Posted inଜାତୀୟ

ମୋ ବିରୋଧରେ ବିଭିନ୍ନ ଅଭିଯୋଗ ନ ଆଣି ମତେ ବରଂ ମାରିଦିଅ, ଭାବପ୍ରବଣ ହୋଇ କହିଲେ ସ୍ବପ୍ନା…

ଥିରୁଭାନନ୍ତପୁରମ୍‌, ୧୨।୬ : କେରଳରେ ସୁନା ଚୋରା ଚାଲାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସ୍ବପା୍ନ ସୁରେଶଙ୍କ ଅସୁବିଧା ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ପି ବିଜୟନଙ୍କ ବିରୋଧରେ ନଗଦ ଟଙ୍କା ଦେଣନେଣ ଅଭିଯୋଗ କରିବା ପରେ ସ୍ବପ୍ନା ଏବେ ପୁଣି ସଙ୍କଟରେ ପଡ଼ିଛନ୍ତି। ସ୍ବପ୍ନା ଗଣମାଧ୍ୟମ ଆଗରେ କଥାବାର୍ତ୍ତା କଲାବେଳେ କାନ୍ଦୁଥିବାର ଦେଖିବାକୁ ମିଳିଛି। ମୋତେ କାହିଁକି ଏପରି ଆକ୍ରମଣ କରାଯାଉଛି? ମୋ ଆଖପାଖର ଲୋକଙ୍କୁ ଆଘାତ ଦିଅ ନାହିଁ।

ଦୟାକରି ମୋ ବିରୋଧରେ ଅଭିଯୋଗ ନ ଆଣି ମତେ ବରଂ ମାରିଦିଅ, ଯାହାଫଳରେ କାହାଣୀର ସମାପ୍ତ ହେବ ବୋଲି ସ୍ବପ୍ନା କହିଛନ୍ତି। ସ୍ବପା୍ନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ଏବଂ ଝିଅଙ୍କ ବିରୋଧରେ ନଗଦ ଟଙ୍କା ନେଇଥିବାର ଅଭିଯୋଗ ଆଣିଥିଲେ। ସେବେଠାରୁ ସ୍ବପ୍ନାଙ୍କର ଅସୁବିଧା ବଢ଼ିଚାଲିଛି। କେରଳ ହାଇକୋର୍ଟ ମଧ୍ୟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି।

ଗଣମାଧ୍ୟମ ସାମ୍ନାରେ ଭାବପ୍ରବଣ ହୋଇ ସ୍ବପ୍ନା କହିଛନ୍ତି, ମୋର ମାନସିକ ସ୍ଥିତି ଠିକ୍‌ ନାହିଁ,ମୋତେ ମଧ୍ୟ ବଞ୍ଚିବାକୁ ଏକ ସୁଯୋଗ ଦିଅ। ବିନା କାରଣରେ ମୋତେ ଆତଙ୍କବାଦୀ ଭଳି ଟାର୍ଗେଟ କରାଯାଉଛି ଏବଂ ମୋ ବିରୋଧରେ ବିଭିନ୍ନ ଅଭିଯୋଗ ଅଣାଯାଉଛି। ଜଣେ ପରେ ଜଣେ ଆଇନଜୀବୀଙ୍କୁ ବଦଳାଇବା ପାଇଁ ମୋର ପର୍ଯ୍ୟାପ୍ତ ଅର୍ଥ ନାହିଁ।

ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସେ ଗୁରୁତର ଅଭିଯୋଗ ଆଣିଥିଲେ। ସେ କୋର୍ଟଙ୍କୁ କହିଥିଲେ ଯେ କେରଳର ମୁଖ୍ୟମନ୍ତ୍ରୀ ପି ବିଜୟନ ୨୦୧୬ରେ ଦୁବାଇରେ ଥିଲେ। ସ୍ବପ୍ନା ସେତେବେଳେ ତାଙ୍କୁ ନୋଟରେ ଭରପୂର ବ୍ୟାଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତରେ ଥିବାବେଳେ ଏହି କାରବାର ୨୦୧୬ରେ ଆରମ୍ଭ ହୋଇଥିଲା। ସେତେବେଳେ ସ୍ବପ୍ନା କନସୁଲେଟରେ ସଚିବ ଥିଲେ। ସେତେବେଳେ ଶିବଶଙ୍କର ପ୍ରଥମେ ସ୍ବପ୍ନାଙ୍କ ସହିତ ଯୋଗାଯୋଗ କରିଥିଲେ। ସେ ସ୍ବପ୍ନାଙ୍କୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ତାଙ୍କର ଗୋଟିଏ ବ୍ୟାଗ ନେବାକୁ ଭୁଲି ଯାଇଛନ୍ତି ଏବଂ ତୁରନ୍ତ ଏହାକୁ ଦୁବାଇକୁ ନେବାକୁ ପଡିବ। କନସୁଲେଟରେ କୂଟନୀତିଜ୍ଞଙ୍କ ମାଧ୍ୟମରେ ସ୍ବପ୍ନା ବ୍ୟାଗକୁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇଥିବା କହିଥିଲେ। ଯେତେବେଳେ ବ୍ୟାଗକୁ କନସୁଲେଟକୁ ଅଣାଯାଇଥିଲା, ସେଥିରେ ଟଙ୍କା ଥିବା ଦେଖିବାକୁ ମିଳିଥିଲା ବୋଲି ସ୍ବପ୍ନା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘୨୦ ଘଣ୍ଟା ମଧ୍ୟରେ ଆତ୍ମସମର୍ପଣ କର, ନଚେତ ଆମେ ତୁମକୁ ପ୍ରସ୍ତର ଯୁଗ ଦେଖାଇବୁ’ – ଟ୍ରମ୍ପଙ୍କୁ ବଡ଼ ଧମକ!

ତେହରାନ,୭।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି, ଏବଂ ବୟାନବାଜି ମଧ୍ୟ ତୀବ୍ର ହୋଇଛି। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫଙ୍କ ପରାମର୍ଶଦାତା…

୩ ବର୍ଷର ଭାଣିଜୀଙ୍କୁ ସାଙ୍ଗଙ୍କ ସହ ମିଶି ଗଣବଳାତ୍କାର କଲେ ମାମୁ: ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ପାଟନା,୭।୪: ବିହାରର ପାଟନାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଜଣେ ୨୨ବର୍ଷୀୟ ଯୁବକ ତାଙ୍କ ଦୁଇ ବନ୍ଧୁଙ୍କ ସହିତ ମିଶି ନିଜ ତିନି ବର୍ଷର ଭାଣିଜୀଙ୍କୁ ଗଣବଳାତ୍କାର…

ଶୁକ୍ର ନକ୍ଷତ୍ର ଗୋଚର: ମାଲାମାଲ ହେବେ ଏହି ୩ ରାଶି

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ସୋମବାର, ଏପ୍ରିଲ ୬, ୨୦୨୬ ରାତି ୧:୦୪ ସମୟରେ, ସୁଖ ଏବଂ ସମୃଦ୍ଧିର ଦାତା ଶୁକ୍ର ଅଶ୍ୱିନୀରୁ ଭରଣୀ ନକ୍ଷତ୍ରକୁ ଗମନ କରିଛନ୍ତି।…

ଏହି ଯୋଜନାରେ ଚାଷୀଙ୍କୁ ମିଳିବ ୩ ହଜାର ଟଙ୍କା ପେନସନ: କେବଳ କରିବାକୁ ପଡ଼ିବ ଏହି ଗୋଟିଏ କାମ

ନୂଆଦିଲ୍ଲୀ,୭।୪: ସାରା ଦେଶରେ ଚାଷୀମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ, କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ବିଭିନ୍ନ…

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ପ୍ରମିଳାଙ୍କ ଘରେ ହଠାତ୍‌ ପହଞ୍ଚିଲେ ଯାଜପୁର ନେତା, ଉପସ୍ଥିତ ଅଛନ୍ତି ଏମାନେ ସବୁ…

ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା…

ଏମିତି ଖେଳ ଖେଳିଲା ଇରାନ, ପବନରେ ଉଡ଼ିଯିବ ଟ୍ରମ୍ପଙ୍କ ମଙ୍ଗଳବାର ବାଲା ଧମକ

ତେହରାନ,୭।୪: ସମ୍ଭାବ୍ୟ ଆମେରିକୀୟ ଆକ୍ରମଣ ବିରୁଦ୍ଧରେ ଇରାନ ତାର ଶକ୍ତି କେନ୍ଦ୍ରଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri