ପରକୀୟା ପ୍ରୀତିରୁ ଆନାସ୍ଥେସିଆ ଦେଇ ସ୍ତ୍ରୀଙ୍କୁ ହତ୍ୟା

ଭୁବନେଶ୍ୱର,୩୧ା୧୦(ସତ୍ୟଜିତ୍‌ ରାଉତ): ଦୁଇ ପ୍ରେମିକାଙ୍କ ସହ ଥିବା ପରକୀୟା ପ୍ରୀତି ସମ୍ପର୍କ ମଝିରେ ବାଡ଼ ସାଜିଥିଲେ ସ୍ତ୍ରୀ। ଏଥିପାଇଁ ସ୍ତ୍ରୀଙ୍କୁ ସବୁଦିନ ପାଇଁ ହଟାଇବାକୁ ହୋଇଥିଲା ସୁଚିନ୍ତିତ ଷଡ଼ଯନ୍ତ୍ର। ହତ୍ୟାକାଣ୍ଡ ପାଇଁ ଆନାସ୍ଥେସିଆକୁ କରିଥିଲେ ଅସ୍ତ୍ର। ଭରତପୁର ଥାନା ଅନ୍ତର୍ଗତ ସାମପୁର ଅଞ୍ଚଳରେ ଶୁଭଶ୍ରୀ ନାଏକଙ୍କ ସନ୍ଦେହଜନକ ମୃତ୍ୟୁ ଉପରୁ ପରଦା ହଟାଇ ଏହା ଏକ ଜଘନ୍ୟ ହତ୍ୟାକାଣ୍ଡ ବୋଲି ବୁଧବାର ଡିସିପି ପିନାକ ମିଶ୍ର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ନର୍ସ ପ୍ରେମିକାଙ୍କ ଭଡ଼ାଘରେ ଶୁଭଶ୍ରୀଙ୍କ ଶରୀରରେ ବଳପୂର୍ବକ ଇଞ୍ଜେକ୍ସନ୍‌ ଦ୍ୱାରା ଆନାସ୍ଥେସିଆକୁ ଓଭର୍‌ ଡୋଜ୍‌ ଦିଆଯାଇ ହତ୍ୟା କରାଯାଇଥିଲା। ବ୍ୟବଚ୍ଛେଦ ବେଳେ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହେବାରୁ ପୋଲିସ ଅଭିଯୁକ୍ତ ଫାର୍ମାସିଷ୍ଟ ସ୍ବାମୀ ପ୍ରଦ୍ୟୁମ୍ନ କୁମାର (୨୪)ଙ୍କ ସହ ଦୁଇ ପ୍ରେମିକାଙ୍କୁ ଗିରଫ କରିଛି। ଅଭିଯୁକ୍ତ ପ୍ରେମିକାଦ୍ୱୟ ହେଲେ ବାଲେଶ୍ୱର ଜିଲା ସୋର ଅଞ୍ଚଳର ରୋଜି ପାତ୍ର(୧୯) ଓ ଗଜପତି ଜିଲା ସେରଙ୍ଗ ଅଞ୍ଚଳର ଏଜିତା ଭୂୟାଁ (୨୨)। ଅଭିଯୁକ୍ତମାନଙ୍କୁ ଭୁବନେଶ୍ୱର ଜେଏମ୍‌ଏଫ୍‌ସି-୫ଙ୍କ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯାଇ ଅଧିକ ପଚରାଉଚରା କରାଯିବା ସହ କ୍ରାଇମ୍‌ ସିନ୍‌ ରିକ୍ରିଏଶନ୍‌ କରାଯିବ ବୋଲି ଡିସିପି ମିଶ୍ର କହିଛନ୍ତି।

କିଛିଦିନ ତଳେ ପ୍ରଦ୍ୟୁମ୍ନ ଓ ତାଙ୍କ ଦୁଇ ପ୍ରେମିକା ସିଆର୍‌ପି ଛକରେ ଏକାଠି ହୋଇ ଶୁଭଶ୍ରୀଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ। ରୋଜି କାମ କରୁଥିବା ଘରୋଇ ହସ୍ପିଟାଲରୁ ଆନାସ୍ଥେସିଆ ଲୁଚାଇ ଆଣିଥିଲେ। ଏପଟେ ଅକ୍ଟୋବର ୨୭ରେ ପ୍ରଦ୍ୟୁମ୍ନ ଶ୍ୱଶୁର ଘରକୁ ଯାଇ ଶୁଭଶ୍ରୀଙ୍କୁ ଆଣିବାକୁ ଅଡ଼ି ବସିଥିଲେ ମଧ୍ୟ ପରିବାର ଲୋକ ଅରାଜି ହୋଇଥିଲେ। ଜଣେ ଆଇନଜୀବୀଙ୍କ ନିକଟରେ ଲେଖାପଢ଼ା କରି ସାକ୍ଷୀଙ୍କ ଉପସ୍ଥିତିରେ ଛାଡ଼ିବାକୁ ପରିବାର ଲୋକ କହିଥିଲେ। ହେଲେ ବହୁମତେ ବୁଝାଇ ଶୁଭଶ୍ରୀଙ୍କୁ ପ୍ରଦ୍ୟୁମ୍ନ ସେହିଦିନ ନେଇଆସି କେସୁରାସ୍ଥିତ ଭଡ଼ାଘରକୁ ନେଇଥିଲେ। ଶୁଭଶ୍ରୀଙ୍କୁ ପ୍ରଦ୍ୟୁମ୍ନ ୨୮ ତାରିଖ ପୂର୍ବାହ୍ନ ୧୧ଟା ୩୦ ବେଳେ ରୋଜିଙ୍କ ଭଡ଼ାଘରକୁ ନେଇଯାଇଥିଲେ। ଶୁଭଶ୍ରୀଙ୍କ ଥଣ୍ଡା ହୋଇଥିବାରୁ ତାଙ୍କୁ ଇଞ୍ଜେକ୍ସନ୍‌ ଦେବେ ବୋଲି ଅଭିଯୁକ୍ତମାନେ କହିଥିଲେ। ପରେ ସାରେ ବଳପୂର୍ବକ ସମସ୍ତେ ମିଶି ଇଞ୍ଜେକ୍ସନ୍‌ ଦ୍ୱାରା ଅଧିକ ମାତ୍ରାରେ ଆନାସ୍ଥେସିଆ ଦେଇଦେଇଥିଲେ। ଫଳରେ ଶୁଭଶ୍ରୀ ଚେତାଶୂନ୍ୟ ହୋଇଯିବା ସହ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରେ ଅଭିଯୁକ୍ତମାନେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଶୁଭଶ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଯାଇଥିଲେ। ସେପଟେ ପ୍ରଦ୍ୟୁମ୍ନ ଶ୍ୱଶୁର ଘର ଲୋକଙ୍କୁ ମଧ୍ୟ ଜଣାଇଥିଲେ। ପରିବାର ଲୋକେ ହତ୍ୟା ସନ୍ଦେହ କରିଥିଲେ। ମା’ ତପସ୍ବିନୀଙ୍କ ଏତଲାକ୍ରମେ ପୋଲିସ ଏକ ହତ୍ୟା ମାମଲା (ନଂ.୭୧୭/୨୦୨୪) ରୁଜୁ କରି ତଦନ୍ତ କରିଥିଲା। ବ୍ୟବଚ୍ଛେଦ ବେଳେ ମୃତ୍ୟୁ ଉପରୁ ପରଦା ହଟିଥିଲା। ପୋଲିସର ପଚରାଉଚରା ପରେ ପ୍ରଦ୍ୟୁମ୍ନ ସତ ମାନିଥିଲେ। ତେବେ ସର୍ଜରି ପୂର୍ବରୁ ଚେତାଶୂନ୍ୟ କରିବାକୁ ଏହି ଆନାସ୍ଥେସିଆ ଅଳ୍ପ ପରିମାଣରେ ଦିଆଯାଇଥାଏ। ଏହାକୁ ସାଧାରଣ ଲୋକ କିଣିପାରନ୍ତି ନାହିଁ ବୋଲି ଜଣେ ଡାକ୍ତର କହିଛନ୍ତି।

ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ବିଜେବି ନଗରରେ ଶୁଭଶ୍ରୀଙ୍କ ଘର। ଶୁଭଶ୍ରୀଙ୍କୁ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଅଞ୍ଚଳର ପ୍ରଦ୍ୟୁମ୍ନ ପ୍ରେମ କରି ୨୦୨୦ରେ ବିବାହ କରିଥିଲେ। ବିବାହ ପରେ ଉଭୟ ଏକାଠି ରହୁଥିଲେ। ଅପରପକ୍ଷରେ ପ୍ରଦ୍ୟୁମ୍ନ ଏକ ଘରୋଇ ହସ୍ପିଟାଲରେ ଫାର୍ମାସିଷ୍ଟ ଭାବେ କାମ କରୁଥିଲେ। ୨୦୨୩ରେ ସେଠାରେ ଏଜିତାଙ୍କ ସହ ପ୍ରଦ୍ୟୁମ୍ନଙ୍କ ସମ୍ପର୍କ ହୋଇଥିଲା। ସେହିପରି ଭରତପୁର ଥାନା ଅଞ୍ଚଳରେ ଥିବା ଅନ୍ୟ ଏକ ଘରୋଇ ହସ୍ପିଟାଲରେ ଗତ ମାର୍ଚ୍ଚରେ ରୋଜିଙ୍କ ସହ ତାଙ୍କର ସମ୍ପର୍କ ହୋଇଥିଲା। ପ୍ରଦ୍ୟୁମ୍ନ ଏକାସାଙ୍ଗରେ ତାଙ୍କ ଦୁଇ ପ୍ରେମିକାଙ୍କ ସହ କଥା ହେବା ସହ ସମୟ ବିତାଉଥିଲେ। ଏନେଇ ଶୁଭଶ୍ରୀ ଜାଣିବା ପରେ ଦାମ୍ପତ୍ୟ ଜୀବନରେ କଳି ଆରମ୍ଭ ହୋଇଥିଲା। ପ୍ରଦ୍ୟୁମ୍ନ ବିଭିନ୍ନ କାରଣକୁ ନେଇ ଶୁଭଶ୍ରୀଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏପରିକି ପ୍ରଦ୍ୟୁମ୍ନ ଶୁଭଶ୍ରୀଙ୍କୁ ଗାଡ଼ିରେ ନେଇ ଠେଲି ମାରିଦେବାକୁ ମଧ୍ୟ ଉଦ୍ୟମ କରିଥିଲେ। ନିର୍ଯାତନା ଅସହ୍ୟ ହେବାରୁ ଶୁଭଶ୍ରୀ ପରିବାରକୁ ଜଣାଇଥିଲେ। ଗତ ୬ମାସ ହେବ ଶୁଭଶ୍ରୀ ତାଙ୍କ ବାପଘରକୁ ଚାଲିଯାଇ ସେଠାରେ ରହୁଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ମରିବୁ ପଛେ ମାଟି ଛାଡ଼ିବୁ ନାହିଁ: ଖଣି ଖନନକୁ ବିରୋଧ

ପଟ୍ଟାଙ୍ଗି,୨୯ା୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ନୂଆଗଁା ପଞ୍ଚାୟତ କାର୍ଯ୍ୟାଳୟ ପାଶର୍‌ବରେ ସେରୁବନ୍ଧ ସୁରକ୍ଷା ସମିତିର ଆହ୍ବାନକ୍ରମେ ସେମିଳିଗୁଡ଼ା ଓ ପଟ୍ଟାଙ୍ଗି ବ୍ଲକ୍‌ର ୬…

କୋଟିଆକୁ ନେଇ ତୁଟୁନି ବିବାଦ: ଓଡ଼ିଶାକୁ ଚ୍ୟାଲେଞ୍ଜ୍‌ ଦେଉଛି ଆନ୍ଧ୍ର

ପଟ୍ଟାଙ୍ଗି,୨୯ା୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆକୁ ନେଇ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସହ ସୀମା ବିବାଦ ଲାଗି ରହିଛି। ଏହି ପଞ୍ଚାୟତର ୧୨ ଗ୍ରାମକୁ ଆନ୍ଧ୍ରର…

OJEE ପାଇଁ ଆରମ୍ଭ ହେଲା ଆବେଦନ: ମେ’ ୪ରୁ ପରୀକ୍ଷା, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୮ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ ଆବେଦନର ଶେଷ ତାରିଖ ରହିଛି। ଏପ୍ରିଲରେ…

ମୟୂରଭଞ୍ଜରେ ହେବ ପାଇଲଟ୍ ପ୍ରଶିକ୍ଷଣ, ବ୍ରହ୍ମପୁରରେ ଡ୍ରୋନ୍ ସେଣ୍ଟର

ଭୁବନେଶ୍ୱର,୨୮ା୧: ହାଇଦ୍ରାବାଦରେ ଚାଲିଥିବା ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ ପ୍ରଦର୍ଶନୀ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ ଅବସରରେ ଓଡ଼ିଶା ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU)…

ଦୁଷ୍କର୍ମ ମାମଲାରେ ଫେରାର୍ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଅଙ୍ଗନବାଡି କର୍ମୀଙ୍କୁ….

ପାରଳାଖେମୁଣ୍ଡି,୨୮ା୧(ଗିରିଧାରୀ ପରିଛା) :ଗଜପତି ଜିଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲା ନ୍ଯାୟାଳୟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି । ଏନେଇ…

ବିଏମ୍‌ସିର ଚେତାବନୀ, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ…

ଭୁବନେଶ୍ୱର,୨୮ା୧: ଗୁଟ୍‌ଖାକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ଜୋରଦାର ହେବ ଗୁଟ୍‌ଖା ଏନଫୋର୍ସମେଣ୍ଟ ଡ୍ରାଇଭ୍‌ । ଭେଣ୍ଡିଂ ଜୋନ୍, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ ଆକ୍ସନ…

ରାୟଗଡ଼ାରେ ବନ୍ଦ ପ୍ରଭାବ ଶୂନ: ନେତାଙ୍କ ଦେଖା ମିଳିଲାନି, ଖୋଲା ରହିଲା…

ରାୟଗଡା,୨୮।୧(ଆଶିଷ ରଞ୍ଜନ ପଣ୍ଡା)- ନବ ନିର୍ମାଣ କୃଷକ ସଂଗଠନ ଦ୍ବାରା ଡକାଯାଇଥିବା ଓଡିଶା ବନ୍ଦ ଡାକରା ରାୟଗଡା ଜିଲାରେ  ପ୍ରଭାବହୀନ ହୋଇଥିବା ଦେଖିବାକୁ ମିଳିଛି । ରାୟଗଡା…

ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗ ରହୁ, ସରକାରଙ୍କୁ OHRCଙ୍କ ସୁପାରିସ୍‌

ଭୁବନେଶ୍ୱର,୨୮ା୧: ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗୀଙ୍କ ବିକଳ୍ପ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କଲେ OHRC(ଓଡ଼ିଶା ମାନବ ଅଧିକାର ଆୟୋଗ) । ତୃତୀୟ ଲିଙ୍ଗ ବା…

Advertisement

ଧରିତ୍ରୀ କାର୍ଟୁନ

Archives

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri