ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବାଲିଗୁଡ଼ା ବ୍ଲକ ଅଧୀନ ସଲାଗୁଡ଼ା ପଞ୍ଚାୟତର ନରେଗାଁ ଗ୍ରାମର ମାନବ ମଲ୍ଲିକ ଏବଂ ଜୟଦେବ ମଲ୍ଲିକ। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡର ବାଲିଗୁଡ଼ା ବନାଞ୍ଚଳ ଅଧୀନ ସଲାଗୁଡ଼ା ପଞ୍ଚାୟତର ନରେଗାଁ ଅଞ୍ଚଳରେ।
ନରେଗାଁର ମାନବ ଓ ଜୟଦେବ ଏକ ମାଙ୍କଡ଼କୁ ମାରି ତା’ର ଛୁଆକୁ ଧରିଥିବାର ଫଟୋ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଏହି ଭିଡିିଓ ଭାଇରାଲ ହୋଇଥିଲା । ଏହା ଜାଣିବା ପରେ ବାଲିଗୁଡ଼ା ବନାଞ୍ଚଳ ଅଧିକାରୀ ବି.ସୁବାସ ଘଟଣାର ତଦନ୍ତ କରି ଏଥିରେ ମାନବ ଓ ଜୟଦେବଙ୍କ ସମ୍ପୃକ୍ତି ସ୍ପଷ୍ଟ ହେବା ପରେ ଗୁରୁବାର ଉଭୟଙ୍କୁ ଗିରଫ କରାଯାଇଥିଲା।

