ପଥରରେ ଛେଚି ଯୁବକଙ୍କୁ ହତ୍ୟା, ବାଇକ୍‌ ସହ ମୃତଦେହ ଜବତ

ଦିଗପହଣ୍ଡି,୧୦ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ପଞ୍ଚାୟତ ଡୋଳବ ଗାଁ ନିକଟ ରାସ୍ତାକଡ ଚାଷଜମିରୁ ଜଣେ ଯୁବକଙ୍କ ମୃତଦେହକୁ ସୋମବାର ସକାଳେ ପାଟପୁର ପୋଲିସ ଜବତ କରିଛି। ମୃତକ ଜଣକ ହେଲେ ପୋଡ଼ାମାରି ଗ୍ରାମ ଢ଼ିମିରା ସାହିର ରଜତ ଗୌଡ଼(୨୫)। ରଜତଙ୍କ ମୁଣ୍ଡକୁ ପଥରରେ ଛେଚି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଖବର ପାଇ ପାଟପୁର ଥାନା ଆଇଆଇସି ଦୀପ୍ତିରଞ୍ଜନ ବେହେରା ସଦଳବଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ଏବଂ ସନ୍ଧନୀ କୁକୁର ସହାୟତାରେ ତଦନ୍ତ କରାଯିବା ପରେ ଜବତ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ରଜତଙ୍କ ମୃତଦେହଟି ଚାଷଜମିର ହିଡ଼ ପାର୍ଶ୍ୱରେ ପଡ଼ିଥିବା ବେଳେ ପ୍ରାୟ ୧୦ ଫୁଟ ଦୂରରେ ଏକ ବାଇକ୍‌ ରାସ୍ତା ଉପରେ ପଡ଼ିଥିଲା। ଭୋର୍‌ରେ ସମ୍ପୃକ୍ତ ଅଞ୍ଚଳରେ ପ୍ରବଳ କୁହୁଡି ହୋଇଥିଲା। କିଛି ଗ୍ରାମବାସୀ ପ୍ରଥମେ ବାଇକ୍‌ଟିକୁ ଦେଖି କୁହୁଡି ଯୋଗୁ ଦୁର୍ଘଟଣା ଘଟିଥିବା ଅନୁମାନ କରିଥିଲେ। ପରେ କିଛି ଦୂରରେ ଥିବା ଜମିରେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପାରିପାଶର୍‌ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡିଛି। ରଜତ ହାଇଦ୍ରାବାଦର ଏକ ହୋଟେଲରେ କାମ କରୁଥିଲେ। ଗତ କିଛିଦିନ ହେଲା ସେ ଗ୍ରାମକୁ ଆସିଥିଲେ। ସନ୍ଧ୍ୟାରେ କାମ ଅଛି କହି ଘରୁ ଯାଇଥିଲେ। ବିଳମ୍ବିତ ରାତି ଯାଏ ଘରକୁ ଫେରି ନ ଥିଲେ। ଘର ଲୋକେ ତାଙ୍କ ମୋବାଇଲକୁ ଫୋନ କରିଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ। ପରିବାର ଲୋକେ ଗ୍ରାମର ବିଭିନ୍ନ ସ୍ଥାନକୁ ଯାଇ ତାଙ୍କୁ ଖୋଜିଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳି ନ ଥିଲା। ରଜତଙ୍କ ମୃତ୍ୟୁର କାରଣ ସଡ଼କ ଦୁର୍ଘଟଣା ନା ହତ୍ୟା ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଜଣାପଡ଼ିବ ବୋଲି ଆଇଆଇସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ୩୬,୦୦୦ ଟଙ୍କା; ରୁପା ହେଲା ୧୮୭,୦୦୦ ଟଙ୍କା ଶସ୍ତା; ଏକ୍ସପର୍ଟ ଚକିତ, ଆଗକୁ…   

ନୂଆଦିଲ୍ଲୀ,୧୭।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଶ୍ୱ ବଜାରରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ସାଧାରଣତଃ ଯୁଦ୍ଧ ସମୟରେ ସୁନା…

ଶଳାଙ୍କୁ ପିଟିପିଟି ହତ୍ୟା କଲେ ଭିଣୋଇ: ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ଭେଡେନ ,୧୭।୩(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଚିଚିଣ୍ଡା ହାଇସ୍କୁଲ ପଡ଼ାରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ସୁଦୀପ ବାଗ(୨୮)ଙ୍କୁ ତାଙ୍କ ଭିଣୋଇ ସାଳନା…

LPG ସିଲିଣ୍ଡର ନିୟମରେ ବଡ଼ ପରିବର୍ତ୍ତନ! ସରକାରଙ୍କ ୫ଟି ନିଷ୍ପତ୍ତିର ପଡ଼ିବ ବଡ଼ ପ୍ରଭାବ…

ନୂଆଦିଲ୍ଲୀ,୧୭।୩: ଭାରତରେ ଏଲପିଜି ଗ୍ୟାସ ସିଲିଣ୍ଡର ସମ୍ପର୍କରେ ନୂଆ ନିୟମ ଲାଗୁ କରାଯାଇଛି। ସରକାର ଅନେକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରେ ମୂଲ୍ୟ ବୃଦ୍ଧି, ସିଲିଣ୍ଡର ବୁକିଂ…

ଇରାନର ଦ୍ୱିତୀୟ ଶକ୍ତିଶାଳୀ ନେତା ବି ନିହତ! ଇସ୍ରାଏଲ୍‌ କଲା ଦାବି

ତେହରାନ,୧୭।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ହତ୍ୟା ପରେ ଇସ୍ରାଏଲ ଏବେ ତେହରାନର ଦ୍ୱିତୀୟ ସବୁଠାରୁ ଶକ୍ତିଶାଳୀ ନେତା ତଥା ଇରାନର ସର୍ବୋଚ୍ଚ ଜାତୀୟ…

୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା TMC: ନନ୍ଦିଗ୍ରାମ ନୁହେଁ, ଏହି ଆସନରୁ ଲଢିବେ ମମତା ବାନାର୍ଜୀ

କୋଲକାତା,୧୭।୫: ତୃଣମୂଳ କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। କାଳିଘାଟସ୍ଥିତ ଟିଏମସି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସୁପ୍ରିମୋ…

ଡେଲାଙ୍ଗରେ ଭୟଙ୍କର ବୋମା ବିସ୍ଫୋରଣ: ହାତ ପାପୁଲି ଛିଣ୍ଡି…

ପିପିଲି,୧୭।୩: ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ଏକ ଜଙ୍ଗଲରେ ମଙ୍ଗଳବାର ଅଘଟଣ ଘଟିଛି। ବୋମା ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଜଣେ ଯୁବକ ଗୁରୁତର ଆହତ…

କ୍ଷୁଦ୍ର ବ୍ୟବସାୟୀଙ୍କୁ ଥଇଥାନ କରାଯାଉ: ଜିଲାପାଳଙ୍କୁ ଦାବିପତ୍ର

ଛତ୍ରପୁର,୧୭।୩(ଦିଲ୍ଲୀପ ସାମଲ): ବ୍ରହ୍ମପୁର ନୂତନ ବସଷ୍ଟାଣ୍ଡର କ୍ଷୁଦ୍ର ବ୍ୟବସାୟୀ ମାଙ୍ଗଳିକ ସଂଘ ଥଇଥାନ ନିମନ୍ତେ ଜିଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଥାଉକି, ଦୀର୍ଘ…

ଭାରତରେ ୨ଟା ପହଞ୍ଚିବା ପରେ ହରମୁଜରେ ଫସିଲା ୧୯ ଜାହାଜ, LPG ଜାହାଜକୁ ଘେରିଗଲେ…

ନୂଆଦିଲ୍‌ଲୀ,୧୭।୩: ଚାଲିଥିବା ବିବାଦ ମଧ୍ୟରେ, ଇରାନ ହରମୁଜରେ ଜାହାଜ ଚଳାଚଳ ରାସ୍ତା ଅବରୋଧ କରିଛି। ଆମେରିକା ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଜାହାଜଗୁଡ଼ିକ ହରମୁଜରେ ଫସି ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri