KIIT controversy: କିଟ୍‌ ପରେ ବିବାଦରେ KIMS

ଭୁବନେଶ୍ୱର,୨୪ା୨(ସୁନିତ୍‌ ମିଶ୍ର): କିଟ୍‌ରେ ନେପାଳୀ ବିଟେକ୍‌ ଛାତ୍ରୀଙ୍କ ଆମତ୍ହତ୍ୟା ଓ ବିଶ୍ୱବିଦ୍ୟାଳୟ କର୍ତ୍ତପକ୍ଷଙ୍କ ଆଚରଣକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି। କିଟ୍‌ ନାଁରେ ପୂର୍ବରୁ ରହିଥିବା ଏକାଧିକ ଅଭିଯୋଗକୁ ନେଇ ଚାରିଆଡୁ ସମାଲୋଚନା କରାଯିବା ସହ ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର୍‌ ଧରିବାରେ ଲାଗିଛି। ଏଭଳି ସ୍ଥିତିରେ କିଟ୍‌ ସହିତ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ (କିମ୍ସ) ବିରୋଧରେ ମଧ୍ୟ ସଙ୍ଗିନ ଅଭିଯୋଗ ଆସିଛି। ପ୍ରଥମେ ଜମି କେଳେଙ୍କାରୀ ଅଭିଯୋଗ ଆସିଥିବାବେଳେ ଏବେ କିମ୍ସ ହସ୍ପିଟାଲ ବିରୋଧରେ ଚିକିତ୍ସା ଅନୁକମ୍ପା ଦୁର୍ନୀତି ସାମ୍ନାକୁ ଆସିଛି। କୋଭିଡ୍‌-୧୯ ମହାମାରୀ ସମୟରେ ବିଭିନ୍ନ ଜିଲାରେ କିମ୍ସ ପକ୍ଷରୁ ପ୍ରତିଷ୍ଠିତ କୋଭିଡ୍‌ ହସ୍ପିଟାଲଗୁଡ଼ିକୁ ଅନେକ କୋଟି ଟଙ୍କାର ଅହେତୁକ ଅନୁକମ୍ପା ମିଳିଥିବା ଅଭିଯୋଗ ଅନୁଷ୍ଠାନ କର୍ତ୍ତପକ୍ଷଙ୍କୁ ଅଡ଼ୁଆରେ ପକାଇଛି। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କିମ୍ସ ବିରୋଧରେ କାର୍ଯ୍ୟାନୁଷ୍ଠାନର ସଙ୍କେତ ଦେଇଛନ୍ତି। ଅନ୍ୟପଟେ ଭାଜପା ଏବଂ କଂଗ୍ରେସ କିଟ୍‌ ଘଟଣାକୁ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିବାବେଳେ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପୂର୍ବ ଦଳ ବିଜେଡି କିଟ୍‌ ସପକ୍ଷରେ ମତ ରଖିଛ।
କୋଭିଡ୍‌ ମହାମାରୀ ସମୟରେ ଚିକିତ୍ସା ନାଁରେ କିସ୍‌ ଅନେକ କୋଟି ସରକାରୀ ଟଙ୍କା ହାତେଇବା ସହ ସିଏଜି ଅଡିଟ୍‌ ରିପୋର୍ଟ ଚପାଇଦେଇଥିବା ଅଭିଯୋଗ ହୋଇଛି। ୨୦୨୦ରେ ହସ୍ତଗତ ସୂଚନା ଅଧିକାର (ଆର୍‌ଟିଆଇ) ତଥ୍ୟ ଅନୁଯାୟୀ, କିମ୍‌ସ ହସ୍ପିଟାଲ ପକ୍ଷରୁ କରୋନା ମହାମାରୀ ବ୍ୟାପିବାବେଳେ ବଲାଙ୍ଗୀରସ୍ଥିତ କୋଭିଡ୍‌ ହସ୍ପିଟାଲରେ ମେ’ ମାସରେ ହୋଇଥିବା ବିଲ୍‌ ଅନୁଯାୟୀ ୭ ରୋଗୀ ଆଡମିଟ୍‌ ହୋଇଥିଲେ। ସେମାନଙ୍କ ଲାଗି ମୋଟ ୮୮ ହଜାର ୭୦୧ ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲେ ସେହି ମାସରେ କିମ୍‌ସ ନିଜ ବେଡ୍‌ ଚାର୍ଜ ବାବଦକୁ ମୋଟ ୧ କୋଟି ୮୬ ଲକ୍ଷ ଟଙ୍କାର ବିଲ୍‌ ପ୍ରଦାନ କରିଥିଲା। ଏପ୍ରିଲ ୧୫ରେ ବଲାଙ୍ଗୀର କୋଭିଡ୍‌ ହସ୍ପିଟାଲ ଆରମ୍ଭ ହୋଇଥିଲା। ସେହି ମାସରେ ଜଣେ ହେଲେ ରୋଗୀ ଉକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇ ନ ଥିଲେ। ହେଲେ ଦିନକୁ ୬ ଲକ୍ଷ ଟଙ୍କା ହିସାବରେ ବେଡ୍‌ ଚାର୍ଜ ବାବଦରେ ୯୬ ଲକ୍ଷ ଟଙ୍କାର ବିଲ୍‌ ଦେଇଥିଲା। କନ୍ଧମାଳ, ମୟୁରଭଞ୍ଜ ଏବଂ ଭୁବନେଶ୍ୱରରେ କୋଭିଡ୍‌ ଚିକିତ୍ସା ନାଁରେ କିମ୍‌ସ ପ୍ରାୟ ୧୧୦ କୋଟି ଟଙ୍କା ନେଇଥିବା ଆର୍‌ଟିଆଇ କର୍ମୀ ସୂଚନା ଦେଇଛନ୍ତି। ତତ୍କାଳୀନ ଉନ୍ନୟନ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ନିୟମାବଳୀ ଅନୁଯାୟୀ ରାଜ୍ୟ ସରକାର ଏବଂ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ସହ ହୋଇଥିବା ତ୍ରିପାକ୍ଷିକ ଚୁକ୍ତି ଅନୁସାରେ କିମ୍‌ସ ଏଭଳି ଅନୁଗ୍ରହ ହାସଲ କରିଥିଲା। କୋଭିଡ୍‌ ହସ୍ପିଟାଲ ପରିଚାଳନା ଲାଗି ଅଗ୍ରିମ ବାବଦରେ ଓଏମ୍‌ସି କିମ୍‌ସକୁ ସାଢ଼େ ୧୨ କୋଟି ଟଙ୍କା ଦେଇଥିଲା ବୋଲି ସିଏଜିଙ୍କୁ ଆର୍‌ଟିଆଇ କର୍ମୀ ଲିଖିତ ଭାବେ ଜଣାଇଥିଲେ। ଏନେଇ ସିଏଜି ଅଡିଟ୍‌ କରିବା ଦାବିରେ ଆର୍‌ଟିଆଇ କର୍ମୀ ହାଇକୋର୍ଟକୁ ଯାଇଥିଲେ। ଏହାପରେ ସିଏଜିରେ ସବୁ ହସ୍ପିଟାଲର କୋଭିଡ୍‌ ଅନୁଦାନ ବାବଦ ଖର୍ଚ୍ଚ ସମ୍ପର୍କରେ ତଥ୍ୟ ରହିଥିଲେ ମଧ୍ୟ କିମ୍‌ସ ସମ୍ପର୍କରେ କିଛି ତଥ୍ୟ ରହି ନ ଥିଲା।
ଏନେଇ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ କହିଛନ୍ତି, କିମ୍‌ସର ବିନା ଚିକିତ୍ସା ସତ୍ତ୍ୱେ ତାକୁ କୋଟି କୋଟି ଟଙ୍କାର ଅନୁଦାନ ଦିଆଗଲା। ଏ ସମ୍ପର୍କରେ ହାଇକୋର୍ଟରେ କେସ୍‌ ଫାଇଲ କରାଯିବା ସହିତ ସିଏଜି ଅଡିଟ୍‌ ଲାଗି ସ୍ବତନ୍ତ୍ର ଭାବେ ଅନୁରୋଧ କରାଯାଇଥିଲା। ଦୁର୍ଭାଗ୍ୟର ବିଷୟ, ସିଏଜିରେ କିମ୍‌ସ ତଥ୍ୟ ରହିଲା ନାହିଁ। ଅଚ୍ୟୁତ ସାମନ୍ତ ସିଏଜିକୁ ପ୍ରଭାବିତ କରି ତଥ୍ୟକୁ ଚାପି ଦେଇପାରନ୍ତି ଏହା ତାର ଏକ ଦୃଷ୍ଟାନ୍ତ ବୋଲି ସେ କହିଛନ୍ତି।
ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ବିରୋଧୀ ଦଳରେ ଥିବା ସମୟରେ ଅନେକ ଅଭିଯୋଗ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ନିକଟକୁ ଆସିଥିଲା। ସେଥିରେ ବହୁତ କିଛି ସତ୍ୟତା ମଧ୍ୟ ରହିଥିଲା। ସୂଚନା ଅଧିକାର କର୍ମୀମାନେ ସେତେବେଳେ ବହୁ ତଥ୍ୟ ପଦାକୁ ଆଣିଥିଲେ। କୋଭିଡ୍‌ ଭଳି ଏକ ଦୁର୍ବିପାକ ସମୟରେ ସରକାରୀ ଅର୍ଥ ହଡ଼ପରେ ଯେଉଁମାନଙ୍କ ଭୂମିକା ଥିଲା, ସେମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେନେଇ ନିଷ୍ପତ୍ତି ନିଆଯିବ। ସ୍ବାସ୍ଥ୍ୟ ବିଭାଗ ସେ ବାବଦରେ ସ୍ପଷ୍ଟ ଉତ୍ତର ରଖିପାରିବ ବୋଲି ମନ୍ତ୍ରୀ କହିଛନ୍ତି।
ଏନେଇ ଭାଜପା ବିଧାୟକ ବାବୁ ସିଂ କହିଛନ୍ତି, ସରକାର ଏହି ଘଟଣାରେ ସମ୍ପୂର୍ଣ୍ଣ ତତ୍ପର। ଘଟଣା ଦିନଠାରୁ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ଏ କଥାକୁ ନେଇ ଚିନ୍ତିତ। ଏହି କଥାକୁ ନେଇ ଯେଉଁମାନେ ଦୋଷୀ, ସେମାନେ କିପରି ଦଣ୍ଡ ପାଇବେ ସେଥିଲାଗି ସେମାନେ ତତ୍ପର ଅଛନ୍ତି। ପ୍ରଥମ ଥର ଲାଗି ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଜେରାର ସମ୍ମୁଖୀନ ହୋଇଛନ୍ତି। କିଟ୍‌ ପକ୍ଷରୁ ଜଙ୍ଗଲ ଜମି ଅଧିଗ୍ରହଣ କରାଯିବା ଓ ବେଆଇନ ଭାବେ ବିଲ୍ଡିଂ ନିର୍ମାଣ ଆଦି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ନେଇ କାଗଜପତ୍ର ମଗାଯାଇଛି। କିଛିଦିନ ଭିତରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, କିଟ୍‌ରେ ପ୍ରଥମ କରି ପିଲାଙ୍କୁ ବାଡ଼େଇକି କାଢ଼ିନାହାନ୍ତି। ଲୋକଙ୍କୁ ତା’ ଭିତରେ ମର୍ଡର ମଧ୍ୟ କରାଯାଇଛି। ତା’ ଭିତରେ ହୋଇଥିବା ବହୁ ସମସ୍ୟା କଥା ଲୋକଲୋଚନକୁ ଆସିନାହିଁ। ଆସିବ ମଧ୍ୟ ନାହିଁ। ଆଗକୁ ଦେଖିବା କି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସବୁବେଳେ ଚୋର ଘର ଅନ୍ଧାର ନ ଥାଏ, ଦିନେ ନା ଦିନେ ସବୁ କଥା ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।
ବିଜେଡି ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି, ଯେଉଁଭଳି ଭାବେ ନେପାଳ ଛାତ୍ରୀଛାତ୍ରମାନଙ୍କୁ ଟର୍ଚର କରି କଟକରେ ଛାଡ଼ିଲେ ତାହା ନିନ୍ଦନୀୟ। କେଉଁ ପରିସ୍ଥିତିରେ ଏବଂ କେଉଁ କାରଣରୁ ତାଙ୍କୁ ଜଙ୍ଗଲ ଜମି ଦିଆଯାଇଥିଲା ତାହା ଉପରେ ସରକାର ତଦନ୍ତ କରି ବର୍ତ୍ତମାନ ପଦକ୍ଷେପ ନେଇପାରିବେ। ନେପାଳରୁ ଆସିଥିବା ପିଲାମାନେ ଏଠାରେ ପଢୁଛନ୍ତି। କେଉଁ ପରିସ୍ଥିତିରେ ଜଣେ ଛାତ୍ରୀ ଆତ୍ମହତ୍ୟା କଲେ ଏବଂ ଏଥିରେ କିଏ ଦୋଷୀ ତାକୁ ପ୍ରଥମେ ସରକାର ତଦନ୍ତ କରାନ୍ତୁ। ହେଲେ ଏହି ଘଟଣାରେ ପୂର୍ବ ସରକାରକୁ ଦୋଷ ଦେବା ଠିକ୍‌ ଲାଗୁ ନାହିଁ ବୋଲି ଦିଶାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri