ ପକାଇଥିଲେ ମଧ୍ୟ ସେ ଶୁଣି ନ ଥିଲେ। ଏହି ସମୟରେ ସେ ତଳକୁ ଡେଇଁ ପଡିଥିବା କହିଛନ୍ତି। ତେବେ ପ୍ରକୃତ ଘଟଣା ଜାଣିବା ନେଇ ପୋଲିସ ସିସିଟିଭି ଯାଞ୍ଚ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତାଙ୍କ ପାଖରୁ ଏକ ପର୍ସରେ ଆଧାର କାର୍ଡ ମିଳିଥିଲା। ଆଧାରକାର୍ଡରୁ ପରିଚୟ ଜଣାପଡିଛି। ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ ଜଣେ କିନ୍ନର ଆତ୍ମହତ୍ୟା କରିବା ଘଟଣା ଶ୍ରୀମନ୍ଦିର ଏବଂ ଭକ୍ତଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

MGNREGA ପାଇଁ ନୂଆ ଆଇନ ଆଣିବେ ସରକାର: ଏତିକି ଦିନର ମିଳିବ ନିଯୁକ୍ତି ଗ୍ୟାରେଣ୍ଟି

ନୂଆଦିଲ୍ଲୀ,୧୫।୧୨: କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (MGNREGA)କୁ ବାତିଲ କରି ଗ୍ରାମୀଣ ନିଯୁକ୍ତି ପାଇଁ ଏକ ନୂତନ ଆଇନ...

କୁହୁଡ଼ି ତାଣ୍ଡବ: ପଛକୁ ପଛ ପିଟିହେଲା ୨୫ କାର୍, ୨ ପୋଲିସ କର୍ମଚାରୀଙ୍କ ସମେତ ୪ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୫।୧୨: ଆଜି ସକାଳେ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇଥିଲା । ଯାହା ଫଳରେ ସମସ୍ତ ପ୍ରକାରର ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।...

ମୃତ୍ତିକା ପ୍ରଦୂଷଣ ବଢ଼ାଉଛି ପ୍ଲାଷ୍ଟିକ୍‌

ପ୍ଲାଷ୍ଟିକ୍‌ ପ୍ରଦୂଷଣ ମଧ୍ୟ ସ୍ଥଳଭାଗରେ ନିଜର କାୟା ବିସ୍ତାର କରି ଚାଲିଛି। ପ୍ଲାଷ୍ଟିକ୍‌ ଆବର୍ଜନାକୁ ଖାଦ୍ୟ ବୋଲି ମନେକରି କିଛି ଜୀବ ଭକ୍ଷଣ କରିଥାନ୍ତି। ଏହା...

ଖୋଲୁନି ମଣ୍ଡି, ବଢୁଛି ଧାନ ଚୋରା ଚାଲାଣ

ପଟ୍ଟାମୁଣ୍ଡାଇ,୧୫ା୧୨ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ଭାତହାଣ୍ଡି କୁହାଯାଉଥିବା ପଟ୍ଟାମୁଣ୍ଡାଇ ଉତିକଣ ଅଞ୍ଚଳ ସମେତ ଅନ୍ୟ ସ୍ଥାନରେ ଚାଷୀଙ୍କ ଖରିଫ ଧାନ ଫସଲ ୮୦ ଭାଗ...

ବ୍ଲକ ପ୍ରଶାସନର ପକ୍ଷପାତିତା: ସ୍ବାଧୀନ ବିଧାୟକଙ୍କୁ ଟାଣିଲା ବିଜେଡି  

 ନିଶ୍ଚିନ୍ତକୋଇଲି,୧୫।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା  ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନର ଅପରିଣାମଦର୍ଶିତା ପାଇଁ ବହୁ ଟଙ୍କା ଫେରିଯାଇଛି। ଉନ୍ନୟନ କାଯ୍ୟକ୍ରମ ଠପ୍‌ ହୋଇଯାଇଛି। ଏହାର ପ୍ରତିବାଦରେ...

ଜିଲାପାଳଙ୍କ ଜନ ଶୁଣାଣିରେ ପହଞ୍ଚିଲେ ଅଲେଖ ବାବା: ଜାଣନ୍ତୁ କାହିଁକି

କେସିଙ୍ଗା,୧୫।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ବିଡିଓ ଜନ୍ମେଜୟ ସ୍ବାଇଁଙ୍କ ଆହ୍ବାନ କ୍ରମେ ଜିଲାପାଳଙ୍କ ଜନ ଶୁଣାଣି ଓ ସମାଧାନ...

ମାଂସ ଶିକାରୀଙ୍କ ଲୋଲୁପଦୃଷ୍ଟିରେ ଭିତରକନିକା: କଟକଣା ସତ୍ତ୍ୱେ ନିଷିଦ୍ଧାଞ୍ଚଳରୁ…

କେନ୍ଦ୍ରାପଡ଼ା,୧୫ା୧୨ (ଜଗନ୍ନାଥ ଧଳ): ଏବେ ପିକ୍‌ନିକ୍‌ ଋତୁ ଆରମ୍ଭ ହୋଇଛି। ଏଥିସହ ଆଗକୁ ବଡ଼ଦିନ ଓ ନୂଆବର୍ଷ ଥିବାରୁ ଭୋଜି ପାଇଁ ଶିକାରୀଙ୍କ ଲୋଲୁପଦୃଷ୍ଟି ଜାତୀୟ...

ପ୍ରବଳ ଶୀତ: ରାଜ୍ୟର ସବୁଠାରୁ ଥଣ୍ଡା ସହର ଜି ଉଦୟଗିରି

ଜି ଉଦୟଗିରି, ୧୫।୧୨( ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ): ଜି ଉଦୟଗିରି ସହର ସମେତ ଆଖ ପାଖ ଅଞ୍ଚଳରେ କ୍ରମାଗତ ୧୦ ଦିନ ହେବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri