Posted inଜାତୀୟ

‘ସତ୍ୟପାଲଙ୍କ ମନ୍ତବ୍ୟରୁ ଧ୍ୟାନ ହଟାଇବା ପାଇଁ ହତ୍ୟା’

ନୂଆଦିଲ୍ଲୀ/ ଲକ୍ଷ୍ନୌ/ପ୍ରୟାଗରାଜ,୧୭ା୪ : ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଗ୍ୟାଙ୍ଗ୍‌ଷ୍ଟର ଅତିକ୍‌ ଅହମ୍ମଦ ଓ ଭାଇ ଅଶ୍ରଫ୍‌ ଅହମ୍ମଦଙ୍କୁ ଶନିବାର ରାତିରେ ଅତି ନିକଟରୁ ଗୁଳି କରି ହତ୍ୟା କରାଯିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶାସନ ବ୍ୟବସ୍ଥାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ପୁଲ୍‌ଓ୍ବାମା ଆକ୍ରମଣ ପ୍ରସଙ୍ଗରେ କରିଥିତ୍ବା ଚାଞ୍ଚଲ୍ୟକର ପ୍ରଘଟରୁ ଦେଶବାସୀଙ୍କ ଧ୍ୟାନ ହଟାଇବା ପାଇଁ ଏହି ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ରଚାଯାଇଥିବା ବିରୋଧୀ ନେତାମାନେ ସମାଲୋଚନା କରିଛନ୍ତି।
୨୦୧୯ ଫେବୃୟାରୀ ୧୪ରେ ପୁଲ୍‌ଓ୍ବାମାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌) ଗାଡ଼ିକୁ ଆତଙ୍କବାଦୀମାନେ ଆମତ୍ଘାତୀ ବିସ୍ଫୋରଣରେ ଉଡ଼ାଇଦେବାରୁ ୪୦ ଯବାନଙ୍କ ମୃତ୍ୟୁ ଘଟିଥିଲା। ‘ଦି ଓ୍ବେର୍‌’ ନ୍ୟୁଜ୍‌ ପୋର୍ଟାଲ ପାଇଁ ବରିଷ୍ଠ ଖବରଦାତା କରନ ଥାପରଙ୍କୁ ଶୁକ୍ରବାର ସାକ୍ଷାତ୍‌କାର ଦେଇ ସତ୍ୟପାଲ କହିଥିଲେ, ଭାଜପା ଏହି ଆକ୍ରମଣକୁ ନିର୍ବାଚନୀ ପ୍ରସଙ୍ଗରେ ପରିଣତ କରିଥିଲା। ସତ୍ୟପାଲ ରାଜ୍ୟପାଳ ଭାବେ ଏହି ଦୁର୍ଭାଗ୍ୟଜନକ ଘଟଣା ପାଇଁ କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିକୁ ଦାୟୀ କରି ରିପୋର୍ଟ ଦେଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଚୁପ୍‌ ରହିବା ପାଇଁ କହିଥିଲେ। ତାଙ୍କ ସାକ୍ଷାତ୍‌କାର ଶନିବାର ଅନେକ ଗଣମାଧ୍ୟମରେ ଛାଇଯାଇଥିବାବେଳେ ଅତିକ୍‌ ଓ ଅଶ୍ରଫ୍‌ଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏନେଇ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ମହୁଆ ମୋଇତ୍ର ଏକାଧିକ ଟୁଇଟ୍‌ କରି କହିଛନ୍ତି, ଭାଜପା ଭାରତକୁ ମାଫିଆ ସାଧାରଣତନ୍ତ୍ରରେ ପରିଣତ କରିଦେଇଛି। ମୁଁ ଏହା ଏଇଠି, ବିଦେଶରେ ଓ ସବୁଠି କହିବି। କାରଣ ଏହା ହିଁ ସତ୍ୟ। ପୋଲିସ ହେପାଜତରେ ଥିବା ଦୁଇଜଣ ବ୍ୟକ୍ତିଙ୍କୁ ବହୁ ସଂଖ୍ୟକ ପୋଲିସ କର୍ମଚାରୀ ଓ କ୍ୟାମେରା ସାମ୍ନାରେ ହତ୍ୟା କରାଯାଇଛି। ଏହା ହେଉଛି ଦେଶରେ ପ୍ରଚଳିତ ଆଇନର ହତ୍ୟା। ପୁଲ୍‌ଓ୍ବାମା ଆକ୍ରମଣ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଚୁପ୍‌ ରହିବାକୁ କହିଥିବା ବିଷୟ ପ୍ରଘଟ ହେବା ପରେ ସେଥିରୁ ଦେଶବାସୀଙ୍କ ଧ୍ୟାନ ହଟାଇବା ପାଇଁ ଏହି ହତ୍ୟା କରାଯାଇଥିବା ମହୁଆ ଅଭିଯୋଗ ଆଣିଛନ୍ତି। ସେହିପରି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫ୍‌ତି କହିଛନ୍ତି, ଅତିକ୍‌ ଅହମ୍ମଦ ଓ ଅଶ୍ରଫ୍‌ ଅହମ୍ମଦଙ୍କ ହତ୍ୟା ପୁଲଓ୍ବାମା ଆକ୍ରମଣକୁ ନେଇ ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଦେଇଥିବା ଚାଞ୍ଚଲ୍ୟକର ମନ୍ତବ୍ୟରୁ ଦେଶବାସୀଙ୍କ ଧ୍ୟାନ ହଟାଇବା ଲାଗି ଉତ୍ତର ପ୍ରଦେଶ ସରକାରଙ୍କ ଚତୁର କୌଶଳ। ଉତ୍ତର ପ୍ରଦେଶରେ ଅରାଜକତା ଓ ଜଙ୍ଗଲରାଜ ଚାଲିଛି। ହତ୍ୟାକାରୀ ଓ ଆଇନକୁ ମାନୁ ନ ଥିବା ଲୋକେ ଜୟ ଶ୍ରୀରାମ ସ୍ଲୋଗାନ ଦେଇ ଉତ୍ସବ ମନାଉଛନ୍ତି।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ସ୍ବାଧୀନତା ପାଇଁ ଲଢ଼େଇ କରିଥିବା ସଂଗ୍ରାମୀମାନେ ଭାରତର ସମ୍ବିଧାନ ପ୍ରଣୟନ କରିଥିଲେ। ଏହାକୁ ଦୁର୍ବଳ କରିବା ପାଇଁ କାହାକୁ ସୁଯୋଗ ଦିଆଯିବା ଅନୁଚିତ। ଅପରାଧୀମାନଙ୍କୁ କଠୋର ଦଣ୍ଡ ଦେବା ପାଇଁ କୋର୍ଟ ରହିଛି। ନ୍ୟାୟପାଳିକାର ଆଇନ ଅନୁସାରେ ଏହା ହେବା କଥା। କିନ୍ତୁ ସେମାନେ ଆଇନଶୃଙ୍ଖଳା ସହ ଖେଳୁଛନ୍ତି। ଏଥିରୁ ଅରାଜକତା ସୃଷ୍ଟି ହେଉଛି, ଯାହାକି ଗଣତନ୍ତ୍ର ପାଇଁ ବିପଜ୍ଜନକ। ଆଇନଭଙ୍ଗକାରୀ କୌଣସି ସରକାର, ନେତା କିମ୍ବା ବ୍ୟକ୍ତିଙ୍କୁ ଏହି ଅଧିକାର ଦିଆଯାଇପାରିବ ନାହିଁ। ବନ୍ଧୁକର ଆଇନ ଏବଂ ଭିଡ଼ତନ୍ତ୍ର ପାଇଁ ଓକିଲାତି କରୁଥିବା ବ୍ୟକ୍ତିମାନେ କେବଳ ସମ୍ବିଧାନକୁ ଧ୍ୱଂସ କରିପାରନ୍ତି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ଦେଶରେ ସମ୍ବିଧାନ ସର୍ବୋଚ୍ଚରେ ରହିଛି। ଆଇନକୁ ଦୁର୍ବଳ କରୁଥିବା ଅପରାଧୀମାନଙ୍କୁ ରାଜନୈତିକ ସ୍ବାର୍ଥ ପାଇଁ ପ୍ରୋତ୍ସାହନ ଦେବା ବିପଜ୍ଜନକ। ସେହିପରି ୟୁପି ଦାୟିତ୍ୱରେ ଥିବା ଏଆଇସିସି ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟୁଇଟରରେ ଏହି ହତ୍ୟାକାଣ୍ଡକୁ ନିନ୍ଦା କରିଛନ୍ତି। ହାଇଦ୍ରାବାଦ୍‌ ଏମ୍‌ପି ତଥା ଏଆଇଏମ୍‌ଆଇଏମ୍‌ ଅସାଦୁଦ୍ଦିନ ଓଓ୍ବାଇସି କହିଛନ୍ତି, ଭାଜପା ଶାସିତ ୟୁପିରେ ହତ୍ୟା ବଢ଼ିଚାଲିଛି। ଯୋଗୀ ସରକାର କ୍ଷମତାକୁ ଆସିବା ପରଠୁ ରାଜ୍ୟରେ ଆଇନର ଶାସନ ପରିବର୍ତ୍ତେ ବନ୍ଧୁକର ଶାସନ ଚାଲିଛି। ସୁପ୍ରିମକୋର୍ଟ ତତ୍ତ୍ୱାବଧାନରେ ଏହି ମାମଲାର ତଦନ୍ତ କରାଯାଉ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଇସ୍ତଫା ଦିଅନ୍ତୁ ବୋଲି ଓଓ୍ବାଇସି ଦାବି କରିଛନ୍ତି। ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଛନ୍ତି, ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରାଯିବା ଉଚିତ। ଟିଏମ୍‌ସି ଏମ୍‌ପି ମହୁଆ ମୋଇତ୍ରଙ୍କ ମତରେ ଯୋଗୀ ସରକାର ଅମଳରେ ଭାଜପା ଜଙ୍ଗଲରାଜ ଚଳାଇଛି। ଏନ୍‌କାଉଣ୍ଟର ହତ୍ୟା, ବୁଲ୍ଡୋଜର ରାଜନୀତି ଓ ଅପରାଧୀମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି। ଭାରତକୁ ଭାଜପା ମାଫିଆ ସାଧାରଣତନ୍ତ୍ରରେ ପରିଣତ କରିଦେଇଛି। ଆଇନର ଶାସନକୁ କାର୍ଯ୍ୟକାରୀ କରି ଅପରାଧୀଙ୍କୁ କଡ଼ା ଦଣ୍ଡ ଦିଆଯାଉ। ସେହିପରି ଆର୍‌ଜେଡି ଏମ୍‌ପି ମନୋଜ ଝାଙ୍କ ମତରେ ଏହା ଦୁଇଜଣ ବ୍ୟକ୍ତିଙ୍କର ନୁହେଁ, ବରଂ ଆଇନ ପ୍ରକ୍ରିୟାର ହତ୍ୟା। ୟୁପି ଶାସନ ବ୍ୟବସ୍ଥାର ନେତୃତ୍ୱ ନେଉଥିବା ବ୍ୟକ୍ତି ଅଯୋଗ୍ୟ। ହତ୍ୟାକାରୀମାନେ ଧର୍ମୀୟ ସ୍ଲୋଗାନ ଦେଇଥିବା ଜାଣି ମୁଣ୍ଡ ତଳକୁ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri