ଭାଙ୍ଗିପଡିଲେ କିଙ୍ଗ୍‌ ଖାନ୍‌: ସର୍ବସାଧାରଣରେ ମାଗିଲେ କ୍ଷମା

ମୁମ୍ବାଇ,୧୪।୪: ଆଇପିଏଲ ୨୦୨୧ରେ କୋଲକାତା ନାଇଟ ରାଇଡର୍ସ ଦ୍ୱିତୀୟ ମ୍ୟାଚ ରେ ମୁମ୍ବାଇ ଇଣ୍ଡିଆନ୍ସଠାରୁ ପରାଜୟର ସମ୍ମୁଖୀନ ହୋଇଥିଲା। ଏକ ସମୟରେ କେକେଆର୍‌ ଜିତିବା ନିଶ୍ଚିନ୍ତ ଲାଗୁଥିଲେ ମଧ୍ୟ ଶେଷ ଓଭରରେ ମୁମ୍ବାଇ ଇଣ୍ଡିଆନ୍ସ ବୋଲର ରାହୁଲ ଚହର ପୁରା ମ୍ୟାଚକୁ ଓଲଟାଇ ଦେଇଥିଲେ। ମୁମ୍ବାଇର ୧୫୩ ରନ୍‌ର ଟାର୍ଗେଟକୁ ପିଛା କରି କେକେଆର୍‌ ଗୋଟିଏ ସମୟରେ ବିନା ଉଇକେଟ ହରାଇ ୭୨ ରନ ସ୍କୋର କରିଥିଲା। କିନ୍ତୁ ଶୁଭମନ ଗିଲ ୭୨ ରନ୍‌ରେ ଆଉଟ୍‌ ହେବା ପରେ ଦଳ ଗୋଟିଏ ପରେ ଗୋଟିଏ ଉଇକେଟ୍‌ ହରାଇଥିଲା। ଧାର୍ଯ୍ୟ ଓଭରରେ ୭ ଉଇକେଟ ହରାଇ ୧୪୭ ରନ ସ୍କୋର କରିବାରେ ସଫଳ ହୋଇଥିଲା। କୋଲକାତାର ଏହି ପରାଜୟରେ ଦଳର ସହ-ମାଲିକ ବଲିଉଡର କିଙ୍ଗ ଖାନ ଅର୍ଥାତ୍‌ ଶାହାରୁଖ ଖାନ ଅତ୍ୟନ୍ତ ନିରାଶ ହୋଇଛନ୍ତି ଏବଂ ସେ ସମସ୍ତଙ୍କ ନିକଟରେ କ୍ଷମା ମାଗିଛନ୍ତି। ପରାଜୟ ପରେ ଶାହରୁଖ ଟୁଇଟ୍‌ କରି କହିଛନ୍ତି, ନିରାଶାଜନକ ପ୍ରଦର୍ଶନ, ମୁଁ କୋଲକାତା ନାଇଟ ରାଇଡର୍ସର ପ୍ରଶଂସକଙ୍କ ନିକଟରେ କ୍ଷମା ମାଗିବାକୁ ଚାହେଁ। କିଙ୍ଗ ଖାନଙ୍କ ଏହି ଟୁଇଟ ଦ୍ୱାରା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି, କାରଣ ପ୍ରାୟତଃ କିଙ୍ଗ ଖାନ ଦଳର ଉତ୍ସାହ ବଢାଇବା ନଜର ଆସଥାନ୍ତି। ପରାଜୟ ସତ୍ତ୍ୱେ ସେ ପ୍ରାୟତଃ ଦଳର ଆତ୍ମବିଶ୍ୱାସ ବଢାାଇଥିବାର ଦେଖାଯାଏ।ବୋଧହୁଏ ଏହା ପ୍ରଥମ ଥର ହେବ ଯେ ସେ କେକେଆରଙ୍କ ପରାଜୟରେ ପ୍ରଶଂସକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଧୁରନ୍ଧର ୨ ଦେଖିବା ପରେ କୋହଲି ଦେଲେ ଏମିତି ପ୍ରତିକ୍ରିୟା: ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ,୭।୪: ରଣବୀର ସିଂହଙ୍କ ଅଭିନୀତ ଧୁରନ୍ଧର ୨ ଇତିହାସ ରଚିଛି। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଏପର୍ଯ୍ୟନ୍ତ ୧୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri