ଜୀବନ ସହ ବାଜି ଲଗାଇ ସୁରକ୍ଷିତ ରଖିବାକୁ ହେବ କିମ୍‌ଙ୍କ ଫଟୋ, ନ ହେଲେ ମୃତ୍ୟୁଦଣ୍ଡ…

ପ୍ୟୋଙ୍ଗୟାଙ୍ଗ,୧୨।୮ : ଉତ୍ତର କୋରିଆର ଲୋକଙ୍କୁ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଫଟୋକୁ ନିଜ ଜୀବନ ଦେଇ ସୁରକ୍ଷିତ ରଖିବାକୁ ପଡ଼ିବ। ଟାଇଫୁନ ଖାନୁନ ଉତ୍ତର କୋରିଆ ଆଡକୁ ଗତି କରୁଛି, ଯେଉଁ କାରଣରୁ ପ୍ରବଳ ବର୍ଷା ଏବଂ ପବନ ବେଗ ବଢ଼ିବାରେ ଲାଗିଛି। ଘୂର୍ଣ୍ଣିବଳୟ ଯୋଗୁଁ ବହୁଘର ନଷ୍ଟ ହେବାର ଆଶଙ୍କା ରହିଛି। ସୁରକ୍ଷା ପାଇଁ ଲୋକେ ଘରୁ ଆଶ୍ରୟସସ୍ଥଳକୁ ଯିବାବେଳେ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ବଂଶର ଫଟୋ ସାଥିରେ ନେବାକୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଆଦେଶକୁ ଅବମାନନା କଲେ ମୃତ୍ୟୁଦଣ୍ଡ। ସରକାରଙ୍କଠାରୁ ମିଳିଥିବା ଏହି ଆଦେଶରେ ଜଣେ ଶାସକ କିମ ଜୋଙ୍ଗ କେତେ ବଡ଼ ବୋଲି କହିଛନ୍ତି। କିମ ଜୋଙ୍ଗ-ଇଲ ଏବଂ କିମ ଇଲ-ସୁଙ୍ଗଙ୍କ ଫଟୋ ଦେଶର ପ୍ରତ୍ୟେକ ଘର  ଏବଂ କାର୍ଯ୍ୟାଳୟରେ ପ୍ରଦର୍ଶିତ ହେଉଛି। ଯଦି କେହି ଫଟୋକୁ କ୍ଷତି କରନ୍ତି କିମ୍ବା ସେଗୁଡ଼ିକୁ ସୁରକ୍ଷିତ ରଖିବାରେ ବିଫଳ ହୁଅନ୍ତି, ତେବେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ। ଭୁଲରେ ଏହା ନଷ୍ଟ ହେଲେ ମଧ୍ୟ ମୃତ୍ୟୁଦଣ୍ଡ ସ୍ଥିର କରାଯାଇଛି।

ବାସ୍ତବରେ, କିମଙ୍କ ରାଜବଂଶର ଫଟୋକୁ ସୁରକ୍ଷିତ ରଖିବା ପ୍ରତ୍ୟେକ କୋରିଆବାସୀଙ୍କର କର୍ତ୍ତବ୍ୟ ବୋଲି ବିବେଚନା କରାଯାଇଥାଏ। ସମସ୍ତଙ୍କୁ ତାଙ୍କ ଘରର କାନ୍ଥରେ କିମ ଜୋଙ୍ଗ ଉନଙ୍କ ସମେତ ତାଙ୍କ ପରିବାର ସଦସ୍ୟଙ୍କ ଫଟୋ ଟାଙ୍ଗିବାକୁ ପଡ଼ିଥାଏ। ସେହି କାନ୍ଥରେ କିମ ପରିବାରଙ୍କର ଫଟୋ ବ୍ୟତୀତ ଅନ୍ୟ କିଛି ରହି ନ ଥାଏ। ଫଟୋ ଗୁଡ଼ିକୁ ପ୍ରତିଦିନ ସଫା କରିବାକୁ ପଡିଥାଏ। ବେଳେବେଳେ କୋରିଆ ପୋଲିସ ଘରେ ପ୍ରବେଶ କରି ଫଟୋ ସଫା ଅଛି କି ନାହିଁ ତାହା ଯାଞ୍ଚ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ହୀରାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ, କେଉଁ ଜିନିଷ ଉପରେ ଲାଗିବ ଜିରୋ ଟାରିଫ(Zero Tariff)? ପୀୟୁଷ ଗୋୟଲ କହିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୨: ଶନିବାର (ଫେବୃଆରୀ ୭) ଭାରତ ଏବଂ ଆମେରିକା ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମା ପରେ, କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

ଏହି କଥା ଶୁଣି କାନ୍ଦିଲେ ଭୂମିକା

ବଲିଉଡ ଅଭିନେତ୍ରୀ ଭୂମିକା ଚାୱଲା ଜଣେ ଜଣାଶୁଣା ଅଭିନେତ୍ରୀ। ଯଦିଓ ଆଜିକାଲି ସେ ଫିଲ୍ମରେ କମ୍‌ ସକ୍ରିୟ ଅଛନ୍ତି, କିନ୍ତୁ ସେ ପ୍ରାୟତଃ ଚର୍ଚ୍ଚାରେ ଅଛନ୍ତି। ସେ…

କଂଗ୍ରେସ ଛାଡିବାରୁ ଚମକିଲା ଭାଗ୍ୟ! ୪୦ ବର୍ଷ ପରେ ଭାଜପାକୁ ମିଳିବ ମେୟର ପଦ, ଋତୁ ହେବେ BMC ମେୟର

ମୁମ୍ବାଇ,୭।୨: BMC ନିର୍ବାଚନରେ ବିଜୟ ପରେ, ମେୟର ନିର୍ବାଚନକୁ ନେଇ ସସପେନ୍ସ ଶେଷ ହୋଇଛି। ଭାଜପାର ଋତୁ ତାୱଡେ ମୁମ୍ବାଇର ମେୟର ହେବେ, ସେହିପରି ଶିବସେନାର ସଞ୍ଜୟ…

କମାଲ କଲେ ବୈଜ୍ଞାନିକ, ମାଟିରେ ନୁହେଁ ପବନରେ ଫଳିଲା ଆଳୁ

ନୂଆଦିଲ୍ଲୀ,୭।୨:  ଗ୍ୱାଲିୟରର ରାଜମାତା ବିଜୟା ରାଜେ ସିନ୍ଧିଆ କୃଷି ବିଶ୍ୱବିଦ୍ୟାଳୟରେ, କୃଷି ବୈଜ୍ଞାନିକମାନେ ଏରୋପୋନିକ୍ସ ପଦ୍ଧତି ବ୍ୟବହାର କରି ଆଳୁ ବିହନ ଚାଷ କରୁଛନ୍ତି । ଏହି ଗଛଗୁଡ଼ିକୁ…

ମାଲେସିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି: ଯିବା ପୂର୍ବରୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦୁଇ ଦିନିଆ ମାଲେସିଆ ଗସ୍ତ ଗସ୍ତରେ ଯାଇଛନ୍ତି। ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଭାରତ ଏବେ ପ୍ରତିରକ୍ଷା,…

ଆଉ ନିର୍ବାଚନ ଲଢ଼ିବେନି ଖଣି ମନ୍ତ୍ରୀ, କହିଲେ ଯୁବ ବର୍ଗଙ୍କ ପାଇଁ ବାଟ ଛାଡ଼ିବେ

ଭୁବନେଶ୍ବର,୭।୨: ଖଣି ମନ୍ତ୍ରୀ ବିଭୂତି ଜେନା ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ଆଉ ନିର୍ବାଚନ ଲଢ଼ିବେନି ବୋଲି ଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ…

ଆତ୍ମସମର୍ପଣ କଲେ ଟପ୍‌ କ୍ୟାଡର ମାଓବାଦୀ ଦମ୍ପତି, ମୁଖ୍ୟସ୍ରୋତରେ ସାମିଲ ପାଇଁ ଚିଠି ଲେଖି…

ରାୟଗଡ଼ା,୭ା୨(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟରେ ମାଓବାଦୀ ବିରୋଧୀ ଅଭିଯାନକୁ ଏକ ବଡ଼ ସଫଳତା ମିଳିଛି। ଦକ୍ଷିଣ ଓ ଶୀର୍ଷ ମାଓବାଦୀ ନେତା ନିଖିଲ ଓ ତାଙ୍କ ସ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri