ନକଲି ନାଁରେ ସ୍କୁଲରେ ପାଠ ପଢୁଥିଲେ କିମ୍‌, କେବେ ବି କେଉଁ ପରୀକ୍ଷାରେ କରିନାହାନ୍ତି ପାସ୍‌

ପ୍ୟୋଙ୍ଗୟାଙ୍ଗ,୨୫ା୧୨: ଆପଣ ନିଶ୍ଚିତ ଭାବରେ ଶାସକମାନଙ୍କର ଅନେକ ରହସ୍ୟମୟ କାହାଣୀ ପଢ଼ିଥିବେ। ଆଜି ଏମିତି ଜଣେ ଶାସକଙ୍କ ବିଷୟରେ କହିବୁ ଯିଏ ପିଲାଦିନରୁ ଅଜବ କାର୍ଯ୍ୟକଳାପ ପାଇଁ ଜଣାଶୁଣା। ସେ ଏକ ନକଲି ନାଁରେ ସ୍କୁଲରେ ପଢୁଥିଲେ ଏବଂ ତାଙ୍କ ଜେଜେବାପା ପରି ଦେଖାଯିବା ପାଇଁ ପ୍ଲାଷ୍ଟିକ ସର୍ଜରୀ ମଧ୍ୟ କରିଥିଲେ। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି, ଉତ୍ତର କୋରିଆର କ୍ରୁର ଶାସକ କିମ୍‌-ଜୋଙ୍ଗ୍‌-ଉନ୍‌। କିଛି ଲୋକ ବିଶ୍ୱାସ କରନ୍ତି ଯେ ତାଙ୍କ ପିତା କିମ୍‌ ଜୋଙ୍ଗ-ଇଲ ଜଣେ ବ୍ୟକ୍ତି ଯିଏ କେବେ ପରାଜିତ ହୋଇ ନ ଥିଲେ। କିମ୍‌ ତାଙ୍କ ପିତାଙ୍କ ପରି। କିନ୍ତୁ ଏହିପରି ଅନେକ ଅଦ୍ଭୁତ ଜିନିଷ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ସାମ୍ନାକୁ ଆସିଛି, ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

Meet Kim Jong Un's 'precious' child Ju Ae - and possibly his likely successor | World News | Sky News

କିମ୍‌ କେବେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କଥାବାର୍ତ୍ତା କରନ୍ତି ନାହିଁ। କିନ୍ତୁ ମିଡିଆ ରିପୋର୍ଟ ଅନୁଯାୟୀ, ସେ ଜଣେ ଭଲ ଛାତ୍ର ନ ଥିଲେ। ଏପରିକି କୌଣସି ପରୀକ୍ଷାରେ ସେ କେବେ ବି ପାସ କରିନାହାନ୍ତି। ସବୁବେଳେ ବାସ୍କେଟବଲ୍‌ ଏବଂ କମ୍ପ୍ୟୁଟର ଖେଳ ଖେଳିବାରେ ସମୟ ନଷ୍ଟ କରୁଥିଲେ। ଏଥିରେ ହତାଶ ହୋଇ ତାଙ୍କ ପିତା ତାଙ୍କୁ ବର୍ନର ଏକ ଆନ୍ତର୍ଜାତୀୟ ବିଦ୍ୟାଳୟରୁ ବାହାର କରି ଏକ ସରକାରୀ ବିଦ୍ୟାଳୟରେ ନାମ ଲେଖାଇଲେ। ତାଙ୍କର ଜନ୍ମ ୮ ଜାନୁୟାରୀ ୧୯୮୨ରେ। କିନ୍ତୁ ଏହା ତାଙ୍କ ଜନ୍ମ ତାରିଖ ମଧ୍ୟ ସଠିକ୍‌ ନୁହେଁ। କୁହାଯାଏ ଯେ ନିଜକୁ ପରିପକ୍ୱ ଦେଖାଇବା ପାଇଁ ସେ ତାଙ୍କ ବୟସକୁ ୨ ବର୍ଷ ବଢ଼ାଇ ଦେଇଛନ୍ତି।

Kim Jong-Un | Facts, Biography, & Nuclear Program | Britannica

ଅଧିକାଂଶ ଲୋକ ସୁନ୍ଦର ଦେଖାଯିବା ପାଇଁ ପ୍ଲାଷ୍ଟିକ ସର୍ଜରୀ କରାଇଥାନ୍ତି। ମାତ୍ର କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, କିମ୍‌ ତାଙ୍କ ଜେଜେବାପାଙ୍କ ପରି ଦେଖାଯିବା ପାଇଁ ପ୍ଲାଷ୍ଟିକ ସର୍ଜରୀ କରିଛନ୍ତି। ଯଦି ଆପଣ ଗତ କିଛି ବର୍ଷ ମଧ୍ୟରେ ନିଆଯାଇଥିବା ତାଙ୍କର ଫଟୋଗ୍ରାଫକୁ ଭଲଭାବେ ଦେଖନ୍ତି, ତେବେ ଆପଣ ଜାଣିଥିବେ ଯେ ତାଙ୍କ ଆଖିକୁ ପରିବର୍ତ୍ତନ କରାଯାଇଛି। କିମ୍‌ ଯେତେବେଳେ ସ୍ବିଜରଲାଣ୍ଡରେ ଥିଲେ, ସେତେବେଳେ ସେ ସ୍ବିସ୍‌ ପନିରକୁ ବହୁତ ପସନ୍ଦ କରୁଥିଲେ। ଆଜି ମଧ୍ୟ ଉତ୍ତର କୋରିଆ ସରକାର ଏଥିପାଇଁ ପ୍ରତିବର୍ଷ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି।

Kim Jong Un - WSJ Spotlight Coverage, Recent News

ଆଉ ଏକ କୌତୂହଳର ବିଷୟ କିମ୍‌ଙ୍କ ପିତାଙ୍କ ମୃତ୍ୟୁ ସମୟରେ ସମସ୍ତେ କାନ୍ଦୁଥିଲେ ଏବଂ ଯେଉଁମାନେ କାନ୍ଦିବା ଜାଣି ନ ଥିଲେ ସେମାନଙ୍କୁ ମୁଖପାତ୍ରମାନେ କାନ୍ଦିବାକୁ ଶିଖାଇଥିଲେ। ଯେଉଁମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିଲେ ସେମାନଙ୍କୁ ୬ ମାସ ପାଇଁ ଦଣ୍ଡିତ କରାଯାଇଥିଲା। ସେମାନଙ୍କୁ ଶିବିରରେ ରଖାଯାଇଥିଲା ଏବଂ କଠିନ ପରିଶ୍ରମ କରିବାକୁ ପ୍ରସ୍ତୁତ କରାଯାଇଥିଲା। କିମ୍‌ଙ୍କ ପିଲାଦିନର ଫଟୋ ନାହିଁ। ସେ ବାସ୍କେଟବଲ୍‌କୁ ଏତେ ପସନ୍ଦ କରନ୍ତି ଯେ, ସେ ନିଜ ହାତରେ ବାସ୍କେଟବଲ ଷ୍ଟାର୍‌ ମାଇକେଲ ଜୋର୍ଡାନଙ୍କ ସ୍କେଚ୍‌ ତିଆରି କରୁଥିଲେ। ୨୦୧୩ରେ ସେ ଡେନିସ ରୋଡମ୍ୟାନ୍‌ଙ୍କୁ ମଧ୍ୟ ଭେଟି ତାଙ୍କର ବ୍ୟକ୍ତିଗତ ଦ୍ୱୀପ ଦେଖାଇଲେ। କିମ୍‌ ରି ସୋଲ-ଜୁଙ୍କୁ ବିବାହ କରିଛନ୍ତି, ଯିଏ ଖୁସି ବ୍ୟକ୍ତ କରିଛନ୍ତି। ଉଭୟ ପିଲାଦିନର ବନ୍ଧୁ। କିମ୍‌ ଅଧିକାଂଶ ସମୟ ହସିଥାନ୍ତୁ। କିନ୍ତୁ ଏହା ପଛରେ ଏକ କାରଣ ଅଛି। ବିଶ୍ୱାସ କରାଯାଏ, କିମ ହସନ୍ତି ଯାହାଦ୍ୱାରା ସେ ଦୁନିଆକୁ ଦେଖାଇ ପାରିବେ ଯେ ତାଙ୍କ ସହିତ ସବୁକିଛି ଠିକ୍‌ ଅଛ। ସୁଖ ହେଉଛି ସୁଖ। ସେ ସ୍କୁଲ ଦିନରୁ ଅଭିନେତା ଜ୍ୟାକି ଖାନଙ୍କର ଜଣେ ବଡ଼ ପ୍ରଶଂସକ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ସଙ୍କଟକୁ ନେଇ ରାଜ୍ୟ ସଭାରେ ଏମିତି କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଜ୍ୟ ସଭାରେ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଭାରତର ରଣନୀତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ପଶ୍ଚିମ…

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ହତ୍ୟା….

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢୁଥିବା ଜଣେ ୧୭…

ରେଳ ଟିକେଟ୍ ରିଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ, 8 ଘଣ୍ଟାରୁ କମ୍ ସମୟ ପୂର୍ବରୁ ବାତିଲ୍ କଲେ…..

ନୂଆଦିଲ୍ଲୀ,୨୪।୩: ଟିକେଟ କଳାବଜାର ରୋକିବା ପାଇଁ, ରେଳବାଇ ଏହାର ରିଫଣ୍ଡ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏବେ, ଯାତ୍ରୀମାନେ ଟିକେଟ୍ ବାତିଲ କରିବା ପରେ ଆଉ ସମ୍ପୂର୍ଣ୍ଣ…

ଯୁଦ୍ଧରେ ବଢି ଚାଲିଥିବା କ୍ଷତିକୁ ନେଇ ଚିନ୍ତାରେ ପଡ଼ିଗଲେଣି ଟ୍ରମ୍ପ, ଅନ୍ୟ ଉପରେ ଦୋଷ ଲଦି ଏହି ଦେଶକୁ ମନାଇବାକୁ କରୁଛନ୍ତି ପ୍ରୟାସ

ଓ୍ବାଶିଂଟନ,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅସ୍ବୀକାର ଅବସ୍ଥାରେ ବା ଡିନାୟଲ ମୋଡ୍‌ରେ ପ୍ରବେଶ କରିଛନ୍ତି। ସେ ନିଜ ଭୁଲର ଦୋଷ ଅନ୍ୟମାନଙ୍କ ଉପରେ ଲଦିବା…

ବଡ଼ ଖବର! RCBକୁ ଆଉ ଏକ ଝଟକା, IPL ୨୦୨୬ରୁ ବାଦ୍ ପଡିଲେ ଏହି ଖେଳାଳି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସିଜିନ୍ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମକୁ…

ଯୁଦ୍ଧ ଶେଷ କରିବାକୁ ରାଜି ହେଲେ ଇରାନର ସର୍ବୋଚ୍ଚ ନେତା! କହିଦେଲେ ଏମିତି…ସାରା ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨୪।୩: ଆଜି ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ୨୫ତମ ଦିନ। ଉଭୟ ପକ୍ଷ ଦ୍ରୁତ ଆକ୍ରମଣ ଜାରି ରଖିଥିବାବେଳେ ଯୁଦ୍ଧ ଶେଷ କରିବା…

IPL 2026କୁ ନେଇ କଡ଼ା ନିୟମ: ଖେଳାଳି ତଥା ତାଙ୍କ ପରିବାର ପାଇଁ ନୂଆ ନିୟମ ଆଣିଲା BCCI, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: IPL 2026 ଆରମ୍ଭ ହେବା ପୂର୍ବରୁ, BCCI ସମସ୍ତ ୧୦ଟି ଫ୍ରାଞ୍ଚାଇଜ ପାଇଁ ଏକ ନୂଆ ଏବଂ କଠୋର ନିୟମ ଜାରି କରିଛି। ଏହି ନିୟମଗୁଡ଼ିକର…

ରାତିରେ ଘରକୁ ଫେରିଲେନି ସ୍ବାମୀ, ସକାଳୁ ରକ୍ତାକ୍ତ ମୃତଦେହ….

ଜଗନ୍ନାଥ ପ୍ରସାଦ,୨୪।୩(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ଚଢିଆ ପଲ୍ଲୀ ପଞ୍ଚାୟତ ଗୁପ୍ତ ପଲ୍ଲୀରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri