ବଢୁଛନ୍ତି ଅହିରାଜ, ଅଜଗର

ଢେଙ୍କାନାଳ ଅଫିସ, ୧୦।୮: ଢେଙ୍କାନାଳର ପ୍ରାକୃତିକ ପରିବେଶ ସର୍ପବଂଶ ବୃଦ୍ଧିରେ ସହାୟକ ହୋଇଛି। ଏଠାକାର ସଂରକ୍ଷିତ ଜଙ୍ଗଲ, ପାହାଡ଼ ଖୋଲ ସାପଙ୍କ ସୁରକ୍ଷିତ ଆବାସସ୍ଥଳୀ ପାଲଟିଛି। ବୁଦୁବୁଦିଆ ଜଙ୍ଗଲ, ଜମି, ଜଳାଶୟ ଅବବାହିକାରେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ମିଳୁଥିବାରୁ ଗତ କିଛିବର୍ଷ ମଧ୍ୟରେ ଜିଲାରେ ଅହିରାଜ ଏବଂ ଅଜଗର ପ୍ରଜାତିର ସାପଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପଟେ ଗତ ୫ବର୍ଷରେ ସାପ କାମୁଡ଼ାରେ ୧୨୮ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ରିପୋର୍ଟ କହୁଛି। ସାପ କାମୁଡ଼ାଜନିତ ମୃତ୍ୟୁସଂଖ୍ୟା ହ୍ରାସ କରିବାକୁ ବ୍ୟାପକ ଜନସଚେତନତା ଆବଶ୍ୟକ ଥିବାବେଳେ ସରକାରୀ, ବେସରକାରୀସ୍ତରରେ ମିଳିତ ପ୍ରୟାସ ହେଲେ ପ୍ରକୃତିର ବରଦାନ ଏହି ସରୀସୃପ ବଂଶ ସୁରକ୍ଷିତ ହୋଇପାରିବ ବୋଲି ପରିବେଶବିତ୍‌ ମତ ଦେଇଛନ୍ତି।
ଭାରତରେ ୩୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ସାପ ଦେଖାଯାଆନ୍ତି। ସେଥିରୁ ୫୨ ପ୍ରଜାତି ବିଷାକ୍ତ। ସେହିପରି ଓଡ଼ିଶାରେ ଦେଖାଯାଉଥିବା ୮୦ ପ୍ରକାରର ସାପ ମଧ୍ୟରୁ ୧୭ ବିଷାକ୍ତ ଏବଂ ୧୦ ଅତି ବିଷାକ୍ତ ପ୍ରଜାତିର। ନାଗ, ତମ୍ପ, ଚିତି, ରଣା, ଚନ୍ଦନବୋଡ଼ା, ଧୂଳିଆ ବୋଡ଼ା କାମୁଡ଼ାରେ ବେଶି ଜୀବନ ଯାଇଥାଏ। ଢେଙ୍କାନାଳର ଥଣ୍ଡା ପରିବେଶ ସାପ ବଂଶ ବୃଦ୍ଧିରେ ବେଶ୍‌ ସହାୟକ ହୋଇଛି। ସର୍ପ ଗବେଷକଙ୍କ ମତରେ ଜିଲାର କପିଳାସ ଅଭୟାରଣ୍ୟ, ହିନ୍ଦୋଳ ରେଞ୍ଜ୍‌ର ଫାଶିଗଁା, କନ୍ଧରା, କଙ୍କଡ଼ାହାଡ଼ର ଅନନ୍ତପୁର ସଂରକ୍ଷିତ ଜଙ୍ଗଲରେ ଅଧିକ ସଂଖ୍ୟାରେ ଅଜଗର ଏବଂ ଅହିରାଜ ବିଚରଣ କରୁଛନ୍ତି। ଜିଲାର ମୋଟ୍‌ ସାପ ସଂଖ୍ୟାର ହାରାହାରି ୪୨% ଅଜଗର ଏବଂ ୩୫ % ଅହିରାଜ। ଅଜଗର ସାପ ପଥର ଗୁମ୍ଫା, ଗଛ କୋରଡ଼ ଭଳି ଅନ୍ଧାରୁଆ ସ୍ଥାନରେ ରହିବାକୁ ପସନ୍ଦ କରିନ୍ତି। ସେହିପରି ଘନଜଙ୍ଗଲ ଅହିରାଜଙ୍କ ପସନ୍ଦର ସ୍ଥାନ। ଅହିରାଜର ପ୍ରମୁଖ ଆହାର ଛୋଟସାପ, ମୂଷା। ବେଳେବେଳେ ଖାଦ୍ୟ ଅନ୍ବେଷଣରେ ଏହି ସାପ ଜନବସତିକୁ ଚାଲିଆସି ମଣିଷଙ୍କ ଆକ୍ରମଣର ଶିକାର ହୋଇଥାନ୍ତି। ସପ୍ତାହକ ମଧ୍ୟରେ ଫାଶିଗଁା ଜଙ୍ଗଲରୁ ୨ଟି ଏବଂ କପିଳାସ ଅଭୟାରଣ୍ୟରୁ ଜନବସତିକୁ ଚାଲି ଆସିଥିବା ଗୋଟିଏ ଅହିରାଜକୁ ଉଦ୍ଧାର କରାଯାଇଛି। ଫାଶିଗଁା ଅଞ୍ଚଳକୁ ପଶି ଆସିଥିବା ୧୬ ଫୁଟ ବିଶିଷ୍ଟ ବିଶାଳକାୟ ଅହିରାଜ ଅଞ୍ଚଳବାସୀଙ୍କ ଆକ୍ରମଣର ଶିକାର ହୋଇଥିଲା। ଏହାପରେ ସେ ବେଶିବାଟ ଯାଇ ନ ପାରି ପଡ଼ି ରହିଥିଲା। ସୂଚନା ପାଇ ବନ୍ୟକ ଫାଉଣ୍ଡେଶନର ସଦସ୍ୟମାନେ ଏହାକୁ ଉଦ୍ଧାର କରି ପାଣି ପିଆଇବା ପରେ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ି ଦେଇଦେଇଥିଲେ। ସାପ ପ୍ରକୃତିର ବରଦାନ। ଏହାକୁ ନ ମାରି ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେବା ଉଚିତ ବୋଲି ବନ୍ୟକର ସଦସ୍ୟ ପପୁନ ଦାସ ନିବେଦନ କରିଛନ୍ତି।

ଖାଦ୍ୟ ଅନ୍ବେଷଣରେ ଜନବସତିକୁ ଚାଲି ଆସୁଛନ୍ତି
ସାପ କୃଷକର ବନ୍ଧୁ। ଫସଲ ନଷ୍ଟ କରୁଥିବା ବଡ଼ ବଡ଼ ମୂଷାଙ୍କୁ ସାପ ଖାଇଯାଇଥାନ୍ତି। ଜିଲାର ଘଞ୍ଚ ଜଙ୍ଗଲରେ ଅହିରାଜ, ଅଜଗରଙ୍କ ସଂଖ୍ୟା ଅଧିକ। ନାଗ, ଗୋଖର, ବୋଡ଼ା, ରଣା ମଧ୍ୟ ବହୁଳ ପରିମାଣରେ ଦେଖାଯାଆନ୍ତି। ବେଳେ ବେଳେ ଖାଦ୍ୟ ଅନ୍ବେଷଣରେ ସାପ ଜନବସତିକୁ ଚାଲି ଆସୁଛନ୍ତି। ସେମାନଙ୍କ ନ ମାରି ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଦେଲେ ସର୍ପବଂଶ ସୁରକ୍ଷିତ ହୋଇପାରିବ। ସାପ ଗଣନା ହେଲେ ପ୍ରକୃତରେ କେତେ ଅହିରାଜ ଏବଂ ଅଜଗର ଅଛନ୍ତି ତାହା ସ୍ପଷ୍ଟ ହେବ।
-ପ୍ରଦ୍ୟୁମ୍ନ ରଥ, ପରିବେଶବିତ୍‌

ତୁରନ୍ତ ଚିକିତ୍ସା ଜୀବନ ବଞ୍ଚାଇବ
ଢେଙ୍କାନାଳ ଜିଲାରେ ୪୨% ଅଜଗର ଏବଂ ୩୫% ଅହିରାଜ ଅଛନ୍ତି। ୭ବର୍ଷ ହେଲା ବନ୍ୟକ ଫାଉଣ୍ଡେଶନର ସଦସ୍ୟମାନେ ସାପଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି। ଜିଲାର ବିଭିନ୍ନ ସ୍ଥାନରୁ ସାପଙ୍କୁ ଉଦ୍ଧାର କରାଯାଇ ବନ ବିଭାଗ ସହାୟତାରେ ଜଙ୍ଗଲରେ ଛଡ଼ାଯାଉଛି। ଧରିବା ସମୟରେ ୧୦ଥର ସାପକାମୁଡ଼ାର ଶିକାର ହୋଇଛି। ଆବଶ୍ୟକ ଚିକିତ୍ସା ପରେ ମୁଁ ସୁସ୍ଥ ହୋଇପାରିଛି। ସାପଟିଏ ଦେଖିଲେ ଲୋକମାନେ ଭୟଭୀତ ହୋଇ ମାରି ଦେଉଛନ୍ତି। ଏହା ଅନୁଚିତ। ଲୋକମାନେ ସଚେତନ ହେଲେ ସାପକାମୁଡ଼ାରୁ ରକ୍ଷା ମିଳିପାରିବ। ତୁରନ୍ତ ଚିକିତ୍ସା ବ୍ୟବସ୍ଥା କଲେ ଜୀବନ ବଞ୍ଚତ୍ପାରିବ।
-ସଞ୍ଜୀବ ବେହେରା, ବନ୍ୟକ ଫାଉଣ୍ଡେଶନ ନିର୍ଦ୍ଦେଶକ


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri