ବିବାହକୁ ୪ ମାସ ନ ପୁରୁଣୁ ସ୍ତ୍ରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ରାୟ

ବୌଦ୍ଧ,୧୪ା୧(ସ୍ବ.ପ୍ର.): ବୌଦ୍ଧ ଜିଲା ଦୌରାଜଜ୍‌ ବିକ୍ରମ କୁମାର ପ୍ରଧାନ ଏକ ଯୌତୁକ ଜନିତ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ ଦେବା ସହ ଶଶୁର ଓ ଶାଶୁଙ୍କୁ ନିଦ୍ଦୋର୍ଷରେ ଖଲାସ କରିଛନ୍ତି ।

ମାମଲାରୁ ପ୍ରକାଶ ଯେ, କଣ୍ଟାମାଳ ଥାନା ମାଣିକପୁର ଗ୍ରାମର ରାଜପତି ରଣାଙ୍କ ଝିଅ ଲକ୍ଷ୍ମୀବତୀଙ୍କ ସହ ଉକ୍ତ ଥାନା ଅଧୀନ ଆମ୍ବଗାଁର ସାଇବ ରଣାଙ୍କ ପୁଅ ଶରତ (୨୨)ଙ୍କର ୨୦୧୭ରେ ବିିବାହ ହୋଇଥିଲା। ବିବାହର ୪ ମାସ ପରେ ସ୍ବାମୀ ଶରତ , ଶଶୁର ସାଇବ (୬୦) ଓ ଶାଶୁ ବିଜଳା(୫୫) ଅଧିକ ଯୌତୁକ ଦାବି କରି ଲକ୍ଷ୍ମୀବତୀଙ୍କୁ ନିର୍ଯାତନା ଦେବାରୁ ସେ ବାପ ଘରକୁ ପଲାଇ ଯାଇଥିଲେ  । କିଛି ଦିନ ବାପ ଘରେ ରହିବା ପରେ ଗାଁ ଲୋକଙ୍କ ହସ୍ତକ୍ଷେପ ପରେ ଝିଅକୁ ଶଶୁର ଘରକୁ ପଠାଯାଇଥିଲା ।

ହେଲେ ୨୦୧୭ ସେପ୍ଟେମ୍ବର ୧୦ ତାରିଖରେ ଲକ୍ଷ୍ମୀବତୀ ଅସୁସ୍ଥ ଥିବା ନେଇ କକା ଶଶୁର ଦିଲୀପ ରଣା ବାପଘର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ବାପା ରାଜପତି ଝିଅ ଘରେ ପହଞ୍ଚିଥିଲେ। ସେତିକିବେଳକୁ ଝିଅ ଲକ୍ଷ୍ମୀବତୀଙ୍କ ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଥିଲେ। ତେବେ ଯୌତୁକ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ବାପଘର ଲୋକେ ୧୧ ତାରିଖରେ କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ ପୋଲିସ ଏକ ମାମଲା (ନଂ.୧୦୪/୧୭) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଉକ୍ତ ଘଟଣାରେ ସ୍ବାମୀ ଶରତ, ଶଶୁର ସାଇବ, ଶାଶୁ ବିଜଳା ଓ ଶରତଙ୍କ ଭିଣୋଇ ଜପ ରଣା ଓ ମାମୁଁ ତୀର୍ଥ ରଣାଙ୍କ ନାମରେ ମାମଲା ରୁଜୁ କରିଥିଲା ା ଉକ୍ତ ଘଟଣାରେ ଏବେ ବି ଜପ ଓ ତୀର୍ଥ ଫେରାର ଥିବା ବେଳେ ମାମଲାଟି ଏସଟି କେସ ନଂ ୧/୧୮ ହୋଇ ଅଭିଯୁକ୍ତ ଶରତ, ସାଇବ ଓ ବିଜଳାଙ୍କ ବିଚାର ହୋଇଥିଲା। ମାମଲାରେ ସରକାରଙ୍କ ପକ୍ଷରୁ ୧୪ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଜିଲା ଦୌରାଜଜ୍‌ ପ୍ରଧାନ ଅଭିଯୁକ୍ତ ସ୍ବାମୀ ଶରତଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ ଦେବା ସହ ପ୍ରମାଣ ଅଭାବରୁ ଶଶୁର ସାଇବ ଓ ଶାଶୁ ବିଜଳାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମାମଲାକୁ ସରକାରଙ୍କ ପକ୍ଷରୁ ପିପି ସବିତା କୁମାରୀ ପଣ୍ଡା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri