ଶାଶୁ, ସ୍ତ୍ରୀଙ୍କୁ ଶାବଳ ଭୁସି ମାରିଦେଲେ: ଦେଢ଼  ବର୍ଷର ପୁଅକୁ ଧରି ଥାନାରେ ପହଞ୍ଚିଲେ 

ଭୁବନେଶ୍ୱର,୨୨।୭: ଶାଶୁ ଓ ସ୍ତ୍ରୀଙ୍କୁ ହତ୍ୟା ପରେ ଦେଢ଼ ବର୍ଷର ପୁଅକୁ ଧରି ଥାନାରେ ଆତ୍ମସମର୍ପଣ କରିଛନ୍ତି ଜ୍ୱାଇଁ। ସୋମବାର ଏପରି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ଅଞ୍ଚଳରେ। ଜ୍ୱାଇଁ ମିଥୁନ ସାହୁ କହିଛନ୍ତି, ୪ ବର୍ଷ ହେଲା ମୋତେ କନ୍ଦାଇ କନ୍ଦାଇ ରଖିଲେ।  ସକାଳେ ମୋତେ ଖରାପ ଭାଷାରେ ଗାଳି ଦେଇଥିଲେ। ମୋତେ ପିଟିବାକୁ ଆସିଥିଲେ। ନିଜ ଜୀବନ ବଞ୍ଚାଇବାକୁ ଯାଇ ଶାଶୁ ଓ ସ୍ତ୍ରୀଙ୍କ ପେଟରେ ଶାବଳ ଭୁସିିଦେଲି।
ସୂଚନାଯୋଗ୍ୟ, ପୋଡାବଲଣ୍ଡା ଗାଁ ଗାୟତ୍ରୀ ସାହୁଙ୍କୁ ଅନୁଗୋଳ ଜିଲା ଆଠମଲ୍ଲିକ ଜାମୁଡୁଲି ଅଞ୍ଚଳର ମିଥୁନ ସାହୁ ୪ ବର୍ଷ ତଳେ ବିବାହ କରିଥିଲେ। ବିବାହ ପରେ ଶାଶୁଘରକୁ ଯାଇଥିଲେ ଗାୟତ୍ରୀ। ସେଠାରେ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ଉଭୟଙ୍କର ପୁଅଟିଏ ହୋଇଥିଲା। ପରେ ସବୁବେଳେ ଅଶାନ୍ତି ଲାଗିରହୁଥିଲା।  ଗାୟତ୍ରୀ ଶାଶୁ ଘରେ ରହିବା ପାଇଁ ଚାହୁଁ ନ ଥିଲେ। ସେ ବାପଘରେ ରହିବା ପାଇଁ ଚାହୁଁଥିଲେ। ସେଥିପାଇଁ ସେ ମିଥୁନଙ୍କ ଉପରେ ଚାପ ପକାଉଥିଲେ। ହେଲେ ମିଥୁନ ତାଙ୍କ କଥାରେ ରାଜି ହେଉ ନ ଥିଲେ। ଏ ନେଇ  ଉଭୟଙ୍କ ଭିତରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା। ଏପରିକି ୨୦୨୩ ମସିହାରେ ମାମଲା ଥାନାକୁ ଯାଇଥିଲା। ଅଲୋଚନା ପରେ ଉଭୟ ଏକାଠି ରହୁଥିଲେ। ଗତ ୨ ତାରିଖରେ ମିଥୁନ ଗାୟତ୍ରୀଙ୍କୁ ଧରି ଶ୍ୱଶୁର ଘର ଯାଇଥିଲେ। ରଥଯାତ୍ରାଠାରୁ ଉଭୟେ ଶ୍ୱଶୁର ଘରେ ରହୁଥିଲେ। ଶ୍ୱଶୁର ଘର ପାଖରେ ନୂଆ ଘର ମଧ୍ୟ ନିର୍ମାଣ କରୁଥିଲେ। ହେଲେ ସେଠାରେ ତାଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା। ଗାୟତ୍ରୀ ଓ ଶାଶୁ ଋକଣୀ ସାହୁ ତାଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଥିଲା। ରବିବାର ରାତିରେ ପାଟିତୁଣ୍ଡ ହୋଇଥିଲା। ସକାଳେ ଉଭୟ ପ୍ରବଳ ଗାଳି ଦେଇଥିଲେ। ସେମାନଙ୍କ କଥା ଆଉ ସହି ପାରିଲି ନାହିଁ। କେତେ କାନ୍ଦିବି? ବାହାଘର ପରଠାରୁ ଖାଲି କାନ୍ଦୁଥିଲି। ନିର୍ଯାତନା ଅସହ୍ୟ ହେବାରୁ ମାରିଦେଲି। ଶାଶୁ ଓ ସ୍ତ୍ରୀଙ୍କ ପେଟରେ ଶାବଳ ଭୁସିି ମାରିଦେଲି ବୋଲି ମିଥୁନ କହିଛନ୍ତି। ହତ୍ୟା କରିବା ପରେ ଘର ବାହାର ପାର୍ଶ୍ୱରେ ତାଲା ପକାଇ ଦେଇଥିଲି। ପରେ ନିଜର ଦେଢ଼ ବର୍ଷର ପୁଅକୁ ଧରି ରେଢାଖୋଲ ଥାନାରେ ପହଞ୍ଚିଥିଲେ। ହତ୍ୟା କରିଥିବା ପୋଲିସକୁ କହିଥିଲେ। ପୋଲିସ  ତାଙ୍କୁ ଅଟକ ରଖି ପୋଡାବଲଣ୍ଡା ଗାଁରେ ପହଞ୍ଚିଥିଲା। ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ପୋଲିସ ଘଟଣାର ତଦନ୍ତ ଚଳାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri