Posted inଜାତୀୟ

‘ସତ୍ୟପାଲଙ୍କ ମନ୍ତବ୍ୟରୁ ଧ୍ୟାନ ହଟାଇବା ପାଇଁ ହତ୍ୟା’

ନୂଆଦିଲ୍ଲୀ/ ଲକ୍ଷ୍ନୌ/ପ୍ରୟାଗରାଜ,୧୭ା୪ : ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଗ୍ୟାଙ୍ଗ୍‌ଷ୍ଟର ଅତିକ୍‌ ଅହମ୍ମଦ ଓ ଭାଇ ଅଶ୍ରଫ୍‌ ଅହମ୍ମଦଙ୍କୁ ଶନିବାର ରାତିରେ ଅତି ନିକଟରୁ ଗୁଳି କରି ହତ୍ୟା କରାଯିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶାସନ ବ୍ୟବସ୍ଥାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ପୁଲ୍‌ଓ୍ବାମା ଆକ୍ରମଣ ପ୍ରସଙ୍ଗରେ କରିଥିତ୍ବା ଚାଞ୍ଚଲ୍ୟକର ପ୍ରଘଟରୁ ଦେଶବାସୀଙ୍କ ଧ୍ୟାନ ହଟାଇବା ପାଇଁ ଏହି ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ରଚାଯାଇଥିବା ବିରୋଧୀ ନେତାମାନେ ସମାଲୋଚନା କରିଛନ୍ତି।
୨୦୧୯ ଫେବୃୟାରୀ ୧୪ରେ ପୁଲ୍‌ଓ୍ବାମାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌) ଗାଡ଼ିକୁ ଆତଙ୍କବାଦୀମାନେ ଆମତ୍ଘାତୀ ବିସ୍ଫୋରଣରେ ଉଡ଼ାଇଦେବାରୁ ୪୦ ଯବାନଙ୍କ ମୃତ୍ୟୁ ଘଟିଥିଲା। ‘ଦି ଓ୍ବେର୍‌’ ନ୍ୟୁଜ୍‌ ପୋର୍ଟାଲ ପାଇଁ ବରିଷ୍ଠ ଖବରଦାତା କରନ ଥାପରଙ୍କୁ ଶୁକ୍ରବାର ସାକ୍ଷାତ୍‌କାର ଦେଇ ସତ୍ୟପାଲ କହିଥିଲେ, ଭାଜପା ଏହି ଆକ୍ରମଣକୁ ନିର୍ବାଚନୀ ପ୍ରସଙ୍ଗରେ ପରିଣତ କରିଥିଲା। ସତ୍ୟପାଲ ରାଜ୍ୟପାଳ ଭାବେ ଏହି ଦୁର୍ଭାଗ୍ୟଜନକ ଘଟଣା ପାଇଁ କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିକୁ ଦାୟୀ କରି ରିପୋର୍ଟ ଦେଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଚୁପ୍‌ ରହିବା ପାଇଁ କହିଥିଲେ। ତାଙ୍କ ସାକ୍ଷାତ୍‌କାର ଶନିବାର ଅନେକ ଗଣମାଧ୍ୟମରେ ଛାଇଯାଇଥିବାବେଳେ ଅତିକ୍‌ ଓ ଅଶ୍ରଫ୍‌ଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏନେଇ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ମହୁଆ ମୋଇତ୍ର ଏକାଧିକ ଟୁଇଟ୍‌ କରି କହିଛନ୍ତି, ଭାଜପା ଭାରତକୁ ମାଫିଆ ସାଧାରଣତନ୍ତ୍ରରେ ପରିଣତ କରିଦେଇଛି। ମୁଁ ଏହା ଏଇଠି, ବିଦେଶରେ ଓ ସବୁଠି କହିବି। କାରଣ ଏହା ହିଁ ସତ୍ୟ। ପୋଲିସ ହେପାଜତରେ ଥିବା ଦୁଇଜଣ ବ୍ୟକ୍ତିଙ୍କୁ ବହୁ ସଂଖ୍ୟକ ପୋଲିସ କର୍ମଚାରୀ ଓ କ୍ୟାମେରା ସାମ୍ନାରେ ହତ୍ୟା କରାଯାଇଛି। ଏହା ହେଉଛି ଦେଶରେ ପ୍ରଚଳିତ ଆଇନର ହତ୍ୟା। ପୁଲ୍‌ଓ୍ବାମା ଆକ୍ରମଣ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଚୁପ୍‌ ରହିବାକୁ କହିଥିବା ବିଷୟ ପ୍ରଘଟ ହେବା ପରେ ସେଥିରୁ ଦେଶବାସୀଙ୍କ ଧ୍ୟାନ ହଟାଇବା ପାଇଁ ଏହି ହତ୍ୟା କରାଯାଇଥିବା ମହୁଆ ଅଭିଯୋଗ ଆଣିଛନ୍ତି। ସେହିପରି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫ୍‌ତି କହିଛନ୍ତି, ଅତିକ୍‌ ଅହମ୍ମଦ ଓ ଅଶ୍ରଫ୍‌ ଅହମ୍ମଦଙ୍କ ହତ୍ୟା ପୁଲଓ୍ବାମା ଆକ୍ରମଣକୁ ନେଇ ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଦେଇଥିବା ଚାଞ୍ଚଲ୍ୟକର ମନ୍ତବ୍ୟରୁ ଦେଶବାସୀଙ୍କ ଧ୍ୟାନ ହଟାଇବା ଲାଗି ଉତ୍ତର ପ୍ରଦେଶ ସରକାରଙ୍କ ଚତୁର କୌଶଳ। ଉତ୍ତର ପ୍ରଦେଶରେ ଅରାଜକତା ଓ ଜଙ୍ଗଲରାଜ ଚାଲିଛି। ହତ୍ୟାକାରୀ ଓ ଆଇନକୁ ମାନୁ ନ ଥିବା ଲୋକେ ଜୟ ଶ୍ରୀରାମ ସ୍ଲୋଗାନ ଦେଇ ଉତ୍ସବ ମନାଉଛନ୍ତି।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ସ୍ବାଧୀନତା ପାଇଁ ଲଢ଼େଇ କରିଥିବା ସଂଗ୍ରାମୀମାନେ ଭାରତର ସମ୍ବିଧାନ ପ୍ରଣୟନ କରିଥିଲେ। ଏହାକୁ ଦୁର୍ବଳ କରିବା ପାଇଁ କାହାକୁ ସୁଯୋଗ ଦିଆଯିବା ଅନୁଚିତ। ଅପରାଧୀମାନଙ୍କୁ କଠୋର ଦଣ୍ଡ ଦେବା ପାଇଁ କୋର୍ଟ ରହିଛି। ନ୍ୟାୟପାଳିକାର ଆଇନ ଅନୁସାରେ ଏହା ହେବା କଥା। କିନ୍ତୁ ସେମାନେ ଆଇନଶୃଙ୍ଖଳା ସହ ଖେଳୁଛନ୍ତି। ଏଥିରୁ ଅରାଜକତା ସୃଷ୍ଟି ହେଉଛି, ଯାହାକି ଗଣତନ୍ତ୍ର ପାଇଁ ବିପଜ୍ଜନକ। ଆଇନଭଙ୍ଗକାରୀ କୌଣସି ସରକାର, ନେତା କିମ୍ବା ବ୍ୟକ୍ତିଙ୍କୁ ଏହି ଅଧିକାର ଦିଆଯାଇପାରିବ ନାହିଁ। ବନ୍ଧୁକର ଆଇନ ଏବଂ ଭିଡ଼ତନ୍ତ୍ର ପାଇଁ ଓକିଲାତି କରୁଥିବା ବ୍ୟକ୍ତିମାନେ କେବଳ ସମ୍ବିଧାନକୁ ଧ୍ୱଂସ କରିପାରନ୍ତି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ଦେଶରେ ସମ୍ବିଧାନ ସର୍ବୋଚ୍ଚରେ ରହିଛି। ଆଇନକୁ ଦୁର୍ବଳ କରୁଥିବା ଅପରାଧୀମାନଙ୍କୁ ରାଜନୈତିକ ସ୍ବାର୍ଥ ପାଇଁ ପ୍ରୋତ୍ସାହନ ଦେବା ବିପଜ୍ଜନକ। ସେହିପରି ୟୁପି ଦାୟିତ୍ୱରେ ଥିବା ଏଆଇସିସି ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟୁଇଟରରେ ଏହି ହତ୍ୟାକାଣ୍ଡକୁ ନିନ୍ଦା କରିଛନ୍ତି। ହାଇଦ୍ରାବାଦ୍‌ ଏମ୍‌ପି ତଥା ଏଆଇଏମ୍‌ଆଇଏମ୍‌ ଅସାଦୁଦ୍ଦିନ ଓଓ୍ବାଇସି କହିଛନ୍ତି, ଭାଜପା ଶାସିତ ୟୁପିରେ ହତ୍ୟା ବଢ଼ିଚାଲିଛି। ଯୋଗୀ ସରକାର କ୍ଷମତାକୁ ଆସିବା ପରଠୁ ରାଜ୍ୟରେ ଆଇନର ଶାସନ ପରିବର୍ତ୍ତେ ବନ୍ଧୁକର ଶାସନ ଚାଲିଛି। ସୁପ୍ରିମକୋର୍ଟ ତତ୍ତ୍ୱାବଧାନରେ ଏହି ମାମଲାର ତଦନ୍ତ କରାଯାଉ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଇସ୍ତଫା ଦିଅନ୍ତୁ ବୋଲି ଓଓ୍ବାଇସି ଦାବି କରିଛନ୍ତି। ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଛନ୍ତି, ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରାଯିବା ଉଚିତ। ଟିଏମ୍‌ସି ଏମ୍‌ପି ମହୁଆ ମୋଇତ୍ରଙ୍କ ମତରେ ଯୋଗୀ ସରକାର ଅମଳରେ ଭାଜପା ଜଙ୍ଗଲରାଜ ଚଳାଇଛି। ଏନ୍‌କାଉଣ୍ଟର ହତ୍ୟା, ବୁଲ୍ଡୋଜର ରାଜନୀତି ଓ ଅପରାଧୀମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି। ଭାରତକୁ ଭାଜପା ମାଫିଆ ସାଧାରଣତନ୍ତ୍ରରେ ପରିଣତ କରିଦେଇଛି। ଆଇନର ଶାସନକୁ କାର୍ଯ୍ୟକାରୀ କରି ଅପରାଧୀଙ୍କୁ କଡ଼ା ଦଣ୍ଡ ଦିଆଯାଉ। ସେହିପରି ଆର୍‌ଜେଡି ଏମ୍‌ପି ମନୋଜ ଝାଙ୍କ ମତରେ ଏହା ଦୁଇଜଣ ବ୍ୟକ୍ତିଙ୍କର ନୁହେଁ, ବରଂ ଆଇନ ପ୍ରକ୍ରିୟାର ହତ୍ୟା। ୟୁପି ଶାସନ ବ୍ୟବସ୍ଥାର ନେତୃତ୍ୱ ନେଉଥିବା ବ୍ୟକ୍ତି ଅଯୋଗ୍ୟ। ହତ୍ୟାକାରୀମାନେ ଧର୍ମୀୟ ସ୍ଲୋଗାନ ଦେଇଥିବା ଜାଣି ମୁଣ୍ଡ ତଳକୁ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri